ETV Bharat / state

ବିଜେପି ସହ ମେଣ୍ଟ ପରେ ବିଜେଡି ନିଜ ଅସ୍ତିତ୍ବ ହରାଇବ: ଅଜୟ କୁମାର

Congress Rally in Koraput: ଆଜି ଜୟପୁର ଠାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରା କରାଯାଇଛି । ଯେଉଁଥିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଯୋଗଦେଇ ବିଜେପି -ବିଜେଡି ମେଣ୍ଟ ପରେ ବିଜେଡି ନିଜର ଅସ୍ତିତ୍ବ ହରାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଅଧିକ ପଢ଼ନ୍ତୁ,

ବିଜେପି -ବିଜେଡି ମେଣ୍ଟ ପରେ ବିଜେଡି ଦଳ ନିଜ ଅସ୍ତିତ୍ବ ହରାଇବ

author img

By ETV Bharat Odisha Team

Published : Mar 12, 2024, 10:19 PM IST

ବିଜେପି -ବିଜେଡି ମେଣ୍ଟ ପରେ ବିଜେଡି ଦଳ ନିଜ ଅସ୍ତିତ୍ବ ହରାଇବ

କୋରାପୁଟ: ଆଗକୁ ଆସୁଛି ସାଧରଣ ନିର୍ବାଚନ ୨୦୨୪ । ଅନ୍ୟପଟେ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଖୁବ ଚର୍ଚ୍ଚା ଧରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ଏକାକୀ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଉଭୟ ଦଳକୁ ଟାର୍ଗେଟ କରି ନିର୍ବାଚନ ଲଢିବାକୁ ଯାଉଛି । ସେନେଇ କଂଗ୍ରେସ ପକ୍ଷରୁ ଆଜି ଜୟପୁର ଠାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରା କରାଯାଇଛି । ଯେଉଁଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବିଜେପି -ବିଜେଡି ମେଣ୍ଟ ପରେ ବିଜେଡି ନିଜ ଅସ୍ତିତ୍ବ ହରାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି । ସେ ବିଜେଡି ଭୋଟର ଓ ନେତାଙ୍କୁ କଂଗ୍ରେସକୁ ଆଦରି ନେବା ପାଇଁ ଅପିଲ କରିଛନ୍ତି ।

ଆଜି ଜୟପୁର ଠାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରାକୁ ଉଦବୋଧନ ଦେଇ ନବୀନ ପଟ୍ଟନାୟକ ନିଜ ଦଳକୁ ନେଇ ନରେନ୍ଦ୍ର ମୋଦିଙ୍କ ପାଖରେ ସମର୍ପି ଦେଇଛନ୍ତି ବୋଲି ଅଜୟ କୁମାର କଟାକ୍ଷ କରିଛନ୍ତି । ନିର୍ବାଚନ ତାତି ଭିତରେ ଅବିଭକ୍ତ କୋରାପୁଟ ଗଡ଼ରେ କଂଗ୍ରେସ କରିଛି ଏହି ଶକ୍ତି ପ୍ରଦର୍ଶନ ଆଉ ଏକାଠି ହୋଇଛନ୍ତି ଅବିଭକ୍ତ କୋରାପୁଟର ବରିଷ୍ଠ ନେତା । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ବରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ମାଲକାନଗିରି ଜିଲ୍ଲା ସମେତ ଅନ୍ୟ ଅଞ୍ଚଳରୁ ନେତା ଓ କର୍ମୀମାନେ ଏକାଠି ହୋଇ ବିଶାଳ ଶୋଭା ଯାତ୍ରାରେ ବାହାରିଥିଲେ । ସେମାନେ କଂଗ୍ରେସକୁ ମଜବୁତ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ବୋଲି ସୂଚନା ଦେଇଥିଲେ । କଂଗ୍ରେସ ତାର ପୁରୁଣା ପରିଚୟ ଫେରାଇବାକୁ ସବୁ ପ୍ରକାର ଚେଷ୍ଟା କସରତ ଆରମ୍ଭ କରିଦେଇଛି । ନିର୍ବାଚନ ଆଗରୁ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନିଜର ସ୍ଥିତି ମଜଭୁତ କରିବା ପାଇଁ ଦୁଇ ଦଳକୁ ଜୋରଦାର ଟାର୍ଗେଟ କରି ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... ବିଜେପି-ବିଜେଡି ମେଣ୍ଟ ହେଲେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ସ୍ବାଗତ କରିବ କଂଗ୍ରେସ: ସହଜ 9ରୁ 90 ମିଶନ !

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ନବ ନିଯୁକ୍ତ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ମଧ୍ୟ ଯୋଗ ଦେଇଥିଲେ । ମଞ୍ଚରେ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର । ତେବେ ଜନସାଧାରଣ ଆଗକୁ ଗୁରୁତ୍ବର ସହ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଆଗରୁ ମେଣ୍ଟ ଘରୋଇ ଭାବେ ଥିଲା ଆଉ ଏବେ ଘୋଷଣା କରିବେ, ଏଣୁ ମେଣ୍ଟ ହେଲେ କଂଗ୍ରେସର ଲାଭ ବୋଲି ଅଜୟ କହିଛନ୍ତି । ମେଣ୍ଟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ସାଂସଦ ସପ୍ତଗିରି କହିଛନ୍ତି, "ଓଡିଶା ଲୋକଙ୍କୁ ଯୋଜନା ନାଁରେ ଭୁଆଁ ବୁଲାଉଛନ୍ତି ସରକାର । ଲୋକ ଆଗକୁ କଂଗ୍ରେସକୁ ହିଁ ଗ୍ରହଣ କରିବେ ।" ଜୟପୁର ବିଧାୟକ ତାରା କହିଛନ୍ତି, "କୋରାପୁଟ ଜିଲ୍ଲାବାସୀ ଉଭୟ ବିଜେପି ଓ ବିଜେଡି ଠାରୁ ଅତିଷ୍ଠ ହେଲେଣି । ଆଗକୁ କଂଗ୍ରେସକୁ ହିଁ ଭରସା କରିବେ କୋରାପୁଟବାସୀ । ଅବିଭକ୍ତ କୋରାପୁଟ ପୁଣି କଂଗ୍ରେସର ଗଡ଼ ହୋଇ ଫେରିବ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.