ETV Bharat / state

ବିଜେଡିରେ ବଢୁଛି ଦଳୀୟ କନ୍ଦଳ, ଅସନ୍ତୋଷ ପ୍ରଶମନ ପାଇଁ ୪ ସୁତ୍ରୀ ଫର୍ମୁଲା - bjd sets four strategies

BJD Sets 4 Strategies: ବିଜେଡି ଲାଗି ମୁଣ୍ଡବିନ୍ଧାର କାରଣ ସାଜିଲାଣି ଅସନ୍ତୋଷ ଓ ବିଦ୍ରୋହ । ତେଣୁ ବିଜୁ ଜନତା ଦଳ ଆପଣାଇଛି ୪ ସୁତ୍ରୀ ଫର୍ମୁଲା । ଜାଣନ୍ତୁ କ'ଣ ଏହି ୪ ସୂତ୍ର

ବିଜେଡିରେ ବଢୁଛି ଦଳୀୟ କନ୍ଦଳ
ବିଜେଡିରେ ବଢୁଛି ଦଳୀୟ କନ୍ଦଳ
author img

By ETV Bharat Odisha Team

Published : Jan 20, 2024, 10:12 PM IST

ବିଜେଡିରେ ବଢୁଛି ଦଳୀୟ କନ୍ଦଳ

ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ । ବିଜେଡି ଲାଗି ମୁଣ୍ଡବିନ୍ଧାର କାରଣ ସାଜିଲାଣି ଅସନ୍ତୋଷ ଓ ବିଦ୍ରୋହ । ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ହେଲେ ଦଳୀୟ କନ୍ଦଳକୁ ବ୍ରେକ୍ ଦେବାକୁ ହେବ । ତେଣୁ ବିଜୁ ଜନତା ଦଳ ଆପଣାଇଛି ୪ ସୁତ୍ରୀ ଫର୍ମୁଲା । ଦଳ, ବଳ, କଳ ଓ କୌଶଳ ଆପଣାଇବ ବିଜେଡି । କାରଣ ବଳ ଗୋଟାଉଥିବା ବିରୋଧୀଙ୍କ ଅପେକ୍ଷା ଦଳ ଭିତରେ ଅବିଶ୍ଵାସ ବିଜେଡି ସୁପ୍ରିମୋଙ୍କ ଚିନ୍ତା ବଢ଼ାଇ ଦେଇଛି । କଳାହାଣ୍ଡିରୁ କେନ୍ଦୁଝର, ବାରବାଟୀରୁ ବାରିପଦାରୁ ଆରମ୍ଭ କରି ଯାଜପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସବୁଠି ରହିଛି ବିଜେଡି ଭିତରେ ଫାଟ । କେତେବେଳେ ନେତାଙ୍କ ମଧ୍ୟରେ ବିବାଦ ତ ଆଉ କେତେବେଳେ ସାଂସଦ-ବିଧାୟକଙ୍କ ମଧ୍ୟରେ କଳି ଦେଖିବାକୁ ମିଳୁଛି ।

ଗୋଷ୍ଠୀ କନ୍ଦଳ ଏମିତି ହେଲାଣି ଯେ ଦଳୀୟ କାର୍ଯ୍ୟକ୍ରମ ଗୋଟିଏ ନିର୍ବାଚନ ମଣ୍ଡଳୀରେ ୪ ନେତା କରୁଛନ୍ତି । ଏମିତିକି ଦଳର ଶୀର୍ଷ ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ମଧ୍ୟରେ ମାରପିଟ ଓ ଟଣାଓଟରା ପର୍ଯ୍ୟନ୍ତ ଗଲାଣି । ଖାଲି ସେତିକି ନୁହେଁ, ଥାନାକୁ ଗଲାଣି ଦଳୀୟ ମାମଲା । ବିଜେଡି ଭିତରେ ଥିବା ବିବାଦ ଏବେ ଜଳଜଳ ହୋଇ ଦିଶୁଛି । ନିକଟରେ ବାଲେଶ୍ଵର ଗସ୍ତରେ ଯାଇଥିଲେ ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତ ବେଳେ ଦଳର ଦୁଇ ନେତାଙ୍କ ଗୋଷ୍ଠୀ ମଧ୍ୟରେ ମାରପିଟର ମାମଲା ଥାନା ପର୍ଯ୍ୟନ୍ତ ଗଲା । ଏହା ପଛର କାରଣ ହେଉଛି ପୂର୍ବତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବାଲେଶ୍ଵର ସଦର ବିଧାୟକ ସ୍ୱରୂପ ଦାସଙ୍କ ମଧ୍ୟରେ ଥିବା ବିବାଦ । ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ଯୋଗୁଁ ସିନା ଫାଟରେ ତାଳି ପଡିଛି, କେତେବେଳେ ବିସ୍ଫୋରଣ ହେବ କିଏ କହିବ ? ସେହିପରି ବାଲେଶ୍ଵରର ପଡୋଶୀ ଜିଲ୍ଲାର ସଦର ମହକୁମା ବିଧାନସଭା କ୍ଷେତ୍ରର ବର୍ତ୍ତମାନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅଙ୍କ ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ । ବିଧାୟକ ସଞ୍ଜୀବ ମଲ୍ଲିକ ଓ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଖବର ପ୍ରତ୍ୟେକ ଦିନ ଆସୁଛି ।

କେବଳ ବାଲେଶ୍ଵର ଓ ଭଦ୍ରକ କାହିଁକି ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡିର ଅବସ୍ଥା ଏମିତି । ଜଗତସିଂହପୁରରେ ନିକଟରେ ଟିକେଟ ଆଶାୟୀ ଅମରେନ୍ଦ୍ର ଦାସଙ୍କ ଶକ୍ତି ପ୍ରଦର୍ଶନ ବିଜେଡି ପାଇଁ ଚିନ୍ତାର କାରଣ ସାଜିଛି । ଦଳୀୟ କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ଦଳର ପ୍ରତିଷ୍ଠାତା ସଦସ୍ୟ, ଦୁଇ ଥର ମନ୍ତ୍ରୀ ତଥା ୬ ଥରର ବିଧାୟକ ବଳଭଦ୍ର ମାଝୀ ଶଙ୍ଖ ଛାଡ଼ିଛନ୍ତି । ଆଗକୁ ଏହି ସଂଖ୍ୟା ମଧ୍ୟ ବଢିବ । ପ୍ରତି ନିର୍ବାଚନ ମଣ୍ଡଳୀରେ ୩ରୁ ଅଧିକ ଆଶାୟୀ ଥିବାରୁ ବିଜେଡି ପାଇଁ ଟେନସନ ବଢିଯାଇଛି । ଅସନ୍ତୋଷ ପ୍ରଶମନ, ଦଳୀୟ ବିବାଦରେ ପୂର୍ଣ୍ଣଚ୍ଛେଦ, ଦଳ ଡିଆଁକୁ ରୋକ ପାଇଁ ୪ ସୁତ୍ରୀ ଫର୍ମୁଲା ଆପଣାଇଛି ବିଜେଡି । ଦଳ, ବଳ, କଳ ଓ କୌଶଳ ନୀତି ଆପଣାଇବାକୁ ସୁପ୍ରିମୋ ଦେଇଛନ୍ତି ନିର୍ଦ୍ଦେଶ ।

ବିବାଦକୁ ଦୂର କରିବା ଲାଗି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା, ବିକ୍ରମ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ଏହି ଗୁରୁଦାୟିତ୍ୱ । ବରିଷ୍ଠ ନେତାମାନେ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଡାକି ଆଲୋଚନା କରିବେ । ଯଦି ସେମାନେ ଏଥିରେ ସଫଳ ନହେଲେ ତାହେଲେ ବଳ ବା ଚାପ ପ୍ରୟୋଗ କରାଯିବ । ଦଳୀୟ କାର୍ଯ୍ୟାନୁଷ୍ଠାନର ଭୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ବଳ ଗୋଟାଉଛି ବିଜେପି, ପଦ୍ମ ଧରିଲେ ଏକାଧିକ ବିଜେଡି ନେତା

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ କହିଛନ୍ତି, "୨୦୧୪ରେ ମୁଖ୍ୟମନ୍ତ୍ରୀ ମତେ ଟିକେଟ ଦେଇଥିଲେ । ମାତ୍ର ୫୪୦ ଖଣ୍ଡ ଭୋଟରେ ହାରିଗଲି । ପରାଜିତ ହୋଇ ମଧ୍ୟ ୨୦୧୪ରୁ ୨୦୨୪ ଲୋକଙ୍କ ସହ ମୁଁ ରହିଛି । ବିଜୁ ଜନତା ଦଳର ସଙ୍ଗଠନକୁ ବଞ୍ଚେଇକି ରଖିଛି । କେବଳ ମୋର ଉଦ୍ୟମ ଯୋଗୁ ଆଜି ଚିଲିକାରେ ଦଳର ସଙ୍ଗଠନ ବଞ୍ଚିକି ଅଛି । ୨୦୦୯ରୁ ୨୦୧୪ ଯେତିକି କାମ କରିଛି ତାହା ଆଗରୁ କେବେ ହୋଇନଥିଲା । ତେଣୁ ୨୦୨୪ରେ ମୁଁ ଚିଲିକାରୁ ନିର୍ବାଚନ ଲଢ଼ିବି । ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବ, ଯାହା କଲା ତାହା ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଠିକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।"

ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଗତ ନିର୍ବାଚନରେ ୬୦ ରୁ ଉର୍ଦ୍ଧ୍ବ ଷ୍ଟାଣ୍ଡିଙ୍ଗ ବିଧାୟକଙ୍କ ଟିକେଟ କାଟିଥିଲା ଦଳ । ସେମାନଙ୍କୁ ରାଜ୍ୟସଭା, ନିଗମ, ଯୋଜନା ବୋର୍ଡ ଥୋପ ଦିଆଯାଇଥିଲା । ଅନେକଙ୍କୁ ପଦବୀ ମିଳିନାହିଁ କିନ୍ତୁ ସେମାନେ ଅଛନ୍ତି । ସେମାନେ ଦୃଢ଼ ଆନ୍ଦୋଳନ କରିନାହାନ୍ତି କି ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି । ଚଳିତ ଥର ମଧ୍ୟ ଟିକେଟ ଅଦଳବଦଳ ହେଲେ ଅସନ୍ତୋଷ ମ୍ୟାନେଜ କରିବାରେ ବିଜେଡି ସକ୍ଷମ ଅଛି। ବିଜେଡିରେ ବିଦ୍ରୋହ କରିବାକୁ ଥିବା ନେତାଙ୍କୁ ଯଦି ବିରୋଧୀ ବ୍ୟବହାର ନକରିପାରନ୍ତି ତାହାଲେ ବିଶେଷ କିଛି ଫରକ ପଡିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.