ETV Bharat / state

ବରଗଡ଼ରେ ବିଜେଡ଼ିର ପରାଜୟ କାରଣ ଖୋଜିଲେ ବରିଷ୍ଠ ନେତା - BJD Review Meeting

author img

By ETV Bharat Odisha Team

Published : Jul 6, 2024, 10:42 PM IST

BJD Review Meeting in Bargarh: 2024 ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ ବିଜେଡି ଦଳର ପରାଜୟ ହେବା ପରେ ଦଳ ପକ୍ଷରୁ କରାଯାଉଛି ସମୀକ୍ଷା । ସେହିକ୍ରମରେ ଆଜି ବରଗଡ଼ରେ କରାଯାଇଛି ବୈଠକ । ଅଧିକ ପଢ଼ନ୍ତୁ,

BJD Review Meeting in Bargarh
BJD Review Meeting in Bargarh (ETV Bharat Odisha)

ବରଗଡ: ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଦଳର ଐତିହାସିକ ପରାଜୟ ହୋଇଛି । ଯେଉଁଥିରୁ ବାଦ ପଡିନଥିଲା ବରଗଡ ଜିଲ୍ଲା । ବରଗଡ ଜିଲ୍ଲାର 5ଟି ବିଧାନସଭା ଆସନରୁ ମାତ୍ର ଗୋଟେ ଆସନକୁ ବିଜେଡି ଦଳ ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଥିଲା । ହେଲେ ଅନ୍ୟ 4 ଗୋଟି ଆସନ ଖସିଯାଇଥିଲା ବିଜେଡି ଦଳର ହାତରୁ । ବରଗଡ ଜିଲ୍ଲାରେ ଦଳର ଏପରି ପରାଜୟ ପରେ ଆଜି ପ୍ରଥମ ଥର ପାଇଁ ବିଜେଡି ଦଳର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲାରେ ବିଜେଡି ଦଳର କେଉଁ କେଉଁ ଦିଗରେ ତ୍ରୁଟି ରହିଲା ଯାହା ଫଳରେ ନିର୍ବାଚନରେ ପରାଜୟ ସ୍ଵୀକାର କରିବାକୁ ପଡିଲା ତାହାର ସମୀକ୍ଷା କରାଯାଇଛି ।

ବିଜେଡ଼ି ପକ୍ଷରୁ କରାଯାଇଥିବା ବୈଠକରେ ଆଗାମୀ ଦିନ ମାନଙ୍କରେ ଦଳକୁ ମଜବୁତ କରି କିପରି ବିରୋଧୀ ଦଳର ଭୂମିକାକୁ ଭଲ ଭାବେ ନିର୍ବାହ କରିବେ ନେଇ ଆଲୋଚନା କରାଯାଇଛି । ଏହି ସଭା ଜିଲ୍ଲାର ବିଜେଡି କର୍ମୀଙ୍କ ଦ୍ବାରା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ସାରା ରାଜ୍ୟରେ କୌଣସି ଜିଲ୍ଲାରେ ବିଜେଡି ଦଳ ପକ୍ଷରୁ ସମୀକ୍ଷା ବୈଠକ ଆରମ୍ଭ କରାଯାଇ ନଥିବା ବେଳେ ଆଜି ବରଗଡ ଜିଲ୍ଲାରେ ପ୍ରଥମେ ଏହି ସମୀକ୍ଷା ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ସାଂଗଠନିକ ସ୍ତରରେ ଓ ତୃଣମୁଳ ସ୍ତରରେ କିପରି ମଜବୁତ ହେବ ତଥା ଜନ ସାଧାରଣଙ୍କ ସହ ସର୍ବଦା ଜଡ଼ିତ ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ବିଜୁ ଜନତା ଦଳର ବିପର୍ଯ୍ୟୟ ନୁହେଁ ଓଡ଼ିଶାର ଶକ୍ତିଶାଳୀ ବିରୋଧି ଦଳ ଭାବେ ତାର କାର୍ଯ୍ୟ ତୁଲାଇବ ବୋଲି ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ନବୀନ ସରକାର ଯୋଜନା ଭୁଲାଇବାକୁ ରଙ୍ଗ ବୋଳୁଛି ନୂଆ ସରକାର: ବିଜେଡି - BJD Targets State Govt

ଏହି ବୈଠକରେ ବିଜୁ ଜନତା ଦଳର ବରିଷ୍ଠ ନେତା, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରିତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ସୁଶାନ୍ତ ସିଂ, ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ମନୋବଳ ଦୃଢ଼ କରିବାକୁ ଆହ୍ଵାନ ଦେଇଥିଲେ। ଜନସାଧାରଣ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଦଳକୁ ବିରୋଧୀ ଦଳର ଭୂମିକା ବହନ କରିବାକୁ ଜନାଦେଶ ଦେଇଥିବାରୁ ଜନତା ଜନାର୍ଦ୍ଦନଙ୍କର ଏହି ଜନାଦେଶକୁ ସମ୍ମାନ ଜଣାଇବା ସହିତ ବିରୋଧୀ ଦଳର ଭୂମିକାକୁ ଭଲ ଭାବରେ ପାଳନ କରିବେ ବୋଲି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.