ETV Bharat / state

ମହିଳା ଓ ସରକାରୀ କର୍ମଚାରୀଙ୍କୁ ବିଜେପି ଟାର୍ଗେଟ କରୁଥିବା ଅଭିଯୋଗ, ସିଇଓଙ୍କୁ ବିଜେଡି ଫେରାଦ - BJD Team Meet CEO

BJD Meet CEO: ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କ ନିକଟରେ ବିଜେପି ବିରୋଧରେ ଫେରାଦ ହୋଇଛି । ବିଜେପିର ପ୍ରାର୍ଥୀ, ପଦାଧିକାରୀ ତଥା କର୍ମୀ ମାନେ ମହିଳା ମାନଙ୍କ ଚରିତ୍ର ସଂହାର ସହ ସରକାରୀ କର୍ମଚାରୀମାନଙ୍କୁ ଦଳ ପାଇଁ କାମ କରିବାକୁ କହୁଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 14, 2024, 5:04 PM IST

ସିଇଓଙ୍କୁ ଫେରାଦ ହେଲା ବିଜେଡି; ମହିଳା ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛି ବିଜେପି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଆଜି ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଯେ, ବିଜେପି ପ୍ରାର୍ଥୀ, ପଦାଧିକାରୀ ତଥା କର୍ମୀମାନେ ନିର୍ବାଚନ ପରିପ୍ରେକ୍ଷୀରେ ମହିଳାମାନଙ୍କୁ ଟାର୍ଗେଟ କରୁଛନ୍ତି । ଖାସ୍ କରି ଲୋକଙ୍କ ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ମହିଳା ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମହିଳା ମାନଙ୍କୁ ଚରିତ୍ର ସଂହାର କରି ଅପମାନିତ କରାଯାଉଛି ଓ ଧମକ ମଧ୍ୟ ଦିଆଯାଉଛି । ଏତଦ୍ ବ୍ୟତୀତ ସରକାରୀ କର୍ମଚାରୀ ମାନଙ୍କୁ ବିଜେପିକୁ ସମର୍ଥନ କରିବାକୁ ଚାପ ପ୍ରୟୋଗ କରାଯାଉଛି । କେନ୍ଦ୍ରରେ ବିଜେପି ଶାସିତ ସରକାର ଥିବାରୁ ସେମାନଙ୍କୁ ବଦଳି କରିବାର ଧମକ ଦିଆଯାଉଛି ।

ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରେ ବିଡିଓ, ତହସିଲଦାର ଭଳି ସରକାରୀ କର୍ମଚାରୀ ମାନଙ୍କୁ ବଦଳି କରିଦେବାକୁ ଧମକ ଦିଆଯାଉଛି । ଏହାସହ ସୁଲତା ଏହା ମଧ୍ୟ କହିଛନ୍ତି, "ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି ଦଳ । ମାତ୍ର ଏହାର କିଛି ହେବ ନାହିଁ । କେବେ ହେଲେ ବିଜେପିର ନେତା କର୍ମୀମାନେ ମହିଳାଙ୍କୁ ସମ୍ମାନ ଦେଇନାହାନ୍ତି । ମହିଳାମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଜେପି କେବେ ବି ମହିଳାମାନଙ୍କ ପାଇଁ କୌଣସି କାମ କରିଥାନ୍ତେ ତାହେଲେ ମହିଳାଙ୍କ ସମର୍ଥନ ତାଙ୍କୁ ମିଳିଥାନ୍ତା ଓ ସେମାନେ ଆଗ୍ରହ ସହିତ ଆସି ପ୍ରାର୍ଥୀଙ୍କୁ ସହଯୋଗ କରିଥାନ୍ତେ । ବିଜେପି ଦଳର ନେତାମାନେ କେବଳ ନିଜର ପ୍ରତିପତ୍ତି ବଜାୟ ରଖିବାକୁ ଚାହିଁଥାନ୍ତି । ବିଜେପି ଦଳ ଏକ ବିଶୃଙ୍ଖଳିତ ଦଳ । ଯାହାର କୁପ୍ରଭାବ ଏବେ ମହିଳାଙ୍କ ଉପରେ ପଡୁଛି । ସାଧାରଣ ଲୋକେ ଏହାର ଜବାବ ଆଗାମୀ ନିର୍ବାଚନରେ ଭୋଟ ଜରିଆରେ ଦେବେ ।" ପୂର୍ବରୁ ବିଜେଡି ଏ ସମ୍ପର୍କରେ ବାରମ୍ବାର ସିିଇଓଙ୍କ ନିକଟରେ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ... ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା; ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି - BJD Meets CEO

ପ୍ରକାଶଯୋଗ୍ୟ ଯେ ଗତକାଲି (ଶନିବାର) ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଜେଡି ଅଭିଯୋଗ କରିଥିଲା ଯେ "ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଖୋଲାମଞ୍ଚରୁ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଗଣମାଧ୍ୟମ ସାମ୍ନାରେ ସେ ଧମକାଇଛନ୍ତି । ସେହିପରି ପ୍ରଶାନ୍ତ ଜଗଦ୍ଦେବ ଖୋଲାଖୋଲି ଜଙ୍କିଆରେ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି । କେବଳ ଏତିକି ନୁହେଁ ସେ ରାତିରେ ମଦ ପିଇ ଜଙ୍କିଆ ଥାନାକୁ ଯାଇ ପୋଲିସକୁ ଧମକାଇଛନ୍ତି । ଏଫଆଇଆର ନରଖିବାକୁ ସେ ପୋଲିସକୁ ଧମକ ଦେଇଛନ୍ତି । ଏହା ପୂର୍ବରୁ ସେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.