ETV Bharat / state

ଜଗତସିଂହପୁରରେ ବିଜେଡିର ସଂକଳ୍ପ ସମାବେଶ, ନେତାଙ୍କ ପ୍ରଚାର ଜୋରାଦାର - 2024 Election - 2024 ELECTION

Election Campaign: ବିଜେଡି ପକ୍ଷରୁ ଜଗତସିଂହପୁରରେ ସଂକଳ୍ପ ସମାବେଶ ଅନୁଷ୍ଠିତ । ପ୍ରଚାରରେ କମ୍ପିଲା ସହରର ଗଳି କନ୍ଧି । ଅଧିକ ପଢନ୍ତୁ

2024 ELECTION
2024 ELECTION
author img

By ETV Bharat Odisha Team

Published : Apr 27, 2024, 2:02 PM IST

2024 ELECTION

ଜଗତସିଂହପୁର: ନିର୍ବାଚନ ଯେତିକି ପାଖଉଛି ପ୍ରଚାର ମଇଦାନ ସେତିକି ସରଗରମ ହେଉଛି । ଶୁକ୍ରବାର ଠାରୁ ଜଗତସିଂହପୁର ଜିଲ୍ଲା ବିଜେଡି ପକ୍ଷରୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ।

ଜଗତସିଂହପୁର ଉପକଣ୍ଠ ନୂଆପୋଲ ନିକଟରୁ ଏକ ବାଇକ ରାଲିରେ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ସହରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ଚର୍ଚିକା ବଜାର ନିକଟରେ ଆୟୋଜିତ ସଂକଳ୍ପ ସମାବେଶ ରେ ଯୋଗ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ଶାସନ କାଳରେ ଜିଲ୍ଲାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ରାସ୍ତା ଘାଟ ନିର୍ମାଣ ଠାରୁ ଆରମ୍ଭ କରି ପାନୀୟ ଜଳ, ଡାକ୍ତର ଖାନା, ମହିଳା, ଯୁବକ ଓ ଛାତ୍ର ମାନଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରିଆସୁଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ସାରା ଭାରତରେ ଏକ ରେକର୍ଡ ସୃଷ୍ଟି କରିବେ।

ଏହା ମଧ୍ୟ ପଢନ୍ତୁ-ପାଖେଇ ଆସୁଛି ନିର୍ବାଚନ, ବୌଦ୍ଧରେ କେମିତି ଅଛି ରାଜନୀତି ପାଣିପାଗ - Odisha Assembly Election 2024

ବିଜୁ ଜନତା ଦଳରେ ସାମିଲ ହେଲାପରେ ଚିରଞ୍ଜୀବ ବିଶ୍ୱାଳ ପ୍ରଥମ ଥର ପାଇଁ ବିଜେଡିର ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଚିରଞ୍ଜୀବ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ସେ ପ୍ରଭାବିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପ୍ରାର୍ଥୀତ୍ବ କୁ ନେଇ କୌଣସି ଦ୍ଵନ୍ଦ ନାହିଁ, ରାଜନୀତିରେ ମତ ପରିବର୍ତ୍ତନ କରିବା କିଛି ନୂଆ କଥା ନୁହେଁ ବୋଲି କହିଥିଲେ ଚିରଞ୍ଜୀବ । 2019 ସାଧାରଣ ନିର୍ବାଚନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଟିକେଟରୁ ଚିରଞ୍ଜୀବ ପ୍ରାର୍ଥୀ ହୋଇ 61 ହଜାର 500 ସହ ଭୋଟ୍ ପାଇଥିଲେ। ସେହି ସମୟରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ପ୍ରଶାନ୍ତ ମୁଦୁଲି ଚିରଞ୍ଜୀବଙ୍କୁ 8ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଚଳିତ 2024 ସାଧାରଣ ନିର୍ବାଚନରେ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ସାମିଲ ହେବାପରେ ଦଳର ଶକ୍ତି ବୃଦ୍ଧି ପାଇଛି ବୋଲି କୁହାଯାଇଛି । ଅପରପକ୍ଷରେ ବିଜେପିରୁ ଯୁବ ନେତା ଅମରେନ୍ଦ୍ର ଦାସ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଆଜି ପର୍ଯ୍ୟନ୍ତ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.