ETV Bharat / state

ମିଛ ପ୍ରତିଶୃତି ଲେଖି ଭୋଟରଙ୍କୁ ଭ୍ରମିତ କରୁଛି ବିଜେପି: ବିଜେଡି - BJD MEETS CEO

author img

By ETV Bharat Odisha Team

Published : May 11, 2024, 9:58 PM IST

BJD MEETS CEO: ବିଜେପି ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେଡି । ଅଧିକ ପଢନ୍ତୁ

BJD MEETS CEO
BJD MEETS CEO (ETV Bharat Odisha)
BJD MEETS CEO (ETV Bharat Odisha)

ସମ୍ବଲପୁର: ବିଜେପି ବିରୋଧରେ ନିର୍ବାଚନ ଆୟୋଗକୁ ଦାବିପତ୍ର ଦେଲା ବିଜେଡି l ବିଜେପି ବରାମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି l ଏହା ସହ ବିଜେପି ମିଛ ପ୍ରତିଶୃତି ଲେଖି ଭୋଟରଙ୍କୁ ଭ୍ରମିତ କରୁଛି ବୋଲି ବିଜେଡି କହିଛି l ଏନେଇ ଦଳ ପକ୍ଷରୁ ଲେଖାଯାଉଥିବା ପ୍ରତିଶୃତି ବିଜେପିର ମେନିଫେଷ୍ଟୋରେ ନାହିଁ ବୋଲି ଅଭିଯୋଗ କରିଛି ବିଜେଡି l ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

ବିଜେଡି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛି ଯେ, ସମ୍ବଲପୁରରେ ବିଜେପି ଦାଦାଗିରି କରୁଛି । ଆଦର୍ଶ ଆଚରଣ ବିଧିର ସମସ୍ତ ନିୟମ ନୀତିକୁ ଜଳାଞ୍ଜଳୀ ଦେଇ ପ୍ରଚାର ନାଁରେ ସରକାରୀ କାନ୍ଥ ଗୁଡିକରେ ବିଜ୍ଞାପନ ମୋହର ମାରୁଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିବାରେ ଭାରତୀୟ ଜନତା ପାର୍ଟି ଓ ତାର ନେତାମାନେ ଅଭ୍ୟସ୍ତ ଅଟନ୍ତି l ଏହା ବିରୋଧରେ ସମ୍ବଲପୁର ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛି ବିଜୁ ଜନତା ଦଳ । ଦଳର ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସାଙ୍ଗରେ ବିଜୁ ଜନତା ଦଳର ମୁଖପାତ୍ର ଡ.ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ ।

ବିଜେପିର ନେତାମାନେ ନିର୍ବାଚନ ସମୟରେ ମନମୁଖୀ କାର୍ଯ୍ୟ କରୁଛନ୍ତି । ପ୍ରଥମତଃ ସରକାରୀ କାନ୍ଥରେ ନିର୍ବାଚନୀ ବିଜ୍ଞାପନ ମାରୁଛନ୍ତି । ସମ୍ବଲପୁର ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥରେ କାନ୍ଥଚିତ୍ର କରୁଛନ୍ତି । ପୁଣି ଯେଉଁ ପ୍ରତିଶୃତି ସର୍ମ୍ପକରେ ଲେଖାଯାଉଛି ତାହା ସମ୍ପୁର୍ଣ୍ଣ ମିଛ ଅଟେ । କାରଣ ଭାରତୀୟ ଜନତା ପାର୍ଟି ତରଫରୁ ଜାରି କରାଯାଇଥିବା ମେନିଫେଷ୍ଟୋରେ ସେ ସର୍ମ୍ପକରେ କିଛି ଉଲ୍ଲେଖ କରାଯାଇନାହିଁ । କାନ୍ଥ ମାନଙ୍କରେ ମିଛ ପ୍ରତିଶୃତି ଉଲ୍ଲେଖ କରି ସାଧାରଣଙ୍କ ଭୋଟରଙ୍କୁ ଭ୍ରମିତ କରୁଥିବା, ବିଜୁ ଜନତା ଦଳ ଅଭିଯୋଗ ଆଣିଛି । ତେଣୁ ଏ ଦିଗରେ ଧ୍ୟାନଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ।

ଏହା ମଧ୍ୟ ପଢନ୍ତୁ....'ଏମ୍‌ବିକେଙ୍କୁ ଫୋନ କରି ଧମକାଉଛନ୍ତି ପ୍ରଶାନ୍ତ ଜଗଦେବ'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD Meets CEO

ଏହି ପରିପ୍ରେକ୍ଷୀରେରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିକୁ ପରାଜୟ ଚିନ୍ତା ଘାରିଲାଣି । ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ବଳ ବୃଦ୍ଧି ପାଉଥିବା ଦେଖି ସେମାନଙ୍କର ନିଦ ହଜିଯାଇଛି । ତେଣୁକରି ତାଙ୍କୁ ନିର୍ବାଚନରେ ଚେକ୍ ଦେବାକୁ ବିଜେପି ମିଛ ପ୍ରତିଶୃତିର ସାହାରା ନେଉଛି । ବିଗତ ନିର୍ବାଚନରେ ମଧ୍ୟ ବିଜେପି ଏଭଳି ଧୁଆଁବାଣ ମାରି ଜିତିଥିଲା । କିନ୍ତୁ ଚଳିତ ନିର୍ବାଚନରେ ବିଜେପିର ଷଡଯନ୍ତ୍ର କାମ କରିବନି । ଲୋକେ ସେମାନଙ୍କର ଚାଲ ବୁଝିସାରିଲେଣି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.