ETV Bharat / state

ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ବିଜେପି ଦେଉ ସୁଯୋଗ: ବିଜେଡି - BJD MEET CEO

author img

By ETV Bharat Odisha Team

Published : Apr 26, 2024, 9:20 PM IST

CODE OF CONDUCT VIOLATION: ବିଜେପିର ଯାଜପୁର ସଂସଦୀୟ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ବିରୋଧରେ ଆସିଲା ଆଚରଣ ବିଧି ଉଲ୍ଲଙ୍ଘନର ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ଅଧିକ ପଢନ୍ତୁ

ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ବିଜେପି ଦେଉ ସୁଯୋଗ:- ବିଜେଡି

ଭୁବନେଶ୍ବର: ବିଜେପି ବିରୋଧରେ ଆସିଲା ଆଚରଣ ବିଧି ଉଲ୍ଲଙ୍ଘନର ଅଭିଯୋଗ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାଜ୍ୟରେ ଆୟୋଜନ ହେଉ ଅବାଧ ଓ ନିରପେକ୍ଷ ନିର୍ବାଚନ । ବିଜେପି ନେତା ଏଥିପାଇଁ ଦିଅନ୍ତୁ ସୁଯୋଗ । ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନରୁ କ୍ଷାନ୍ତ ରହୁ ବିଜେପି । ଏନେଇ ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।

ରାଜ୍ୟସଭା ସାଂସଦ ତଥା ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ, ବିଜେଡିର ଏକ ପ୍ରତିନିଧି ଦଳ ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ ନେଇ ଅଭିଯୋଗ କରିଛୁ । ଆମେ ଆଣିଥିବା ଅଭିଯୋଗ ନୂଆ ନୁହେଁ । ଆଗରୁ ମଧ୍ୟ ଏଭଳି ଅଭିଯୋଗ ନେଇ ଆସିଛୁ । ଯେତେବେଳେ ଦେଖିବ ଯଥା ପୂର୍ବାଂ ତଥା ପରଂ ପରି ବିଜେପି ନେତା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ଚାଲୁଛନ୍ତି । ଅଭିଯୋଗ ପରେ ବି ବିଜେପି ଓ ବିଜେପି ନେତା ସୁଧୁରୁ ନାହାଁନ୍ତି । ବିଜେପି କୌଣସି ନିୟମକୁ ମାନେ ନାହିଁ । ଯାଜପୁର ଜିଲ୍ଲା ରସଲପୁର ବ୍ଲକ ବାଲିପାଟଣା ପଞ୍ଚାୟତରେ ଥିବା ଗୋପୀନାଥ ଜିୟୁ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ବିଜେପିର ଯାଜପୁର ସଂସଦୀୟ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଗୋପୀନାଥ ଜିୟୁ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏକ ଶୋକ ସଭାରେ ସାମିଲ ହୋଇଛନ୍ତି । ସମ୍ବେଦନହୀନ ଭାବେ ସେ ଶୋକସଭାକୁ ଦଳୀୟ ଉତ୍ତରୀୟ ପକାଇ ଯାଇଛନ୍ତି । ବିଜେପିଙ୍କୁ କେମିତି ଭୋଟ ମିଳିବ ଶୋକସଭାରେ ସେ ଆଲୋଚନା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖର କଥା । ଶୋକ ସଭାକୁ ଯାଇ ନିର୍ବାଚନ ପ୍ରଚାର କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । ଦ୍ଵିତୀୟ କଥା ହେଉଛି ଗୋଟେ ସରକାରୀ ସ୍କୁଲକୁ ଦଳୀୟ ଉତ୍ତରୀୟ ପକାଇ ଯିବା ବି ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ।

ଏହା ମଧ୍ୟ ପଢନ୍ତୁ..... ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - Code Of Conduct Violation

ଆଚରଣ ବିଧିର ଉଲ୍ଲଙ୍ଘନର ସମସ୍ତ ତଥ୍ୟ ଓ ଫଟୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛୁ । ଆମର ଆଶା ବିଜେପି ନେତାଙ୍କ ମନରେ ଭୟ ଓ ବ୍ୟବହାରରେ ସୁଧାର ଆସୁ । ଓଡିଶାରେ ସେ ଆଉ ଆଦର୍ଶ ଆଚରଣ ବିଧିର ଆଉ ଉଲ୍ଲଘଂନ ନକରନ୍ତୁ । ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ସେମାନେ ସୁଯୋଗ ଦିଅନ୍ତୁ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସ୍ଵୟଂ ପ୍ରକାଶ ମହାପାତ୍ର, ମିହିର ରାୟ, ତୁମ୍ବାନାଥ ପଣ୍ଡା, ମଧୁସ୍ମିତା ନାୟକ, ସୋଫିଆ ଆଲାମ, ପ୍ରିୟବ୍ରତ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.