ETV Bharat / state

ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ ? - Odisha Assembly results 2024

author img

By ETV Bharat Odisha Team

Published : Jun 5, 2024, 2:29 PM IST

Naveen's defeat and BJP landslide victory: ଓଡ଼ିଶାରେ ନବୀନ ଯୁଗର ଅବସାନ । ବିଜେପିର ଅପ୍ରତ୍ୟାଶିତ ବିଜୟ ଦୀର୍ଘ 24 ବର୍ଷର ସ୍ଥିର ଏବଂ ଦୃଢ ସରକାରର ଅନ୍ତ ଘଟାଇଛି । ହେଲେ କିଭଳି ଅବିଶ୍ୱସନୀୟ ସଫଳତା ହାସଲ କଲା ବିଜେପି ? ଓଡିଶାରେ ମୋଦି ଫ୍ୟାକ୍ଟର କାମ ଦେଲା ନା ମହିଳା କାର୍ଡ ? କଣ ସାଜିଲା ବିଜେଡି ପାଇଁ ବୁମେରାଂ ?

ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ  ?
ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ ? (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ଦୀର୍ଘ 24 ବର୍ଷର ସ୍ଥିର ଏବଂ ଦୃଢ ସରକାରର ଅନ୍ତ ଘଟିଛି । ରାଜ୍ୟ ରାଜନୀତିରେ ଭାଙ୍ଗିଛି ବିଜେଡିର ଅଭେଦ୍ୟ ଦୁର୍ଗ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପରାଜୟର ସ୍ବାଦ ଚାଖିବା ସହିତ ‘ଅପରାଜେୟ’ ଟ୍ୟାଗ ହଟିଛି । ଦଳ ଗଠନର 27 ବର୍ଷ ପରେ ପ୍ରଥମ ଥର ପରାଜିତ ହୋଇଛି ବିଜେଡି, ପରାଜିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆଉ 16 ବର୍ଷ ପୂର୍ବେ ମେଣ୍ଟ ସରକାରରେ ଓଡିଶା ଶାସନ ଭାର ସମ୍ଭାଳିଥିବା ଦଳ ବିଜେପି ପୁଣିଥରେ ଏକାକୀ ରାଜ୍ୟରେ ସରକାର କରିବାକୁ ଯାଉଛି ।

24 ମହାସଂଗ୍ରାମରେ ଏକାକୀ 78 ଆସନ ହାସଲ କରି ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ପାର କରିଛି ବିଜେପି । ବିଧାନସଭା ପରି ମଧ୍ୟ ଲୋକସଭାରେ ଓଡିଶାର ସୁନାମୀ ଆସିଛି । 21 ଆସନରୁ 20 ଆସନ ପୋଛି ନେଇଛି ବିଜେପି । ତେବେ କିଭଳି ଅପ୍ରତ୍ୟାଶିତ ସଫଳତା ହାସଲ କଲା ବିଜେପି ?

ଓଡ଼ିଶାରେ ବିଜେପି ସୁନାମୀ ଆସିଲା କିପରି ? ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆକଳନ ଜୋର ଧରିଥିଲା କି ବିଜେଡି-ବିଜେପି ମେଣ୍ଟ କରି ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏପରିକି ବିଜେପି ରାଜ୍ୟ ନେତା ମଧ୍ୟ କେନ୍ଦ୍ରୀୟ ବିଜେପିର ଓଡିଶା ଷ୍ଟ୍ରାଟେଜି ନେଇ ଦ୍ବନ୍ଦ୍ବରେ ପଡିଥିଲେ । ତେବେ ଏକାକୀ ଲଢିବା ନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ରୋକଠୋକ୍ ଏବଂ ଶାଣିତ ପ୍ରତିକ୍ରିୟା ଏବଂ ବିଜେଡି ବିରୋଧୀ ଆକ୍ରମଣାତ୍ମକ ମନୋଭାବ ପାଇଁ ମେଣ୍ଟ ବିଫଳ ହେବା ସହିତ ରାଜ୍ୟରେ ବିଜେପି ଏକା ଲଢିବା ନେଇ ବାଟ ସଫା ହୋଇଥିଲା । ଏହାପରେ ମାପିଚୁପି ଗୋଟି ଚାଳନା ଆରମ୍ଭ କରିଥିଲା ବିଜେପି । ‘ଓଡିଆ ଅସ୍ମିତା’ କାର୍ଡ ଖେଳି ନବୀନ ସରକାରରେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ ଏବଂ କ୍ଷମତାକୁ କବଜା କରିନେବା ପ୍ରସଙ୍ଗରେ ଅହରହ ଆକ୍ରମଣ କରିଥିଲା ।

କାମ ଦେଲା ଓଡ଼ିଆ ଅସ୍ମିତା ଫ୍ୟାକ୍ଟର: ନିର୍ବାଚନ ପ୍ରଚାର ସମୟରେ ମାସାଧିକ କାଳ ବିଜେପି ବିଜେଡି ବିରୋଧରେ ଜୋରଦାର କ୍ୟାମ୍ପେନିଂ କରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଚାରରେ ବାରମ୍ବାର ଆସି ଓଡିଆ ଅସ୍ମିତା ପ୍ରସଙ୍ଗରେ ବିଜେଡିକୁ ଧୋଇଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁଫାନୀ ଏବଂ ମାରାଥନ ପ୍ରଚାର କରିଥିଲେ । ଓଡିଆ ଅସ୍ମିତା, ଶ୍ରୀମନ୍ଦିର ପ୍ରସଙ୍ଗ, ଖଣି, ଚିଟଫଣ୍ଡ, ଦାଦନ ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଘେରିଥିଲେ । ତେବେ ମୋଦି ମେ' 6 ତାରିଖରେ ତାଙ୍କର ପ୍ରଥମ ନିର୍ବାଚନୀ ପ୍ରଚାରରେ ବ୍ରହ୍ମପୁରରେ କହିଥିଲେ, ଆସନ୍ତା ଜୁନ 10 ତାରିଖରେ ରାଜ୍ୟରେ ଜଣେ ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଏଥର ବିଜେପି ଷ୍ଟ୍ରାଟେଜିରେ କ'ଣ ପରିବର୍ତ୍ତନ କରିଥିଲା:-

ଏଥର ବିଜେପି କ୍ୟାମ୍ପେନିଂରେ 2019ର ଭୁଲକୁ ଦୋହରାଇ ନଥିଲା । କାରଣ 2019ରେ ବିଜେପି ନବୀନଙ୍କୁ ସିଧାସଳଖ ଆକ୍ରମଣ କରି କୌଣସି ସଫଳତା ପାଇନଥିଲା । ମାତ୍ର 23ଟି ଆସନ ଜିତିବାରେ ସଫଳ ହୋଇଥିଲା । କିନ୍ତୁ ଏଥର ବିଜେପି ନବୀନଙ୍କ ବଦଳରେ ଟାର୍ଗେଟ କରିଥିଲା ପାଣ୍ଡିଆନଙ୍କୁ । ବିଜେପି ତାର ପୁରା କ୍ୟାମ୍ପେନିଂରେ ପାଣ୍ଡିଆନ ଏବଂ ତାମିଲ କାର୍ଡ ଖେଳିଥିଲା । ଲୋକଙ୍କ ମଧ୍ୟରେ ପାଣ୍ଡିଆନଙ୍କ ପ୍ରତି ଥିବା ବିରୋଧାଭାଷକୁ ବୁଝିବାରେ ସଫଳ ହୋଇଥିଲା ବିଜେପି । ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହିତ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଣେ ବାହାର ଲୋକ ହାତ ଥିବା ସ୍ବର ଉଠାଇଥିଲା ବିଜେପି ।

ବିଜେଡିକୁ କେମିତି ଚେକମେଟ୍ ଦେଲା ବିଜେପି:-

ରାଜ୍ୟରେ ବିଜେଡିର ବର୍ଷ ବର୍ଷ ଧରି ନିରଙ୍କୁଶ କ୍ଷମତା ହାସଲ ପଛରେ କେବଳ ଗୋଟିଏ ଚେହେରା ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତୀ ପାଇଁ ସୁଶାସନ ଟ୍ୟାଗ ହାତେଇଛି ବିଜେଡି ସରକାର । ତେବେ କୋଭିଡ ସମୟରେ ଏବଂ ପରବର୍ତ୍ତୀ ସମୟରେ ନବୀନ ନିବାସରେ ରାଜ୍ୟର କ୍ଷମତା କେନ୍ଦ୍ରୀଭୂତ ହୋଇଥିଲା । 6ଥର ପାଇଁ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖିଥିବା ନବୀନ ପଟ୍ଟନାୟକ କେବଳ ଆଉ କେବଳ ନବୀନ ନିବାସରେ ଅଧିକ ସମୟ କାଟିଥିଲା ଏବଂ ଏହା ମଧ୍ୟକୁ ନେତା ମନ୍ତ୍ରୀ ତଥା ଜନସାଧାରଣଙ୍କ ପ୍ରବେଶ ଧିରେ ଧିରେ ବନ୍ଦ ହୋଇଥିଲା । ଯାହା ବିଜେଡି ବିରୋଧରେ ଜନ ଅସନ୍ତୋଷକୁ ପୁଞ୍ଜିଭୂତ କରିଥିଲା । ଏହାର ଫାଇଦା ଉଠାଇଥିଲା ବିଜେପି । ଏହାକୁ ପ୍ରସଙ୍ଗ କରିବା ସହିତ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗ ମଧ୍ୟ ଉଠାଇଥିଲା ।

ବୟସାଧିକ କାରଣରୁ ନବୀନ ଅଧିକ କ୍ୟାମ୍ପେନିଂ ନକରିପାରିବା ଏବଂ ତାଙ୍କ ବଦଳରେ ପାଣ୍ଡିଆନ ଏକାକୀ 147 ବିଧାନସଭା ମଣ୍ଡଳୀରେ ହେଲିକପ୍ଟରରେ ବୁଲି ବୁଲି କ୍ୟାମ୍ପେନିଂ କରିବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଏପରିକି ନିର୍ବାଚନ ପ୍ରଚାରରେ ନବୀନ ନା ଅଧିକା ଭାଷଣ ଦେଲେ ନା ଲୋକଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରିପାରିଲେ, ଏହାସହିତ ଷ୍ଟାର କ୍ୟାମ୍ପେନର ନା ଘୋଷଣା ଖାଲି ନାଁକୁ ମାତ୍ର ଥିଲା । ଯାହା ଦଳ ପାଇଁ ବୁମେରାଂ ହୋଇଥିଲା ।

ନବୀନଙ୍କ ଡଙ୍ଗା ଡୁବାଇଲେ ସ୍ଥାନୀୟ ନେତା:- ଦୁର୍ବଳ ପ୍ରାର୍ଥୀ ଚୟନ !

ଯଦିଓ ରାଜ୍ୟବାସୀଙ୍କ ଆଖିରେ ନବୀନ ଜଣେ ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ଚେହେରା ହେଲେ ବ୍ଲକ ଏବଂ ତହସିଲ ସ୍ତରରେ ସ୍ଥାନୀୟ ନେତାଙ୍କ ବ୍ୟାପକ ଦୁର୍ନୀତି ବିଜେଡି ପାଇଁ କାଳ ସାଜିଲା । ନବୀନଙ୍କ ଶାସନ ଷ୍ଟାଇଲକୁ ଲୋକେ ସମର୍ଥନ କରୁଥିଲେ ବି ସ୍ଥାନୀୟ ନେତାଙ୍କ ମାତ୍ରାଧିକ ଦୁର୍ନୀତିଗ୍ରସ୍ତତା ଦଳ ପାଇଁ ମହଙ୍ଗା ପଡିଲା । ପକ୍କା ଘର ଯୋଜନାଠାରୁ ଆରମ୍ଭ କରି ପେନସନ ଯୋଜନା- ଦୁର୍ନୀତିର ସ୍ତର ଦିନକୁ ଦିନ ବୃଦ୍ଧି ପାଇ ଦଳ ଲୋକଙ୍କ ଆଶୀର୍ବାଦ ପାଇବାରେ ବିଫଳ ହେଲା ।

ଖାଲି ସେତିକି ନୁହେଁ, ବିଜେଡି ମଧ୍ୟ ଟିକେଟ ବଣ୍ଟା ପାଇଁ ବହୁତ କ୍ଷତି ସହିଛି । ଯାହା ଦଳର ବଡ ଭୁଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ତୃଣମୂଳ ସ୍ତରରେ ସରକାର ବିରୋଧୀ ହାଓ୍ବା ଥିବା ସତ୍ତ୍ବେ ଦଳ ଏକାଧିକ ନିର୍ବାଚନ ମଣ୍ଡଳୀରେ ଟିକେଟ ବଦଳାଇ ନଥିଲା ।

କଂଗ୍ରେସ ଭୋଟ ସେୟାରର କ'ଣ ରହିଛି ଗଣିତ:- ପୂର୍ବରୁ ବିଜେଡି ସବୁବେଳେ ରାଜ୍ୟରେ ତ୍ରିମୁଖୀ ଲଢେଇରୁ ଫାଇଦା ଗୋଟାଉଥିଲା । ଏଥିରେ କଂଗ୍ରେସ, ବିଜେପି ଭୋଟ ସେୟାର ଖସାଇବା ସହିତ ବିଜେଡିକୁ ଫାଇଦା ଦେଉଥିଲା । ତେବେ ଏଥର ଅନେକ ଆସନରେ ଦ୍ବିପାକ୍ଷିକ ଲଢେଇ ହୋଇଥିଲା । ଏଥିରେ ବିଜେଡି ବିରୋଧୀ ହାଓ୍ବା ବିଜେପିକୁ ସରକାରକୁ ଆସିବାରେ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.