ETV Bharat / state

ଆଚ୍ଛେଦିନ ନୁହେଁ ନିରାଶଜନକ ବଜେଟ: ଭୁପିନ୍ଦର ସିଂ

author img

By ETV Bharat Odisha Team

Published : Feb 1, 2024, 10:47 PM IST

BJD Leaders Reaction: ବିଜେଡିର ବରିଷ୍ଠ ବିଧାୟକ ଭୁପିନ୍ଦର ସିଂ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ଲାଗି ଆବାସ ଯୋଜନା ଦେବେ ବୋଲି କେନ୍ଦ୍ର ବଜେଟରେ ଘୋଷଣା ହୋଇଛି । ଯାହା ଆଶ୍ଚର୍ଯ୍ୟ କରୁଛି । ଓଡିଶା ପାଇବାକୁ ଥିବା ହକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବନ୍ଦ କରିବାକୁ କୁହାଗଲା । ଓଡ଼ିଶାକୁ ନଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଗଲା । ଅଧିକ ପଢନ୍ତୁ

ଆଚ୍ଛେଦିନ ନୁହେଁ ନିରାଶଜନକ ବଜେଟ : ବିଜେଡି ବିଧାୟକ ଭୁପିନ୍ଦର ସିଂ

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପାର୍ଲିଆମେଣ୍ଟରେ କାମଚଳା ବଜେଟ ଆଗତ କରିଛନ୍ତି । ଏହାକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ବିଜେଡିର ବରିଷ୍ଠ ବିଧାୟକ ଭୁପିନ୍ଦର ସିଂ ବଜେଟକୁ ନେଇ ବ୍ୟକ୍ତିଗତ ମତ ରଖିଛନ୍ତି । ଆଚ୍ଛେଦିନ ନୁହେଁ ଏହା ନିରାଶଜନକ ବଜେଟ ବୋଲି ଭୁପିନ୍ଦର କହିଛନ୍ତି ।

ବିଜେଡିର ବରିଷ୍ଠ ବିଧାୟକ ଭୁପିନ୍ଦର ସିଂ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ଲାଗି ଆବାସ ଯୋଜନା ଦେବେ ବୋଲି କେନ୍ଦ୍ର ବଜେଟରେ ଘୋଷଣା ହୋଇଛି । ଯାହା ଆଶ୍ଚର୍ଯ୍ୟ କରୁଛି । ଓଡିଶା ପାଇବାକୁ ଥିବା ହକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବନ୍ଦ କରିବାକୁ କୁହାଗଲା । ଓଡ଼ିଶାକୁ ନଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡିଶାକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରାଗଲା । ପଶ୍ଚିମ ଓଡିଶାର 10 ଜିଲ୍ଲାକୁ ଘର ମିଳିଲା ନାହିଁ । ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଘୋଷଣା ହେବ ବୋଲି ଆଶା ଥିଲା । ତାହା ନହେବା ଆଶ୍ଚର୍ଯ୍ୟ କରୁଛି । ପେଟ୍ରୋଲ ଓ ଡିଜେଲ ଦର ନକମିଲେ ଦରଦାମ ନିୟନ୍ତ୍ରଣ ହେବନାହିଁ । ଦେଶରେ ବର୍ତ୍ତମାନ ଗୋଟିଏ ମୁଦ୍ଦା ହେଉଛି ଦରଦାମ ନିୟନ୍ତ୍ରଣ । ଆଚ୍ଛେଦିନ ଆଣିବା ଲାଗି କେବଳ ଦରଦାମ ନିୟନ୍ତ୍ରଣ ଆବଶ୍ୟକ ଥିଲା । କୃଷକଙ୍କୁ ଏମଏସପି ବଢିବ ଓ ପ୍ୟାକେଜ ମିଳିବ ବୋଲି ଆଶା ଥିଲା, ହେଲା ନାହିଁ ।

ଅଧିକ ପଢନ୍ତୁ- ବଜେଟ 2024: ବଜେଟରୁ ଓଡିଶା କଣ ପାଇବ ବୁଝାଇଲେ ଧର୍ମେନ୍ଦ୍ର

ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ଅୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା ହୋଇଛି । ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ଓଡିଶା ସରକାର ସାମିଲ କରିଛନ୍ତି । ବାକି ଥିବା ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ - ନବୀନରେ ସାମିଲ ହେବେ । ଯଦି ସାହାଯ୍ୟ କରିବାର ଅଛି ତେବେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦରମା ବୃଦ୍ଧି କରନ୍ତୁ । ଅଙ୍ଗନବାଡି ଓ ଆଶାକର୍ମୀଙ୍କର ଏହା ଦୀର୍ଘ ଦିନର ଦାବି । ଅଙ୍ଗନବାଡି ଓ ଆଶାକର୍ମୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । କୋଭିଡ଼ ସମୟରେ ଅଙ୍ଗନବାଡି ଓ ଆଶାକର୍ମୀ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଯେତେ ଧନ୍ୟବାଦ ଦେଲେ କମ ହେବ । ଅଙ୍ଗନବାଡି ଓ ଆଶାକର୍ମୀଙ୍କ ବିକାଶ ଭାରତ ସରକାରଙ୍କ ଦାୟିତ୍ବ । ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ଦରମା ବଢ଼େଇବେ ବୋଲି ଆଶା ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.