ETV Bharat / state

ମୋହର ବାଜିନି ଦେଖାଦେଲାଣି କନ୍ଦଳ, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ବିରୋଧରେ ମେଳି - Rift in Chitrakonda BJD

author img

By ETV Bharat Odisha Team

Published : Mar 28, 2024, 12:10 PM IST

Updated : Mar 28, 2024, 1:45 PM IST

Rift in Chitrakonda BJD: ଲକ୍ଷ୍ମୀପ୍ରିୟା ନାୟକଙ୍କୁ ନେଇ ଚିତ୍ରକୋଣ୍ଡା ବିଜେଡିରେ କନ୍ଦଳ । ଲକ୍ଷ୍ମୀପ୍ରିୟାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ବିରୋଧ କରି ମେଳି ବାନ୍ଧିଲେ ବିଜେଡିର ୪ଟି ବ୍ଲକର ଜନପ୍ରତିନିଧି । ଅଧିକ ପଢନ୍ତୁ

Etv Bharat
Etv Bharat
ମୋହର ବାଜିନି ଦେଖାଦେଲାଣି କନ୍ଦଳ, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ବିରୋଧରେ ମେଳି

ମାଲକାନଗିରି: ବିଜେଡି ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ନେଇ ପୁଣିଥରେ ମାଲାକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟାଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏମିତିକି ବିଜେଡି ସୁପ୍ରିମୋ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରିଥିବା ତାଙ୍କର କିଛି ସହଯୋଗୀ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚିତ୍ରକୋଣ୍ଡା ବିଜେଡିରେ ତେଜିଛି ବିରୋଧ । ମାଥିଲି, ଖଇରପୁଟ, କୋରକୁଣ୍ଡା ଓ ଚିତ୍ରକୋଣ୍ଡା ଆଦି ଚାରୋଟି ବ୍ଲକର ନିର୍ବାଚିତ ବିଜେଡି ଜନପ୍ରତିନିଧିମାନେ ସୋମନାଥପୁର ପଞ୍ଚାୟତର ରାଙ୍ଗାମଗୁଡା ଗାଁରେ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ମେଳି କରିଛନ୍ତି ।

ମେଳିରେ ଉପସ୍ଥିତ ଥିବା ଲୋକ ପ୍ରତିନିଧିଙ୍କ କହିବା କଥା ହେଲା, ଲକ୍ଷ୍ମୀପ୍ରିୟା ପ୍ରଥମେ କଂଗ୍ରେସରୁ ଆସିଛନ୍ତି । ସେ ଏହି ଅଞ୍ଚଳର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ ମଧ୍ୟ କୌଣସି ଲୋକାଭିମୁଖି କାର୍ଯ୍ୟ କରିନାହାନ୍ତି । ଏମିତିକି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କୌଣସି ଲୋକଙ୍କ ସହ ତାଙ୍କର ସୁସମ୍ପର୍କ ନାହିଁ । ସେ କେବଳ ମାଲକାନଗିରି ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ସମ୍ପର୍କ ରଖିଛନ୍ତି । ତାଙ୍କ ଦାଦା ପୂର୍ଣ୍ଣଚନ୍ଦ୍ର ବାକା ବର୍ତ୍ତମାନର ବିଧାୟକ ଅଛନ୍ତି କିନ୍ତୁ ସେ ଅଞ୍ଚଳବାସୀଙ୍କ ପାଇଁ କୌଣସି ଜନହିତକର କାର୍ଯ୍ୟ କରିନାହାନ୍ତି । ବାକା ପରିବାର ଏହିଭଳି ପରିବାରବାଦ ରାଜନୀତି କରିଛନ୍ତି କହି ବିରୋଧର ନାରା ଦେଇଛନ୍ତି ଜନପ୍ରତିନିଧି । ଏହାସହ ଲକ୍ଷ୍ମୀପ୍ରିୟାଙ୍କୁ ଯଦି ଦଳ ଟିକେଟ୍ ଦିଏ ତାହେଲେ ସେ ନିଶ୍ଚିତ ଭାବେ ହାରିବେ । ଏଣୁ ତାଙ୍କ ବଦଳରେ ଯାହାକୁ ବି ଦଳ ଟିକେଟ୍ ଦବ ସେ ନିଶ୍ଚୟ ଜିତିବେ ଏବଂ ତାଙ୍କୁ ଜିତିବାରେ ସେମାନେ ସହଯୋଗ କରିବେ ବୋଲି କହିଛନ୍ତି ।

ଲକ୍ଷ୍ମୀପ୍ରିୟା ନାୟକ ୨୦୧୭ ମସିହାରେ ମାଥିଲି ବ୍ଲକର ଅଧ୍ୟକ୍ଷା ରହିଥିଲେ । ୨୦୧୯ ମସିହାରେ କଂଗ୍ରେସ ଟିକେଟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ନିଜ ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିପକ୍ଷରେ ଲଢି ୪ ହଜାର ଭୋଟରେ ପରାଜିତ ହୋଇଥିଲେ । ଏହାପରେ ସେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ମିଶି ବିଜୁ ଜନତା ଦଳରେ ସାମିଲ୍ ହୋଇଥିଲେ । ପରେ ସେ ମାଥିଲି ଜୋନ୍ ୧ରୁ ଜିଲ୍ଲା ପରିଷଦ ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ । ଏହାସହ ତାଙ୍କୁ ବିଜେଡି ମହିଳା ସଭାପତି ରୂପେ ଦାୟିତ୍ବ ଦେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ: କଟକ ବିଜେଡିରେ ଗୋଷ୍ଠୀକନ୍ଦଳ ! ହୋଲି ଉତ୍ସବକୁ ଆସିଲେନି ମେୟର - Rift In Cuttack BJD

ଆସନ୍ତା ନିର୍ବାଚନ ପାଇଁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଲକ୍ଷ୍ମୀପ୍ରିୟାଙ୍କ ସମେତ ବର୍ତ୍ତମାନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ତାଙ୍କ ପୁଅ ତଥା ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା, ପୂର୍ବତନ ବିଧାୟକ ଡମ୍ବୁରୁ ସିସା ଏବଂ ପୋଲିସ୍ ଏସଆଇ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ପୁଅ ବଣ୍ଟି ମୁଦୁଲି ପ୍ରମୁଖ ଟିକେଟ୍ ଆଶାୟୀ ରହିଛନ୍ତି । ସମ୍ଭାବ୍ୟ ତାଲିକାରେ ଲକ୍ଷ୍ମୀପ୍ରିୟାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।

ଏପରି ସ୍ଥିତିରେ ୪ଟି ବ୍ଲକର ଜନପ୍ରତିନିଧିଙ୍କ ଏହି ବିରୋଧ ବୈଠକ ଚିତ୍ରକୋଣ୍ଡା ବିଜେଡିରେ ଫାଟକୁ ପଦାରେ ପକାଇଛି । ଏନେଇ ଲକ୍ଷ୍ମୀପ୍ରିୟାଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବିଜେଡି ଜିଲ୍ଲା ସଭାପତି ତଥା ମାଲକାନଗିରି ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ କହିଛନ୍ତି ଯେ, ବିଜେଡି କର୍ମୀଙ୍କ ମଧ୍ୟରେ କୌଣସି ଫାଟ ନାହିଁ । ଦଳ ସୁପ୍ରିମୋ ଯାହାକୁ ଟିକେଟ୍ ଦେବ ତାକୁ ନେଇ ନିର୍ବାଚନ ଲଢାଯିବ ।

ଇଟିଭି ଭାରତ, ମାଲକାନଗିରି

Last Updated : Mar 28, 2024, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.