ETV Bharat / state

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ନିକଟରେ ମହିଳା ସୁରକ୍ଷିତ ନୁହଁନ୍ତି: ଲେଖାଶ୍ରୀ - Lekhasri Targets BJP - LEKHASRI TARGETS BJP

Lekhasri Samantsinghar Targets BJP: ବିଜେପି ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । କହିଲେ କେନ୍ଦ୍ରୀୟ ରିପୋର୍ଟ ନାଁରେ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି । ମନମୋହନଙ୍କ ପାଖରେ ମହିଳା ସୁରକ୍ଷିତ ନୁହଁନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ନିକଟରେ ମହିଳା ସୁରକ୍ଷିତ ନୁହଁନ୍ତି: ଲେଖାଶ୍ରୀ

author img

By ETV Bharat Odisha Team

Published : Apr 24, 2024, 11:06 PM IST

Updated : Apr 25, 2024, 6:23 AM IST

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ନିକଟରେ ମହିଳା ସୁରକ୍ଷିତ ନୁହଁନ୍ତି: ଲେଖାଶ୍ରୀ

ଭୁବନେଶ୍ବର: ବିଜେପି ଉପରେ ବର୍ଷିଲେ ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ । ମନମୋହନଙ୍କ ନିକଟରେ ଦଳର ମହିଳା ନେତ୍ରୀ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି ଲେଖାଶ୍ରୀ । ଏହାସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିଶାନା କରିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ କହିଛନ୍ତି, "କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଚାଷୀଙ୍କ ଆୟ ଦୁଇଗୁଣା କରିବାରେ ଓଡ଼ିଶା ଦେଶରେ ଏକମାତ୍ର ରାଜ୍ୟ । ହେଲେ ଓଡିଶାକୁ କୃଷି କ୍ଷେତ୍ରରେ ସମାଲୋଚନା କରାଯାଉଛି । ଦେଶରେ ସବୁଠାରୁ କମ ବେକାରୀ ହାର ଓଡିଶାରେ । ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ ଓଡିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି । ମହିଳା ସୁରକ୍ଷା ନେଇ ଓଡିଶାକୁ ସମାଲୋଚନା କରୁଛନ୍ତି । କିନ୍ତୁ ବିଜେପି ଶାସିତ ରାଜ୍ୟ ଗୁଡିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡିଶା ତୁଳନାରେ ଢେର ଅଧିକ । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡିଶା ବିଜେପିର ପୁରୁଣା ଅଭ୍ୟାସ । ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କର ନୂଆଦିଲ୍ଲୀ ଓଡିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି । ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା । ଏଭଳି ଜଣେ ବ୍ୟକ୍ତି ଯଦି ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିଯାଆନ୍ତୁ ।"

ଲେଖାଶ୍ରୀ ଏହା ମଧ୍ୟ କହିଛନ୍ତି, "ସମସ୍ତେ ଜାଣିଛନ୍ତି ଓଡ଼ିଶାର ହାଇସ୍କୁଲ ଗୁଡ଼ିକର ଶ୍ରେଣୀ ଗୃହ, ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତମାନର । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସରୁମ କରିବାରେ ବିଫଳ ହୋଇଛନ୍ତି । ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି । କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ । ତଥାପି ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ, ରାଜ୍ୟର ଛବିରେ ଆଞ୍ଚ ଅଣାଯାଉଛି । ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଛ କୁହାଯାଇଛି । ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ ଯୋଗାଣ କରାଯାଇପାରିବ ନାହିଁ । ଏହା କେବଳ କେନ୍ଦ୍ରର ନିଷ୍ପତ୍ତି ଦ୍ୱାରା ସମ୍ଭବ । ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ବିଜେପି ଟାର୍ଗେଟ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ବରରେ ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD Election Campaign

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ କରିବାରେ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ମାହିର । ଶିଶୁ ହେଉ ଅବା ମହିଳା, ଉଭୟଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧକୁ ନେଇ ସେ ରାଜନୀତି କରନ୍ତି । ଏଭଳି ନେତାଙ୍କୁ ପ୍ରଶୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ । ଏଭଳି ଭିତ୍ତିହୀନ ଏବଂ ମିଛ କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ବିଜେପିରେ ଥିବା ସମୟରୁ ଜାଣିଥିଲି । ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରୁଥିଲେ । କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡିବ । ପୁଣିଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । କାରଣ ଓଡିଶା ବିଜେପି ଭଲ ଭାବେ ଜାଣିଛି ୨୦୨୪ ନିର୍ବାଚନ ସେମାନେ ହାରିବାକୁ ଯାଉଛନ୍ତି । ଏଭଳି ମିଛ ଏବଂ ଭିତ୍ତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ଓଡିଶା ବିଜେପି ଓଡିଶାରେ ଆଗକୁ ବଢିପାରୁନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2024, 6:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.