ETV Bharat / state

ଭତ୍ତା ବୃଦ୍ଧି ପ୍ରସଙ୍ଗ: ନିର୍ଦ୍ଦିଷ୍ଟ ଯୋଜନା ସହ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର କହିଲା ବିଜେଡି - BJD target BJP

author img

By ETV Bharat Odisha Team

Published : Jul 3, 2024, 10:31 AM IST

Increase social security pensions to Rs 3000: ସାମାଜିକ ସୁରକ୍ଷା ଭତ୍ତା ରାଶି 3 ହଜାରକୁ ବୃଦ୍ଧି ନିଷ୍ପତ୍ତି ପ୍ରସଙ୍ଗରେ ତେରଛା ବାଣ ମାରିଲା ବିଜେଡି । ନିର୍ଦ୍ଦିଷ୍ଟ ଯୋଜନା ସହ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ମଦ ବନ୍ଦ ବୟାନ ପରି ଅସ୍ପଷ୍ଟ ମତକୁ ବରିଷ୍ଠ ନେତା ଶଶୀଭୂଷଣ ବେହେରାଙ୍କ ନାପସନ୍ଦ । ଅଧିକ ପଢନ୍ତୁ

ନିର୍ଦ୍ଦିଷ୍ଟ ଯୋଜନା ସହ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର: ବିଜେଡି
ନିର୍ଦ୍ଦିଷ୍ଟ ଯୋଜନା ସହ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର: ବିଜେଡି (ETV Bharat Odisha)

ଭୁବନେଶ୍ବର: ମଧୁବାବୁ ପେନସନ୍‌ ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ରାଶି 3ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ନିଷ୍ପତ୍ତି ସମ୍ପର୍କରେ ଗତକାଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିବା ପରେ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି । ହେଲେ ଏହାକୁ ନେଇ ଭିନ୍ନ ଢଙ୍ଗରେ ବିଜେପି ସରକାରକୁ ସମାଲୋଚନା କରିଛି ବିରୋଧୀ ବିଜେଡି । ଭତ୍ତା 3 ହଜାର ଟଙ୍କା ହେବା କାନକୁ ଶୁଣିବାକୁ ଭଲ ଲାଗିବ । ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆର୍ଥିକ ବ୍ୟବସ୍ଥା, ଯୋଜନା ଲୋକଙ୍କ ପାଖରେ ସ୍ପଷ୍ଟ ହେବା ଉଚିତ ବୋଲି କହି ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା ।

ଶଶୀଭୂଷଣ କହିଛନ୍ତି,‘‘ଭତ୍ତା 3 ହଜାର ଟଙ୍କା ହେବା କାନକୁ ଶୁଣିବାକୁ ଭଲ ଲାଗିବ । ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆର୍ଥିକ ବ୍ୟବସ୍ଥା, ଯୋଜନା ଲୋକଙ୍କ ପାଖରେ ସ୍ପଷ୍ଟ ହେବା ଉଚିତ । କେଉଁ କେଉଁ ଭତ୍ତା ଓଡ଼ିଶା ସରକାର ଦେଇ ଆସୁଛନ୍ତି, ଏହାର ବୃଦ୍ଧି କେତେ ସେ ସଂକ୍ରାନ୍ତରେ ସ୍ପଷ୍ଟ ମତ ଜନସାଧାରଣଙ୍କ ପାଖରେ ରଖିଲେ ଭଲ ହେବ । ଲମ୍ବା ସମୟ ସରକାରର ପରିବର୍ତ୍ତନ ପରେ ଯଦି କିଛି କିଛି ଅସୁବିଧା ନୂଆ ସରକାରଙ୍କୁ ଜଣାପଡୁଛି । ଯଦି ଏହା ଜନସାଧାରଣଙ୍କର ଆବଶ୍ୟକତା ତାହା ପୂରଣ ହେଉଛି ତେବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ।’’

ସେହିପରି ଆହୁରି ମଧ୍ୟ ଶଶୀ କହିଛନ୍ତି, ଯେଉଁ ସ୍କୁଲଗୁଡିକ ବିଭିନ୍ନ କାରଣରୁ କମ ଉପସ୍ଥାନ ଯୋଗୁ ବନ୍ଦ ଥିଲା, ଏ ସରକାର ଯଦି ତାହା ଖୋଲିବେ ସେଥିରେ ଆପତ୍ତି କିଛି ନାହିଁ । କିନ୍ତୁ ସବୁ ସ୍କୁଲ ଖୋଲିବା ବୋଲି କହିବା ଠିକ ନୁହେଁ । ମଦ ବନ୍ଦ କରିବା କହି ଏବେ ଏହା ଉପରେ ଚିନ୍ତା କରାଯାଉଛି ବୋଲି କହିବା ଓ କିଛି କଥାରେ ନିଷ୍ପତ୍ତି ଘୋଷଣା କରିବା ପରେ ମତ ବଦଳେଇବା ଆଦୌ ଠିକ ନୁହେଁ । ନୂଆ ସରକାର ନିର୍ଦ୍ଦିଷ୍ଟ ଠୋସ କଥା କହିବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ଯୋଜନା ସହ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ।

ଏହା ମଧ୍ୟ ପଢନ୍ତୁ :- 8ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! 20ଦିନ ଚାଲିବ ଗଣତି ପ୍ରକ୍ରିୟା, ଶୁକ୍ରବାର ଯାଞ୍ଚ କମିଟି ବୈଠକ - SHREE MANDIR RATNA BHANDAR OPENING

ସୂଚନା ଅନୁସାରେ, ରାଜ୍ୟରେ ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅର୍ଥ ବିଭାଗର କ୍ଲିୟରାନ୍ସ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ଭତ୍ତା ରାଶି ବୃଦ୍ଧି କରିବା ପାଇଁ ବିଜେପି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ବର୍ଗର 56 ଲକ୍ଷ 76 ହଜାର 916 ଜଣଙ୍କୁ ଭତ୍ତା ଦିଆଯାଉଛି । ଗତ ଫେବୃଆରୀରେ ପୂର୍ବରୁ ଶାସନରେ ଥିବା ନବୀନ ସରକାର 500 ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହା ପରେ ହିତାଧିକାରୀ ସର୍ବନିମ୍ନ ଭତ୍ତା ରାଶି 1000 ଟଙ୍କା ପାଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.