ETV Bharat / state

ରାଇରଙ୍ଗପୁରରେ ବିଜେଡିର ମିିଶ୍ରଣ ପର୍ବ, ଦଳରେ ମିଶିଲେ ଶତାଧିକ BJP-JMM କର୍ମୀ - BJD Joining Programme

BJD Joining Programme: ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ସଶକ୍ତ ହେଉଛି ବିଜେଡି । ବିଜେପି ଓ ଜେଏମଏମ ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 28, 2024, 12:49 PM IST

Updated : May 29, 2024, 6:57 AM IST

BJD JOINING PROGRAMME
BJD JOINING PROGRAMME (ETV BHARAT ODISHA)

ରାଇରଙ୍ଗପୁର: ଆସନ୍ତା ଜୁନ 1 ତାରିଖରେ ମୟୂରଭଞ୍ଜରେ ନିର୍ବାଚନ ଅନୁଷ୍ଠିତ ହେବ । ଦିନ ପାଖେଇ ଆସୁଥିବା ବେଳେ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ ଜୋରଦାର କରୁଛନ୍ତି ପ୍ରତିଦ୍ବନ୍ଦି ଦଳର ପ୍ରାର୍ଥୀ । ଏଥି ସହିତ ଜାରି ରହିଛି ବିଭିନ୍ନ ଦଳର ମିଶ୍ରଣ ପର୍ବ। ଏହିକ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇରଙ୍ଗପୁର ସହରରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ତିରିଂ ବ୍ଳକ ଚେୟାରମ୍ୟାନ ପରମେଶ୍ବର ସାମାଡ଼, ଭାଇସ ଚେୟାରମ୍ୟାନ ପୂର୍ଣ୍ଣିମା ବାନରା, ବିଜେପି ଯୁବ ଜିଲ୍ଲା ଉପସଭାପତି ବାବୁଲୁ ପୁର୍ତ୍ତି ନିଜ ନିଜର ସମର୍ଥକଙ୍କୁ ନେଇ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ଏଥି ସହିତ ତିରିଂ ବ୍ଲକର ବିଜେପି ଓ ଜେଏମ‌‌‌ଏମ ଦଳର ପ୍ରାୟ ଶତାଧିକ କର୍ମକର୍ତ୍ତା ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିମାପଡ଼ାରେ ଶକ୍ତିଶାଳୀ ହେଉଛି ବିଜେଡି, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା - BJD Joining Program

ବିଜେପି, ଜେଏମଏମ ନେତା ଓ କର୍ମୀ ମାନେ ବିଜେଡିରେ ସାମିଲ ହେବା ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସୁଦୃଢ ହୋଇଛି । ଦଳରେ ସାମିଲ୍ ହୋଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯାଇଥିଲା । ମିଶ୍ରଣ ପର୍ବରେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଯୋଗେଶ କୁମାର ସିଂ, ଜିଲ୍ଲା ସଦର ସଭାପତି କାଶିନାଥ ହେମ୍ବ୍ରମ, ଜିଲ୍ଲା ମହିଳା ମୋର୍ଚ୍ଚା ସଦର ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ ତଥା ଜିଲ୍ଲା ଯୁବ ମୋର୍ଚ୍ଚା ସଦର ସଭାପତି ଅଭିଷେକ ପଟ୍ଟନାୟକ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ବିଷୟରେ କହିବା ସହିତ ଓଡିଶା ଲୋକଙ୍କୁ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଦରକାର ନାହିଁ ଏଠି କେବଳ ନବୀନ ଇଞ୍ଜିନ ସବୁଠୁ ଶକ୍ତିଶାଳୀ ବୋଲି କହିଥିଲେ ଉପସ୍ଥିତ ଅତିଥି ମତ ରଖିଥିଲେ ।

ଚଳିତ ନିର୍ବାଚନରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ବିଜେଡି କର୍ମୀ । ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶତାଧିକ କର୍ମୀ ବିଜେଡ଼ି ଦଳରେ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ସ୍ବାଗତ କରାଯାଇଛି ଓ ଆଗକୁ ଦଳକୁ ଆହୁରି ମଜବୁତ କରିବା ସହ ନବୀନ ପଟ୍ଟନାୟକଙ୍କ ଓଡିଶାରେ ବିକାଶ ଧାରାକୁ ଆଗେଇ ନେବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ। ସେପଟେ ବିଜେପିରୁ ଗୋଟିଏ ପରେ ଗୋଟିଏ ବ୍ଲକ ସ୍ତରୀୟ ନେତା ବିଜେଡ଼ିରେ ଯୋଗଦାନ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ। ନିଶ୍ଚିତ ଭାବରେ ଚଳିତ ନିର୍ବାଚନରେ ପୁଣିଥରେ ଲୋକଙ୍କ ଭଲ ପାଇବା ଯୋଗୁଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିଜେଡ଼ି ର ବିଜୟ ବାନା ଉଡିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଅଭିଷେକ ପଟ୍ଟନାୟକ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : May 29, 2024, 6:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.