ETV Bharat / state

ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ, ଯୋଗଦେଲେ ବିଭିନ୍ନ ସଂଗଠନ

author img

By ETV Bharat Odisha Team

Published : Mar 11, 2024, 12:52 PM IST

BJD Jana Sahabhagita Programme: ବଲାଙ୍ଗୀରରେ ଗତକାଲି (ରବିବାର) ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ
ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ
ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ

ବଲାଙ୍ଗୀର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିଜର ରାଜନୈତିକ ଭବିଷ୍ୟତ ନେଇ ଅଙ୍କ କଷୁଛନ୍ତି ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତି । ଏହାରି ମଧ୍ୟରେ ବଲାଙ୍ଗୀରରେ ମଧ୍ୟ ଶାସକ ଦଳ ବିଜେଡିର ନିର୍ବଚନୀ କସରତ ଆରମ୍ଭ ହୋଇଯାଇଛି । ଏନେଇ ଗତକାଲି (ରବିବାର) ବିଜେଡିର ଜନସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଜେଡିର ରାଜ ପରିବାର ବିଭିନ୍ନ ସଂଗଠନ ସହିତ ବିଚାର ବିମର୍ଷ କରିଛନ୍ତି ।

ତେବେ ନିର୍ବାଚନ ପାଇଁ ଏବେଠୁ ନେତାଙ୍କ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ନେତା ଗାଁଠୁ ସହର ସବୁଠି ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ବଲାଙ୍ଗୀର ବିଜେଡି ମଧ୍ୟ ତାର ନିର୍ବଚନୀ କସରତ ଜୋରଦାର କରିଛି । ବିଶେଷ କରି ବଲାଙ୍ଗୀର ବିଜେଡିର ମଙ୍ଗ ଧରି ଆସିଥିବା ରାଜ ପରିବାର ଏବେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରୁଥିବା ଦେଖିବାକୁ ମିଳୁଛି । ଗତକାଲି ସହରରେ ବିଜେଡିର ଏକ ବିରାଟ ଜନ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରର ସବୁ ଛୋଟ ବଡ ସଂଗଠନମାନଙ୍କୁ ସାମିଲ କରାଯାଇଥିଲା । ତେବେ ଏଥିରେ ଦୀର୍ଘବର୍ଷ ଧରି ଏଠି ରାଜ ପରିବାର ଜନତାଙ୍କ ସେବକ ଭାବରେ ନିର୍ବାଚିତ ହୋଇ ସେମାନେ କଣ ସବୁ କରିଛନ୍ତି ତାର ରିପୋର୍ଟ କାର୍ଡ ପ୍ରଦର୍ଶିତ ହୋଇଥିଲା । ସେହିପରି ସବୁ ସଂଗଠନମାନଙ୍କ ସହ ମତ ବିନିମୟ କରି ଆଗକୁ ବଲାଙ୍ଗୀରର ବିକାଶ ପାଇଁ ରୂପରଖ ପ୍ରସ୍ତୁତ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ବିଜେଡି ତିଆରି କରିବାକୁ ଚେଷ୍ଟା କରିଛି ।

ଏନେଇ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଥିଲେ, "ଏହି କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ହେଲା ଆମେ ବଲାଙ୍ଗୀର ପାଇଁ କଣ କରିଛୁ, ତାର ରିପୋର୍ଟ ଏଠି ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ବିକାଶ ପାଇଁ ସବୁବେଳେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଆସିଛନ୍ତି । ଆଗକୁ ମଧ୍ୟ ଲୋକଙ୍କ ସହ ମିଶି ଏହି ଧାରାକୁ ଜାରି ରଖାଯିବ ।"

ଏହା ମଧ୍ୟ ପଢନ୍ତୁ- ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର, ସ୍ବଚ୍ଛ ହେବ ନିର୍ବାଚନ ପରିଚାଳନା

ଅନ୍ୟପଟେ ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଓ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ବଲାଙ୍ଗୀରର ସବୁ ସଂଗଠନ, ସମାଜ, ବୁଦ୍ଧିଜୀବୀ ସମସ୍ତଙ୍କୁ ନେଇ ଏହି ଜନ ସହଭାଗିତା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ ବଲାଙ୍ଗୀରର ବିକାଶ ଯାତ୍ରା ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ହୋଇଥିବାବେଳେ ଲୋକଙ୍କ ମତ ନିଆଯାଇଛି । ତେବେ ଆଗାମୀ ଦିନରେ ବଲାଙ୍ଗୀରର ଭବିଷ୍ୟତ କେମିତି ହେବ, ବିକାଶ କେମିତି ହେବ ତାହା ସ୍ଥିର କରିବାର ପ୍ରୟାସ ହୋଇଛି ।" ସେହିପରି ମିଳିମିଶି ସମସ୍ତଙ୍କ ସହଯୋଗରେ ଆଗକୁ ବିକାଶ ଧାରା ଜାରି ରଖିବା ପାଇଁ ଏହି କାର୍ଯ୍ୟକ୍ରମ ହୋଇଥିବା ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.