ETV Bharat / state

ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି: ସଂତୃପ୍ତ ମିଶ୍ର - Santrupt Misra

ODISHA YOUTH FUTURE: ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ଵବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ଲକ୍ଷ୍ୟ । ଏହି ଦିଗରେ ବିଜେଡି କାମ କରୁଥିବା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 23, 2024, 10:29 PM IST

SANTRUPT MISRA PRESS MEET
SANTRUPT MISRA PRESS MEET
ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି: ସଂତୃପ୍ତ ମିଶ୍ର

ଭୁବନେଶ୍ବର: ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ଭବିଷ୍ୟତ ନିର୍ମାଣ ସହ ଯୁବକଙ୍କୁ ଭବିଷ୍ୟତ ପାଇଁ ନିର୍ମାଣ କରୁଛି ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି । ନେତୃତ୍ଵ ଭୂମିକା ଗ୍ରହଣ କରିବା ପାଇଁ ଯୁବପିଢ଼ି କିପରି ରୂପ ନେଉଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତାହା ଉପରେ ସମାଜର ଭବିଷ୍ୟତ ନିର୍ଭର କରୁଛି । ତେଣୁ ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ଵବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର ।

ଉଭୟ ମୁଖପାତ୍ର କହିଛନ୍ତି ଯେ, ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅର୍ଥନୈତିକ ସୁଯୋଗ କ୍ଷେତ୍ର ଭାବେ ଇଲେକ୍ଟ୍ରୋନିକ ପଲିସି ୨୦୨୧, ଆଇଟି ନୀତି ୨୦୨୨, ବିପିଓ ନୀତି ୨୦୨୨, ଡାଟା ସେଣ୍ଟର ପଲିସି ୨୦୨୧ରେ ଏହି ସବୁ କ୍ଷେତ୍ରର ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି । ଏଠାରେ ବ୍ୟାପକ ନିଯୁକ୍ତି ସହିତ ଶିକ୍ଷାର ପ୍ରସାର ହୋଇପାରୁଛି । ଇନଫୋସିଟି ଭଳି ସିଲିକନ ଭ୍ୟାଲି, ଇନଫୋ ଭ୍ୟାଲି ଓ ହବ ଆଦି ରହିଛି । ବଡ଼ ବଡ଼ ସହରର ଆହ୍ଵାନ ବିନା ଭୁବନେଶ୍ଵର ଆଦର୍ଶ ସ୍ଥାନ ସାବ୍ୟସ୍ତ ହୋଇଥିଲା । ନାସ୍କମ ଏବଂ ଡେଲାଇଟ ଏହାକୁ ସ୍ବୀକୃତି ଦେଇଛନ୍ତି । ଆସେଞ୍ଚର, ଆଇବିଏମ, କଗ୍ନିଜେଣ୍ଟ, ମାଇକ୍ରୋସଫ୍ଟ, ଇନଫୋସିସ, ଟେକ ମହିନ୍ଦ୍ରା, ଟିସିଏସ ପକ୍ଷରୁ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ପିଡବ୍ଲ୍ୟୁସି, ଇସ୍ପାଇ ଏବଂ ଡେଲାଇଟର ମଧ୍ୟ ନିଜସ୍ଵ କେନ୍ଦ୍ର ରହିଛି । ମୁଖ୍ୟମନ୍ତ୍ରୀ ଏକ ବୃହତ ବିପିଓ ଫାର୍ମ କନସେନଟ୍ରିକ୍ସ ଉଦଘାଟନ କରିଛନ୍ତି ।

ନୂଆ ଉନ୍ନତ ଅଭିଳାଷ ଆଗାମୀ ତିନି ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବ । ଏଥପାଇଁ ୩୮୫ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି । ୟୁଜି ଏବଂ ପିଜି ପାଇଁ ମ୍ୟାଜିକ କାର୍ଡ ସୁବିଧା ରହିଛି । ଦକ୍ଷତା ଏବଂ ଉଦ୍ୟୋଗୀ ଲ୍ୟାଣ୍ଡସ୍କେପ ଭାବେ ଡବ୍ଲ୍ୟୁଏନ୍ସି ଆଇଟିଇଇଏସ ଭାଗିଦାରୀ ୨୦୨୧ରେ ୭ଟି ଟ୍ରେଡରେ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ, ଇଞ୍ଜିନିୟରିଂ ସ୍କୁଲ ୫ଟି ପାଠ୍ୟକ୍ରମ ଓ ସର୍ଭିସ ସ୍କୁଲରେ ୨ଟି ପାଠ୍ୟକ୍ରମ ରହିଛି । ଡବ୍ଲୁଏସସି ଏକାଡେମୀ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବ । ଆଇଟିଆଇ ଏବଂ ପଲିଟେକ୍ନିକର ଉନ୍ନତି ପାଇଁ ଏକ ହବ ଏବଂ ସ୍ମିକ ମଡେଲ ଭାବରେ କାର୍ଯ୍ୟ କରିବ । ସଂକଳ୍ପ ଯୋଜନାରେ ଉଦ୍ୟୋଗୀମାନଙ୍କ ପାଇଁ ୧୦୦ ଘଣ୍ଟିଆ ପାଠ୍ୟକ୍ରମ, ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୦,୦୦୦ ପ୍ରଶିକ୍ଷିତ ଏବଂ ୧୦୦୦ ଜଣଙ୍କୁ ଗ୍ରାମାଞ୍ଚଳରେ ଉଦ୍ୟୋଗ ପରିଚାଳନା ଦାୟିତ୍ଵ ଦିଆଯାଇଛି ।

ଏହା ବି ପଢନ୍ତୁ- ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବାଟ ଦେଖାଇଲା ଯୋଜନା

କ୍ରୀଡ଼ା ଓ ଯୁବ ସେବା ବିଭାଗ ଭୁବନେଶ୍ଵରରେ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, କଟକରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ୬ ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ପିଚ, ପୁରୀ, ବ୍ରହ୍ମପୁର, ଜୟପୁର, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲା, ତମାଣ୍ଡୋ ଓ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ୧୬ କ୍ରୀଡ଼ା ଏକାଡେମୀ, ୧୨ ସୁଇମିଂ ଗ୍ରାସରୁଟ ସେଣ୍ଟର, ୪୦ ଇନଡୋର ହଲ, ୨ ଇନଡୋର ଜିମ୍ନାଷ୍ଟିକ ଓ ଭାରୋତ୍ତୋଳନ ହଲ, ୯୦ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ୨୫ ସିନ୍ଥେଟିକ ହକି ପ୍ରଶିକ୍ଷଣ ପିଚ, ୩୧୪ ଗ୍ରାମୀଣ ମିନି ଷ୍ଟାଡିୟମ, ୧୪୯ ଅର୍ବାନ ମିନି ଷ୍ଟାଡିୟମ ଓ ସୁନ୍ଦରଗଡ଼ର ୧୭ ବ୍ଲକରେ ଆଷ୍ଟ୍ରେଟର୍ପ ରହିଛି । ଅଲିମ୍ପିକ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର ଆଇଓସି ସହ ଭାଗିଦାରୀ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.