ETV Bharat / state

ନାମାଙ୍କନ ଭରିଲେ ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ଭୃଗୁ-ଚ୍ୟାଉ-ସୁବାଷ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 25, 2024, 3:44 PM IST

Updated : Apr 25, 2024, 3:59 PM IST

Candidates File Nomination: ପାଖେଇ ଆସୁଛି ନିର୍ବାଚନ । ବ୍ରହ୍ମପୁର ଏବଂ ଛତ୍ରପୁର ବିଧାନସଭା ଏବଂ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ନାମାଙ୍କନ ଭରିଲେ ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ଭୃଗୁ-ଚ୍ୟାଉ-ସୁବାଷ

ବ୍ରହ୍ମପୁର: ପାଖେଇ ଆସୁଛି ନିର୍ବାଚନ ତାରିଖ । ଏନେଇ ଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଏହି ସମୟରେ ରାଜ୍ୟରେ ହେଉଥିବା ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ବ୍ରହ୍ମପୁର ଲୋକସଭା ଆସନରେ ମତଦାନ ହେବାକୁ ଯାଉଥିବା ବେଳେ ବ୍ରହ୍ମପୁର ଲୋକସଭା ସମେତ ବ୍ରହ୍ମପୁର ଓ ଛତ୍ରପୁର ବିଧାନସଭାରୁ ଶାସକ ବିଜେଡି ପ୍ରାର୍ଥୀ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ବ୍ରହ୍ମପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ବ୍ରହ୍ମପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଛତ୍ରପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର ସହରରୁ ସହରର ଲୋକସଭା ଆସନର ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ଓ ବ୍ରହ୍ମପୁର ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସହରର ଗୋଷାଣି ନୂଆଗାଁ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ଗହଣରେ ବାହାରିଥିଲେ । ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚିବା ପରେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ଶୋଭାଯାତ୍ରା କରିଥିଲେ । ଏହା ପରେ ଛତ୍ରପୁର ସହର ପରିକ୍ରମା କରିବା ପରେ ସମସ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ନାମାଙ୍କନ ଭରିଲେ ଭୃଗୁ ବକ୍ସିପାତ୍ର
ନାମାଙ୍କନ ଭରିଲେ ଭୃଗୁ ବକ୍ସିପାତ୍ର

ଏହି ଅବସରରେ ୫ ହଜାରରୁ ଊର୍ଦ୍ଧ୍ଵ ମୋଟର ସାଇକେଲ୍‌ରେ ୧୦ ହଜାର ଦଳୀୟ କର୍ମୀ ବ୍ରହ୍ମପୁର ସହର ପରିକ୍ରମା କରାଇ ଛତ୍ରପୁରକୁ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ଅପର ବସଷ୍ଟାଣ୍ଡ ଠାରୁ ଏହି ଶୋଭାଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଛତ୍ରପୁରର ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁରର ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଜିଲ୍ଲା ଜିଲ୍ଲା ଉନ୍ନୟନ ପରିଷଦ କାର୍ଯ୍ୟାଳୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ନାମାଙ୍କନ ଭରିଲେ ସୁବାଷ ଚନ୍ଦ୍ର ବେହେରା
ନାମାଙ୍କନ ଭରିଲେ ସୁବାଷ ଚନ୍ଦ୍ର ବେହେରା

ଏହି ନାମାଙ୍କନ ପତ୍ର ଦାଖଲ ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟସଭା ସାଂସଦ ମୁନା ଖାଁ, ବ୍ରହ୍ମପୁର ବିଧାୟକ ତଥା ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୂରଲୀମୋହନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଏଚ୍.ଦିଲେଶ୍ଵର ରେଡି, ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇ, ରାଜ୍ୟ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ରାଜ୍ୟ ମହିଳା ନେତ୍ରୀ ଲୋପାମୁଦ୍ରା ବକ୍ତିପାତ୍ର, ଆର୍.ତିରୁପତି ପାତ୍ର, କେ, ଶ୍ରୀନିବାସ, ରଣ୍ଡା ସରପଞ୍ଚ ଅଜିତ ରାଉଳଙ୍କ ସମେତ ବ୍ରହ୍ମପୁର ନିଗମର ସମସ୍ତ କର୍ପୋରେଟର ଛତ୍ରପୁରର ବହୁବରିଷ୍ଠ ନେତୃବ଼ୃନ୍ଦଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର, ଇଟିଭି ଭାରତ

Last Updated : Apr 25, 2024, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.