ETV Bharat / state

ଜଗତସିଂହପୁରରେ ନାମାଙ୍କନ ଭରିଲେ ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀ - odisha assembly election 2024 - ODISHA ASSEMBLY ELECTION 2024

Odisha Assembly Election 2024: ବାଲିକୁଦା-ଏରସମା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ନମାଙ୍କନ ଭରିଲେ ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ, ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରତିମା ମଲ୍ଲିକ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ

CANDIDATES FILE NOMINATION
CANDIDATES FILE NOMINATION (ETV BHARAT ODISHA)
author img

By ETV Bharat Odisha Team

Published : May 11, 2024, 2:36 PM IST

CANDIDATES FILE NOMINATION (ETV BHARAT ODISHA)

ଜଗତସିଂହପୁର: ନିର୍ବାଚନକୁ ନେଇ ଜାରି ରହିଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ସୋମବାର ବାଲିକୁଦା-ଏରସମା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ନମାଙ୍କନ ଭରିଛନ୍ତି ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଓ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ନାମାଙ୍କନ ଦାଖଲ କରିଥିଲେ ।

ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଶୁକ୍ରବାର ହଜାର ହଜାର ବିଜେପି କର୍ମୀଙ୍କୁ ନେଇ ବାଲିକୁଦାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ। ସେହିପରି ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ନିଜ କର୍ମୀଙ୍କ ସହ ଏକ ବିରାଟ ରାଲିରେ ସ୍ଥାନୀୟ ବାଲି ଭଉରୀ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ପରେ ଉପ ଜିଲ୍ଲାପାଳ ଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରଶାନ୍ତ ଙ୍କ ସହିତ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ୱାଳ ନାଉଗାଁର ପୂର୍ବତନ ବିଧାୟକ ଜୋତିଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-ନାମାଙ୍କନ ଦାଖଲ କଲେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ଓ ଭାଦବ - BJP CANDIDATES FILE Nomination

ସେହିପରି ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରତିମା ମଲ୍ଲିକ ମଧ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜଗତସିଂହପୁର ପୌରଧକ୍ଷl ଅର୍ଚ୍ଚନା ସିଂ ପୂର୍ବତନ ପୌରଧକ୍ଷ ବିପ୍ଳବ ଚୌଧୁରୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଶାରଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଶୋଭାଯାତ୍ରାରେ ବାହାରିଥିଲେ। ଜଗତସିଂହପୁର ବିଧାନସଭା ଆସନ ପାଇଁ ଗତ ଗୁରୁବାର ଦିନ ବିଜେପି ନେତା ଅମରେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

2019 ସାଧାରଣ ନିର୍ବାଚନରେ ବାଲିକୁଦା-ଏରସମା ଆସନରୁ ସ୍ବର୍ଗତ ଦାମୋଦର ରାଉତ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେ ସମୟରେ ବିଜେପିକୁ 37 ହଜାର 166 ଖଣ୍ଡ ଭୋଟ ମିଳିଥିଲା । ଏହି ଆସନରୁ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ 1 ଲକ୍ଷ 3,814 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଲାଲଟେନ୍ଦୁ ମହାପାତ୍ର 49 ହାଜର 231 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। 2024 ନିର୍ବାଚନରେ କଂଗ୍ରେସ ନଳିନୀ ସ୍ୱାଇଁଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରଘୁନନ୍ଦନ ଦାସଙ୍କୁ ଟିକେଟ ନ ଦେଇ ସାରଦା ଜେନାଙ୍କୁ ଟିକଟ ଦେଇଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.