ETV Bharat / state

ପ୍ରଚାର ମଇଦାନରେ ମନ୍ମଥ, ଲୋକଙ୍କୁ ଆହ୍ୱାନ 'ସମୀକରଣ ବଦଳିଛି ବିଜେଡିର ବିଜୟ ସୁନିଶ୍ଚିତ' - Manmath Routray campaign

BJD Election Campaign: ପ୍ରଚାର ମଇଦାନକୁ ଓହ୍ଲାଇଲେ ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । କହିଲେ ବଦଳିଛି ଏଥର ଭୁବନେଶ୍ୱର ସମୀକରଣ, ମାଟିର ପୁଅକୁ ଜିତାଇବ ଲୋକେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 3, 2024, 10:37 AM IST

BJD Election Campaign
BJD Election Campaign
BJD Election Campaign

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ରହିଥିବା ବେଳେ ସରଗରମ ହେଲାଣି ରାଜ୍ୟ ରାଜନୀତି । ସରଗରମ ରାଜନୀତିରେ ପ୍ରମୁଖ ମହତ୍ତ୍ବ ରଖୁଥିବା ଭୁବନେଶ୍ୱର ଲୋକସଭା ଆସନରେ ଏଥର ଟକ୍କର ଜୋରଦାର ହେବାକୁ ଯାଉଥିବା ବେଳେ ପାର୍ଥୀଙ୍କ ପ୍ରଚାର ବି ଜୋର ଧରିଲାଣି । ଏହିକ୍ରମରେ ମଙ୍ଗଳବାର ଦିନ ବିଜେଡି ଉତ୍ତର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ।

ଭିଏସଏସ ନଗରର ପଥରବନ୍ଦ ପଡିଆରେ ଆୟୋଜିତ ବିଜେଡିିର ଏକ କର୍ମୀ ସମ୍ମିଳନୀରେ ଶତାଧିକ ମହିଳା ଓ ବିଜେଡି କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଶେଷ କରି ବର୍ତ୍ତମାନର ରାଜନୀତି ପାଣିପାଗରେ ମହିଳା ଭୋଟର ଭୂମିକା ଗୁରୁତ୍ୱବହନ କରୁଥିବା ବେଳେ ବିଜେଡିର ଶହ ଶହ ମହିଳା କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମର୍ଥନ ଜଣାଇଥିଲେ ।

ସେପଟେ ଚଳିତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ୨ ଶଙ୍ଖର ଆହ୍ୱାନ ଦେଇଛି ଦଳ । ୨ ଶଙ୍ଖ ହେଉଛି ଗୋଟିଏ ସାଂସଦ ପାଇଁ ଓ ଆଉ ଗୋଟେ ବିଧାୟକ ପାଇଁ । ଏହି ନାରା ନେଇ ମନ୍ମଥ କର୍ମୀଙ୍କୁ ଉଦବୋଧନ ଦେଇଥିବା ବେଳେ ବିଜେଡିର ବିକାଶ ଧାରା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ଲୋକମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଭଲପାଇବା ଓ ଓଡିଶା ବିକାଶର ସ୍ୱାର୍ଥକୁ ନେଇ ପ୍ରଚାର କରିଥିବା ବେଳେ ବିଜେଡ଼ିକୁ ବିପୁଳ ସମର୍ଥନ ମିଳିବ ବୋଲି କହିଛନ୍ତି ମନ୍ମଥ ।

ଏହାମଧ୍ୟ ପଢନ୍ତୁ.. ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ; ମତାମତ ଲୋଡିଲେ 5T ଅଧ୍ୟକ୍ଷ - Nabin Odisha Magic Card

ଏଥିସହ ତାଙ୍କ ବାପା ବିଧାୟକ ଓ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ରାଜନୀତି ପ୍ରତି ଥିବା ତ୍ୟାଗ ଓ ସମର୍ପଣ ଓ ଲୋକଙ୍କ ପାଇଁ ଥିବା ସେବାର କଥା କହିଛନ୍ତି ମନ୍ମଥ । ବାପାଙ୍କ ଶିକ୍ଷା ଆଦର୍ଶକୁ ଆପଣକୁ ଜଣେ ସୁନେତା ହେବାର ପ୍ରତିଶ୍ରୁତି ଦେଇଛନ୍ତି ମନ୍ମଥ । ଲୋକଙ୍କ ସେବାରେ ଭୁବନେଶ୍ୱରର ବିକାଶରେ ନିଜକୁ ନିୟୋଜିତ କରିବାର ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ବିଜେପି ବିଜେଡି ମଧ୍ୟରେ ଭୁବନେଶ୍ୱରରେ କଡା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନର ସମୀକରଣ ହିଁ ମତେ ଜିତାଇବ ବୋଲି ମନ୍ମଥ କହିଛନ୍ତି ।

ବିଶେଷ କରି ବିଜେପି ପ୍ରାର୍ଥୀ ସେତେବେଳେ ଯେଉଁ ତ୍ୟାଗର ସମୀକରଣ ନେଇ ଆସିଥିଲେ ତାହା ଏବେ ବଦଳି ଯାଇଛି । ଲୋକେ ୫ ବର୍ଷ ତାଙ୍କ ଶାସନ ଓ ଭୁବନେଶ୍ୱରର ବିକାଶର ପ୍ରତିନିଧିତ୍ବ ଚିତ୍ର ଦେଖିସାରିଛନ୍ତି ବୋଲି କହି ବିଜେପିକୁ ସମାଲୋଚନା କରିଛନ୍ତି ମନ୍ମଥ । ତେଣୁ ଏଥର ସମୀକରଣ ବଦଳିଛି ବିଜେଡିର ବିଜୟ ସୁନିଶ୍ଚିତ । ଏଥର ବାହାରର ନେତା ନୁହେଁ ମାଟିର ପୁଅକୁ ଲୋକେ ଜିତାଇବେ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.