ETV Bharat / state

Bird Flu: ପିପିଲି ବାର୍ଡ ଫ୍ଲୁ ହଟସ୍ପଟ୍, ପୁରୀ ଜିଲ୍ଲାରେ ୨୬୦୦୦ କୁକୁଡ଼ା କୁଲିଂ, ଜଣେ ମଣିଷ ସଂକ୍ରମିତ ସୂଚନା, ବିଧାନସଭାରେ ଉଠିଲା ପ୍ରସଙ୍ଗ - Bird flu Scare in Odisha

author img

By ETV Bharat Odisha Team

Published : Aug 28, 2024, 12:03 PM IST

Updated : Aug 28, 2024, 12:53 PM IST

Bird flu Scare in Puri Pipili odisha govt issues alert chickens culled: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ସମେତ ସତ୍ୟବାଦୀ ଏବଂ ନିପାପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ । ପିପିଲିରେ ୪ ଦିନରେ ମରାଗଲାଣି୧୪ ହଜାରରୁ ଅଧିକ କୁକୁଡ଼ା । ସେହିପରି ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬ ହଜାରରୁ ଅଧିକ କୁକୁଡ଼ାଙ୍କୁ ମାରି ସାରିଲାଣି ରାପିଡ ରେସପନ୍ସ ଟିମ (RAT) । ପ୍ରଭାବିତ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ,

Bird flu Scare in Puri Pipili odisha
Bird flu Scare in Puri Pipili odisha (Etv Bharat Odisha)

ପିପିଲି/ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଭୟ । ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ହେବା ଆଶଙ୍କାକୁ ନେଇ ଚିନ୍ତାରେ ସାଧାରଣ ଲୋକେ‌ । ବାର୍ଡ ଫ୍ଲୁ ଭୂତାଣୁ ଯେଭଳି ଅଧିକ ନ ବ୍ୟାପିବ, ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପ୍ରଶାସନ, ପୁରୀ ସହରରେ ଥିବା ବିଭିନ୍ନ ଚିକେନ ଦୋକାନ ଉପରେ କଡ଼ା ନଜର ରଖିଛନ୍ତି । ଯେଭଳି ବାର୍ଡ ଫ୍ଲୁ ସଂକ୍ରମିତ କୁକୁଡା ବଜାରରେ ବିକ୍ରି ନ ହୁଏ, ତାହା ଉପରେ ମଧ୍ୟ ନଜର ରଖାଯାଇଛି ।

Bird flu Scare in Puri Pipili odisha (ETV Bharat Odisha)

ପିପିଲି ବାର୍ଡ ଫ୍ଲୁ ହଟସ୍ପଟ୍ !

ବାର୍ଡ ଫ୍ଲୁର ଏପିସେଣ୍ଟର ବା କେନ୍ଦ୍ରସ୍ଥଳ ହେଉଛି ପୁରୀ ଜିଲ୍ଲାର ପିପିଲି । ପ୍ରଥମେ ଏଠାରୁ ହିଁ ଚିହ୍ନଟ ହୋଇଥିଲା ବାର୍ଡ ଫ୍ଲୁ ଭୂତାଣୁ । ଏହା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ, ଗତ ୪ ଦିନ ଭିତରେ ପିପିଲିରେ ୧୪,୦୨୧ ବ୍ରଏଲର କୁକୁଡ଼ା, ୨ଟି ଦେଶୀ କୁକୁଡ଼ା ଓ ୨ଟି ବତକ ସମେତ ମୋଟ ୧୪,୦୨୫ ଟି ମରାଯାଇ ସାରିଛି । ସଂକ୍ରମିତ ଚିହ୍ନଟ ଅଞ୍ଚଳର ୩ କିଲୋମିଟର ମଧ୍ୟରେ ୪୨ ଜଣ ଆଶା କର୍ମୀଙ୍କୁ ନିୟୋଜିତ କରିଛି ପ୍ରଶାସନ । ଆଜି ମଧ୍ୟ ପଞ୍ଚମ ଦିନରେ କୁକୁଡ଼ା ମରା ଅଭିଯାନ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ୮ଟି ଟିମ୍ । ସଂକ୍ରମିତ ଅଞ୍ଚଳରେ ଥିବା ଫାର୍ମ ଏବଂ ଘରେ କୁକୁଡ଼ା ଆଉ ରହିଛି କି ନାହିଁ ଏକ ଟିମ୍ ଖୋଜାଖୋଜି ଜାରି ରଖିଛି । ସନ୍ଧାନ ମିଳିଲେ ଏହାକୁ ମରାଯିବା ବୋଲି ପିପିଲି ପଶୁ ଚିକିତ୍ସିକ ଆଲୋକ ମିଶ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ପିପିଲିରୁ ଅନ୍ୟ ସ୍ଥାନକୁ ବେଧଡ଼କ ଭାବରେ କୁକୁଡ଼ା ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ, ଏହି କୁକୁଡ଼ାଗୁଡ଼ିକ ସଂକ୍ରମିତ କି ନା ତାହା ଉପରେ ନଜର ରଖାଯାଇଛି ।

RAT ସଦସ୍ୟଙ୍କୁ ବାର୍ଡ ଫ୍ଲୁ ! :

କୁକୁଡା଼ମରା ଅଭିଯାନରେ ସାମିଲ ହୋଇଛନ୍ଥି ରାପିଡ ରେସପନ୍ସ ଟିମ (RAT)। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟଙ୍କୁ ଜ୍ବର ହୋଇଛି । ସେମାନଙ୍କୁ ମଙ୍ଗଳପୁରରେ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ଜଣଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ ।

Bird flu Scare in Puri Pipili odisha
Bird flu Scare in Puri Pipili odisha (ETV Bharat Odisha)

ବିଧାନସଭାରେ ବାର୍ଡ ଫ୍ଲୁ ପ୍ରସଙ୍ଗ:

ଗୃହରେ ଉଠିଲା ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗ ଉଠାଇବା ସହ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ କହୁଛି ଗତକାଲି ଯାଏଁ ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । କିନ୍ତୁ ଜଣଙ୍କଠାରେ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଥିଲେ ସୋଫିଆ । ଗତକାଲି ପୁରୀ ଜିଲ୍ଲା ମଙ୍ଗଳପୁର chcରେ ଚିକିତ୍ସାଧୀନ ଜଣେ ଅସୁସ୍ଥଙ୍କୁ ଜ୍ୱର ହେବାରୁ ତାଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଗତକାଲି ରାତିରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ନେଇ ସୂଚନା ଦେବାରୁ ଏନେଇ ଏକ ଛାନିଆ ସ୍ଥିତି ଉପୁଜିଛି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କହିଥିଲେ ଯେ, ଓଡ଼ିଶାର ଜଣେ ବାର୍ଡ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ସତ୍ୟବାଦୀ ଓ ନିମାପଡ଼ାରେ ଆଲର୍ଟ:

ସେପଟେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନିମାପଡ଼ା ଉପରେ ମଧ୍ୟରେ ନଜର ରଖାଯାଇଛି । ପୁରୀ ଜିଲ୍ଲା ପ୍ରାଣୀ ବିଭାଗ ଗାଇଡ ଲାଇନ ଅନୁଯାୟୀ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଥିବା କୁକୁଡ଼ା ଫାର୍ମରୁ ଏକ କିଲୋମିଟର ଭିତରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ମାଟିତଳେ ପୋତି ଦିଆଯାଉଛି । ଏଥିସହ ସଂକ୍ରମିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଉଛି । ପ୍ରାଣୀ ବିଭାଗର ଅଧିକାରୀ ଏବଂ ବିଶେଷଜ୍ଞ ଟିମ୍ ସଂକ୍ରମିତ ଅଞ୍ଚଳରେ ଉପସ୍ଥିତ ରହି ଘଟଣା ଉପରେ କଡ଼ା ନଜର ରଖିଛନ୍ତି । ପିପିଲି ଅଞ୍ଚଳର ଆବଲପୁର୍‌ ଓ ଏହାର ଆଖପାଖ ଏକ କିଲୋମିଟର ଅଞ୍ଚଳରେ ଥିବା ବ୍ରଏଲର ଫାର୍ମରୁ ୧୪ ହଜାରରୁ ଅଧିକ କୁକୁଡ଼ା ମାରି ପୋତି ଦିଆଯାଇଛି । ସେହିପରି ସତ୍ୟବାଦୀ ବ୍ଲକରେ ମଧ୍ୟ ହଜାର ହଜାର କୁକୁଡ଼ାକୁ ମରାଯାଇ ଥିବାବେଳେ ଯଦି ଅନ୍ୟ ଅଞ୍ଚଳରେ ସଂକ୍ରମଣ ଘଟଣା ଜଣାପଡେ ସେହି ଅଞ୍ଚଳରେ ମଧ୍ୟ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯିବ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ କୁମାର ବେହେରା ସୂଚନା ଦେଇଛନ୍ତି ।ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ଓ ନିମାପଡ଼ା ସମେତ ପୁରୀ ସଦର ଅଞ୍ଚଳରେ ବିଭିନ୍ନ କୁକୁଡ଼ା ଫାର୍ମରେ ଅନେକ କୁକୁଡ଼ା ମରୁଥିବା ଅଭିଯୋଗ ଆସିବାରେ ଲାଗିଛି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପୁରୀ ସଦର‌ ବ୍ଲକ ଓ ନିମାପଡ଼ା ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମ ଗୁଡ଼ିକରେ ଯାଞ୍ଚ କରାଯାଇ ତୁରନ୍ତ ସତର୍କତା ମୂଳକ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ପୁରୀ ସହରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ:

ପୁରୀ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ ବେହେରା କହିଛନ୍ତି, " ଆମେ ଯେତେବେଳେ ନମୁନା ଭୋପାଳ ପଠାଇଥିଲୁ ସେଠାରୁ ରିପୋର୍ଟ ପଜେଟିଭ ଆସିଥିଲା । ପିପିଲିର ଆବଲପୁର ଓ ସତ୍ୟବାଦୀ ର ରାଇଚକ୍ରଧରପୁର ରୁ ରିପୋର୍ଟ ପଜିଟିଭ ଆସିବା ପରେ ଗାଇଡ ଲାଇନ୍ ଅନୁଯାଇ ଯେଉଁ କୁକୁଡ଼ା ଫାର୍ମରୁ ବାର୍ଡ ଫ୍ଲୁ ସଂକ୍ରମଣ ରିପୋର୍ଟ ପଜିଟିଭ ଆସିଥିଲା ସେହି ଫାର୍ମରୁ ଏକ କିଲୋମିଟର ପରିଧିରେ ଥିବା ସବୁ କୁକୁଡ଼ାଙ୍କୁ ମାରି ମାଟିରେ ପୋତି ଦିଆଯାଉଛି । ଗତ 24 ତାରିଖରୁ ଏହି କୁକୁଡ଼ା କଲିଂ ଚାଲିଥିବା ବେଳେ ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରାଯାଉଛି । ମଙ୍ଗଳବାର(ଗତକାଲି) ସୁଦ୍ଧା ୨୬,୩୩୧ କୁକୁଡ଼ା କଲିଂ କରାଯାଇଛି । ମୋଟ ୩୮ ସ୍ଵତନ୍ତ୍ର ଟିମ୍ ପୁରୀ ଜିଲ୍ଲାରେ ସବୁ ବ୍ଳକରେ ମୁତୟନ ହୋଇଛନ୍ତି । ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଯେଉଁ ଅଞ୍ଚଳରେ ସଂକ୍ରମଣ ବାହାରିବ, ସେହି ଅଞ୍ଚଳର ଏକ କିଲୋମିଟର ପରିଧିରେ କୁକୁଡ଼ାକୁ ଆଗାମୀ ଦିନରେ ମଧ୍ୟ ମାରି ପୋତି ଦିଆଯିବ । ତେବେ ପୁରୀ ସହରରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । ଏଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଯେଉଁ କୁକୁଡ଼ା ଫାର୍ମର କୁକୁଡ଼ା ମରାଯାଇଛି ତାହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଉଛି । ସରକାର କ୍ଷତି ଗ୍ରସ୍ତ କୁକୁଡ଼ା ବ୍ୟବସାୟୀଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବେ। "

ଇଟିଭି ଭାରତ, ପିପିଲି/ ପୁରୀ

Last Updated : Aug 28, 2024, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.