ETV Bharat / state

ପିପିଲିରେ ବାର୍ଡ ଫ୍ଲୁ: କୁକୁଡା ମାରିବାକୁ ନେଇ ପ୍ରାଣୀ ଚିକିତ୍ସକ ଟିମ୍‌କୁ ବିରୋଧ, କ୍ଷତିପୂରଣ ଦାବି କଲେ ଚାଷୀ - Bird Flu Scare in Pipili

author img

By ETV Bharat Odisha Team

Published : Aug 25, 2024, 6:43 PM IST

Bird Flu Scare in Pipili: ବାର୍ଡ ଫ୍ଲୁ ପରେ କୁକୁଡା ମାରିବାକୁ ବିରୋଧ କଲେ ଚାଷୀ । ପିପିଲିରେ ଭତିପୁରଣ ଦାବି କଲେ ଚାଷୀ । ଅଧିକ ପଢ଼ନ୍ତୁ

Bird Flu Scare in Pipili
Bird Flu Scare in Pipili (ETV Bharat Odisha)

ନିଆପଡ଼ା: ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଆରମ୍ଭ ହେଲା କୁକୁଡା ମରା । ଏପଟେ ପିପିଲି ଆବଲପୁରରେ ଭେଟେରେନାରୀ ଟିମକୁ ଜୋରଦାର ବିରୋଧ କଲେ କୁକୁଡା ଫାର୍ମ ମାଲିକ । କ୍ଷତିପୂରଣ ଦାବି କରି କୁକୁଡା ମରିବାକୁ ବିରୋଧ କରିଥିବା ବେଳେ ବିରୋଧ ପରେ କୁକୁଡ଼ା ମାରିବା ପ୍ରକିୟା ବନ୍ଦ ରହିଥିଲା ।

କୁକୁଡ଼ା ମାରିବାକୁ ବିରୋଧ:

ପିପିଲିରେ କୁକୁଡା ମଡକ ହେଉଥିବା ବେଳେ ଏନେଇ ନମୁନା ସଂଗ୍ରହ ପରେ ବାର୍ଡ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଥିଲା । ହଜାର ହଜାର ସଂଖ୍ୟାରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ପ୍ରାଣୀ ଚିକିତ୍ସା ବିଭାଗ କହୁଥିବା ବେଳେ ଚାଷୀ କିନ୍ତୁ ଏହା ମାନିବାକୁ ନାରଜ । ଗତକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଚାଷୀ । କୁକୁଡ଼ା ମାରିବା ପାଇଁ ପିପିଲି ଆବଲପୁର ଯାଇଥିବା ଡାକ୍ତରୀ ଟିମ ଚାଷୀଙ୍କ ଦ୍ଵାରା ଘୋର ବିରୋଧର ସମ୍ମୁଖୀନ ହୋଇଛନ୍ତି ।

କ୍ଷତିପୁରଣ ଦାବି କଲେ ଚାଷୀ:

ଏନେଇ ଜଣେ ଚାଷୀ କହିଛନ୍ତି, "ସବୁ ଚାଷରେ କ୍ଷତି ହେଲେ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉଛି । ହେଲେ ଋଣ କରି କୁକୁଡ଼ା ଫାର୍ମ କରିଥିବା ଚାଷୀଙ୍କ କୁକୁଡା ମରାଗଲେ କ୍ଷତିପୁରଣ ଦେବ କିଏ । କୁକୁଡାକୁ ଯେଉଁ ବାର୍ଡ ଫ୍ଲୁ ହୋଇଛି କହୁଛନ୍ତି, ଏହା କେତେ ସହ କେତେ ମିଛ ଆମେ ଜାଣିନୁ । କେଉଁଠି କ'ଣ ପରୀକ୍ଷା କଲେ ଆମେ ଜାଣିନୁ । ଚାଷୀଙ୍କୁ କହିଦେଲେ ବାର୍ଡ ଫ୍ଲୁ ହୋଇଛି । ଆମେ ଦାବି କରୁଛୁ ଆମର ଯେତିକି କୁକୁଡା ମରିଛନ୍ତି ଆମକୁ କ୍ଷତିପୂରଣ ଦିଆଯାଉ ।"

ରାଜ୍ୟ ସାରା ବ୍ୟାପିଯିବ ବାର୍ଡ ଫ୍ଲୁ:

ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଜଗନ୍ନାଥ ଦାସ କହିଛନ୍ତି, "ବାର୍ଡ ଫ୍ଲୁ ହେଲା ପରେ ତାର ପ୍ରତିକାର ନାହିଁ । ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ହୁଏ ସେ ଅଞ୍ଚଳର ଏକ କିଲୋମିର ପରିସୀମା ଭିତରେ ଥିବା ଭଲ ହେଉ ଅବା ରୋଗଗ୍ରସ୍ତ ସବୁ କୁକୁଡାଙ୍କୁ ମରାଯିବ । ନହେଲେ ରୋଗ ବ୍ୟାପିବ, ପୁଣି ରୋଗ ବ୍ୟାପି ବ୍ୟାପି ରାଜ୍ୟ ସାରା ବ୍ୟାପିବ । ଆବଲପୁର ଏବଂ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି । ଏଠାକୁ ୧୩ଟି ଆସିଛନ୍ତି । ପ୍ରତ୍ୟେକ ଟିମରେ ଭେଟନାରୀ ଅଧିକାରୀ ଓ ଜଣେ ଏଲ୍ଆଇ ଅଛନ୍ତି ।"

ଚାଷୀଙ୍କୁ ମିଳିବ କ୍ଷତିପୁରଣ:

ଚାଷୀଙ୍କୁ କ୍ଷତିପୂରଣ ନେଇ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି, "ସରକାରଙ୍କ ନୀତି ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ଅଛି । ପିପିଲି ଅଞ୍ଚଳରେ ୫୭ଟି ଫାର୍ମ ଚିହ୍ନଟ କରାଯାଇଛି । ବଡ କୁକୁଡା ପ୍ରତି ୭୦ ଟଙ୍କା ଓ ଛୋଟ କୁକୁଡ଼ା ପ୍ରତି ୨୦ ଟଙ୍କା ଚାଷୀଙ୍କୁ ଦିଆଯିବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଆସିଛୁ । ଚାଷୀ ବିରୋଧ କଲେ ଆମେ ଜିଲ୍ଲାପାଳଙ୍କୁ ଜଣାଇବୁ । ବାର୍ଡ ଫ୍ଲୁ ମଣିଷମାନଙ୍କୁ ବ୍ୟାପିବ ରୋଗ । ତେଣୁ କୁକୁଡ଼ା ମରାଯିବା ଦରକାର । ମଣିଷକୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମାଂସ ଖାଉଥିଲେ ସାବଧାନ ! କୁକୁଡ଼ାକୁ ହେଉଛି ଅଜଣା ରୋଗ - Mass Chicken Death

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.