ETV Bharat / state

Bird flu: 38 ରାପିଡ୍‌ ରେସପନ୍ସ ଟିମ୍‌ ଗଠିତ, ମରାଗଲାଣି 11000ରୁ ଅଧିକ କୁକୁଡା, ମଲା କୁକୁଡା ନ କିଣବାକୁ ନିର୍ଦ୍ଦେଶ, ଗୃହରେ ବିଧାୟକଙ୍କ ଉଦବେଗ - MASS CULLING OF CHICKENS

author img

By ETV Bharat Odisha Team

Published : Aug 27, 2024, 3:47 PM IST

Updated : Aug 27, 2024, 8:08 PM IST

38 Rapid Response Team formed; public health director said no need to panic over Bird flu: 4ର୍ଥ ଦିନରେ ଚାଲିଛି ପୁରୀ ଜିଲ୍ଲାର ପିପିଲି ଏବଂ ସତ୍ୟବାଦୀରେ କୁକୁଡା କଲିଂ । ମରାଗଲାଣି 11 ହଜାରରୁ ଅଧିକ କୁକୁଡା । ସଂକ୍ରମିତ କୁକୁଡା ବିକ୍ରି କରିନି କି ମଲା କୁକୁଡା କିଣନି କହିଲେ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ବିଧାନସଭାରେ ପିପିଲି ବାର୍ଡ ଫ୍ଲୁ ନେଇ ଉଦବେଗ ପ୍ରକାଶ କଲେ ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ

Bird flu scare
Bird flu scare (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ଦୁଇଟି ସ୍ଥାନ ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଆତଙ୍କ ଖେଳିଯାଇଛି । ଆଜି ଚତୁର୍ଥ ଦିନ ମଧ୍ୟରେ ପ୍ରାୟ ୧୧ ହଜାରରୁ ଅଧିକ କୁକୁଡ଼ା ମାରାଯାଇ ପୋତାଯାଇଛି । ଏହା ସହିତ ୨୦ କୁଇଣ୍ଟାଲ କୁକୁଡ଼ା ଖାଦ୍ୟ ନଷ୍ଟ କରାଯାଇଛି । ଅନ୍ୟପଟେ ଫାର୍ମ ଗୁଡିକକୁ ବିଶୋଧନ କରାଯାଉଛି । କିପରି ଅଧିକରୁ ଅଧିକ ସଂକ୍ରମଣ ନହେବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଭେଟନାରି ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏପଟେ ବାର୍ଡ ଫ୍ଲୁ କୁ ନେଇ ଆତଙ୍କ ହୁଅନ୍ତୁ ନାହିଁ । ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି ନକରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହିତ ବାର୍ଡ ଫ୍ଲୁ ନେଇ 38 ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ ହୋଇଛି । ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ । ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ । ଏପଟେ ଗୃହରେ ଉଠିଲା ବାର୍ଡ ଫ୍ଲୁ ମାମଲା ।

ମଲା କୁକୁଡା ନ କିଣବାକୁ ନିର୍ଦ୍ଦେଶ (ETV Bharat Odisha)

ପିପିଲିରେ ବାର୍ଡ ଫ୍ଲୁ: 4ର୍ଥ ଦିନରେ କୁକୁଡ଼ା ମରା ଘଟଣା

ଏଯାଏଁ 11ହଜାର କୁକୁଡ଼ା ମରାଯାଇଛି । ଏପଟେ କ୍ଷତିପୂରଣ ଦାବିରେ ଆଜି ଜିଲ୍ଲାପାଳଙ୍କୁ ଭେଟିବେ ଚାଷୀ । ଗତକାଲି ତୃତୀୟ ଦିନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁକୁଡ଼ା ମାରିବା ସହିତ କୋଡ଼ିଏ କୁଇଣ୍ଟାଲ ଦାନାକୁ ମାଟି ତଳେ ପୋତା ଯାଇଛି । ପିପିଲି ବ୍ଲକ୍‌ର ତେଇଶିପୁରର ଜିତେନ୍ଦ୍ର ରଥଙ୍କ ଫାର୍ମରୁ ଏହି କୁକୁଡ଼ା ମରାଯିବା ପରେ ଫାର୍ମ ଭିତର ଏବଂ ବାହାର ବିଶୋଧନ କରାଯାଇଛି । କୁକୁଡ଼ା ଚାଷୀ ସଂଗଠନ ପକ୍ଷରୁ ପ୍ରଥମେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ । ପୁରୀ ସଦରର ୨୫ଟି, ସତ୍ୟବାଦୀର ୭୫, ପିପିଲିର ୧୫୦, ନିମାପଡାର ୪୫, ଡେଲାଙ୍ଗର ୮୦, ଏବଂ କଣାସର ଟାଷୀମାନଙ୍କର ଭୁତାଣୁ ଜନିତ ରୋଗରେ କୁକୁଡ଼ା ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

Bird flu scare
Bird flu scare (ETV Bharat Odisha)

ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି କରନ୍ତୁ ନାହିଁ
ବାର୍ଡ ଫ୍ଲୁ କୁ ନେଇ ଆତଙ୍କ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି, "ଏନେଇ ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି କରନ୍ତୁ ନାହିଁ। ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି । ଏଥିପାଇଁ ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଉଛି । ଯଦି ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ା ଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏନେଇ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେଷ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି ," ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।

ସଚେତନତା ପାଇଁ ଘର ଘର ପାମ୍ପଲଟ ବଣ୍ଟା-
"ସଚେତନତା ପାଇଁ ଘରକୁ ଘର ବଣ୍ଟା ଯାଉଛି ପାମ୍ପଲଟ। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଏହି ଦୁଇ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ, " ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ।

ଏହା ବି ପଢନ୍ତୁ- ପିପିଲିରେ ବାର୍ଡ ଫ୍ଲୁ: 2 ଦିନରେ ମରାଗଲେଣି ୧୧୦୦୦ରୁ ଅଧିକ କୁକୁଡା, ଚିକେନ ଖାଅନି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - PIPILI MASS CULLING OF CHICKENS

ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ଖାଇବାକୁ ବାରଣ-
"ଯୋଉ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ଖାଇବାକୁ ବାରଣ କରାଯାଇଛି। ଯାହା ଫଳରେ ହୁଏତ ମଣିଷକୁ ମଧ୍ୟ ହୋଇପାରେ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ବାର୍ଡ ଫ୍ଲୁକୁ ନେଇ କିଛି ଜାଣିବା କଥା-

୧. ବାର୍ଡ ଫ୍ଲୁ ଏକ ଭୁତାଣୁ ଜନିତ ରୋଗ। ଏଥୁରେ କୁକୁଡା ଆଦି ପକ୍ଷୀମାନେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି। ବେଳେବେଳେ ଦେଖାଯାଏ ବାର୍ଡ ଫ୍ଲୁ ଙ୍କୁ ଭୁତାଣୁ ପକ୍ଷୀମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେବାର ସମ୍ଭାବନା ଥାଏ।

୨. ରୋଗାକ୍ରାନ୍ତ କ୍ଷୀମାନଙ୍କର ପର, ଲାଳ, ମଳ ଇତ୍ୟାଦି ମାଧ୍ୟମରେ ଏହି ରୋଗ ସଂକ୍ରମିତ ହୋଇଥାଏ।

୩. ପକ୍ଷୀମାନେ ଅସ୍ବାଭାବିକ ଭାବରେ ଅସୁସ୍ଥ ହୋଇପଢ଼ୁଥିଲେ ବା କୁକୁଡା ବା ଅନ୍ୟ ପକ୍ଷୀ ମରିଯାଉଥୁଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦିଅନ୍ତୁ।

୪. କୁକୁଡା ପାଳନ କେନ୍ଦ୍ରମାନଙ୍କରେ କାମକରୁଥିବା ବ୍ୟକ୍ତିମାନେ ମୁଖା ଓ ଗ୍ଲୋବ୍ସ ବ୍ୟବହାର କରିବା ଉଚିତ୍ ଏବଂ ସାବୁନରେ ହାତ ଧୋଇବା ଉଚିତ।

୫. କୁକୁଡା ସଂସ୍ପର୍ଶ ଆସି ଯଦି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରହେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୬. କୁକୁଡା ଭାଡି ପ୍ରତିଦିନ ସଫା କରିବା ସଙ୍ଗେ ସଙ୍ଗେ ପକ୍ଷୀମାନଙ୍କ ଦାନା ଓ ପାଣି ପ୍ରତିଦିନ ବଦଳାନ୍ତୁ।

୭. ମରିଯାଉଥୁବା କାଉ, କୁକୁଡା ଏଣେ ତେଣେ ନ ଫିଙ୍ଗି ମଲା ପକ୍ଷୀକୁ ପୋତି ଦିଅନ୍ତୁ। ଉକ୍ତ ସ୍ଥାନରେ ବ୍ଲିଚିଂ ସିଞ୍ଚନ କରନ୍ତୁ। ଏହା କଲା ବେଳେ ପକ୍ଷୀକୁ ଖାଲି ହାତରେ ନ ଧରି, ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ ଏବଂ ମୁହଁରେ ମୁଖା ପିନ୍ଧନ୍ତୁ।

୮. କୁକୁଡା ପର, ଲାଳ ଓ ମଳକୁ ଛୁଇଁବା ପରେ ହାତକୁ ଭଲ ଭାବରେ ସାବୁନ୍ ରେ ଧୁଅନ୍ତୁ। ସଂକ୍ରମିତ ଅଂଚଳରୁ ବାହାରକୁ କୁକୁଡା, ବତକ, ଅଣ୍ଡା, କୁକୁଡା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ।

୯. ସତନ୍ତ୍ର ତ୍ବରିତ ଚିକିତ୍ସାକାରୀ ଦଳ (Rapid Response Team) ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅଛନ୍ତି।

୧୦. ବାର୍ଡ ଫ୍ଲୁ ଜନିତ ରୋଗ ସଂପର୍କରେ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ। ବିଶେଷ ତଥ୍ୟ ପାଇଁ ନିକଟସ୍ଥ ସାସ୍ଥ୍ୟ କେନ୍ଦ୍ର ସହ ଯୋଗା ଯୋଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ବାର୍ଡ ଫ୍ଲୁ; ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ-

  • ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସୂଚନା
  • ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ
  • ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ
  • ପିପିଲି ଓ ସତ୍ୟବାଦୀରୁ ମଲା କୁକୁଡ଼ା ନକିଣିବାକୁ ନିର୍ଦେଶ
  • ସତ୍ୟବାଦୀ ଓ ପିପିଲିରେ ୧୧୭୩୬ କୁକୁଡ଼ା ମରାଗଲାଣି

ପିପିଲି ବାର୍ଡ ଫ୍ଲୁ ନେଇ ଗୃହରେ ଉଦବେଗ-

ରାଜ୍ୟରେ ବାର୍ଡ ଫ୍ଲୁ ଏବେ ସଙ୍ଗୀନ ସ୍ଥିତିରେ ପହଁଚିଛି । ଯାହା ଏବେ ସରକାର ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁରୀ ଜିଲ୍ଲା କୁକୁଡ଼ା ଚାଷରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ। ତେବେ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ବାର୍ଡ ଫ୍ଲୁ ଦେଖାଦେଇଥିବାରୁ ଏନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । "ହଜାରରୁ ଉର୍ଧ୍ବ ଫାର୍ମ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଚାଷୀମାନଙ୍କୁ ଭରଣ ପୋଷଣ ନେଇ ପ୍ରଶ୍ନ ଉଠାଇଲେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ । ପୁରୀ ଜିଲ୍ଲା ପିପିଲି, ନିମାପଡା, ସତ୍ୟବାଦୀ ଅଂଚଳରେ ବହୁ କୁକୁଡ଼ା ଫର୍ମ ରହିଛି । ଏବେ ବାର୍ଡ ଫ୍ଲୁ ସ୍ଥିତି ସଙ୍ଗୀନ ଥିବାରୁ ସ୍ଥାନୀୟ କୁକୁଡ଼ା ଚାଷୀଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ତେଣୁ ସେମାନଙ୍କ ପାଇଁ କିଛି କରାଯାଉ," ଦାବି କରିଛନ୍ତି ପିପିଲି ବିଧାୟକ ।

ସେ ପୁଣି କହିଛନ୍ତି, ବାର୍ଡ ଫ୍ଲୁ ଏକ ଭୁତାଣୁ ରୋଗ,ଆମ ପୁରୀ ଜିଲ୍ଲା କୁକୁଡ଼ା ଚାଷରେ ଏକ ଅଗ୍ରଣୀ ରାଜ୍ୟ । ପିପିଲି ଏବଂ ଡେଲାଙ୍ଗ ହବ । ବାର୍ଷିକ 10 ଲକ୍ଷରୁ ବାର୍ଡ ବାହାରନ୍ତି । ବାର୍ଡ ଫ୍କୁ କାରଣରୁ ଚାଷୀ କ୍ଷତି ସହିଛନ୍ତି । ଗୁଡ଼ାଏ କୁକୁଡ଼ା ,ପାଖାପାଖି 50 ହଜାର କୁକୁଡ଼ା ମରିବାକୁ ଯାଉଛନ୍ତି । ପିପିଲି ଅଂଚଲିରେ ଥିବା କୁକୁଡ଼ା ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କହିଛନ୍ତି ପିପିଲି ବିଧାୟକ। ଆଶ୍ରିତ ପଟ୍ଟନାୟକ ।

Last Updated : Aug 27, 2024, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.