ETV Bharat / state

ବାର୍ଡ ଫ୍ଲୁ: କେନ୍ଦ୍ରାପଡ଼ାରେ ୩ ଦିନରେ ମରାଗଲେଣି ୧୭ ହଜାର କୁକୁଡ଼ା, ସଙ୍ଗରୋଧରେ ୫ ଫାର୍ମ ମାଲିକ - Bird Flu Culling Of Chickens

author img

By ETV Bharat Odisha Team

Published : Sep 11, 2024, 12:12 PM IST

Updated : Sep 11, 2024, 1:19 PM IST

Bird flu in Kendrapara: ବାର୍ଡ ଫ୍ଲୁ ଚିହ୍ନଟ ଫାର୍ମର ଏକ କିଲୋମିଟର ପରିଧିରେ ଚାଲିଛି କୁକୁଡ଼ା ମରା ଅଭିଯାନ । କୁକୁଡ଼ା ମାରୁଛନ୍ତି ମୋଟ ୧୪ଟି ଟିମ୍ । ସଙ୍ଗରୋଧ ପାଇଁ ଫାର୍ମ ମାଲିକଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

କେନ୍ଦ୍ରାପଡାରେ ବାର୍ଡ ଫ୍ଲୁ: ତୃତୀୟ ଦିନ ସୁଦ୍ଧା ମରାହେଲେ ୧୭ ହଜାର କୁକୁଡ଼ା, ସଂଙ୍ଗରୋଧରେ ୫ ଫାର୍ମ ମାଲିକ
କେନ୍ଦ୍ରାପଡାରେ ବାର୍ଡ ଫ୍ଲୁ: ତୃତୀୟ ଦିନ ସୁଦ୍ଧା ମରାହେଲେ ୧୭ ହଜାର କୁକୁଡ଼ା, ସଂଙ୍ଗରୋଧରେ ୫ ଫାର୍ମ ମାଲିକ (ETV Bharat Odisha)

କେନ୍ଦ୍ରାପଡା: ବାର୍ଡ ଫ୍ଲୁ ପାଇଁ ହାଇ-ଆଲର୍ଟରେ କେନ୍ଦ୍ରାପଡା ଜିଲ୍ଲା । ଡେରାବିଶ୍ ବ୍ଲକ ଅନ୍ତର୍ଗତ ଏଣ୍ଡର ଏବଂ ବାଲିଆ ପଞ୍ଚାୟତର ଦୁଇଟି କୁକୁଡା ଫାର୍ମରେ ଶନିବାର ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରବିବାରଠାରୁ କଲିଂ ପ୍ରକ୍ରିୟା ଜାରି ରଖିଛି ଜିଲ୍ଲା ପ୍ରଶାସନ । ଏଥିରେ ମୟୁରଭଞ୍ଜ ଓ ବାଲେଶ୍ଵରର ୬ଟି ଲେଖାଏଁ ୧୨ଟି ଟିମ୍‌ ଏବଂ କେନ୍ଦ୍ରାପଡା ଜିଲ୍ଲାର ୨ଟି ଟିମକୁ ମିଶାଇ ମୋଟ ୧୪ଟି ଟିମ୍‌ ସାମିଲ୍ । ତୃତୀୟ ଦିନ ସୁଦ୍ଧା ପ୍ରାୟ ୧୭,୯୫୮ ସଂକ୍ରମିତ କୁକୁଡ଼ା ମରାଯାଇଛି । ଚିହ୍ନଟ ହୋଇଥିବା କୁକୁଡା ଫାର୍ମର ଏକ କି.ମି ପରିଧି ମଧ୍ୟରେ ଥିବା ସମସ୍ତ ଫାର୍ମରେ କୁକୁଡା ମରାଯିବ । ୫ କୁକୁଡା ଫାର୍ମ ମାଲିକଙ୍କ ନମୁନା ପରୀକ୍ଷା କରାଯାଇଛି ଓ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

  • ଡେରାବିଶ ବ୍ଲକରେ ଦୁଇଟି ଏପି ସେଣ୍ଟର:-

ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ କହିବା ଅନୁଯାୟୀ,"ଆମ ଜିଲ୍ଲାରେ ଆମେ ଦୁଇଟି ବାର୍ଡ ଫ୍ଲୁ ଏପି ସେଣ୍ଟର (ଉତ୍ପତିସ୍ଥଳ) ଚିହ୍ନଟ କରିଛୁ । ଗୋଟିଏ ଏଣ୍ଡର ଓ ଅନ୍ୟଟି ବାଲିଆ । ଦୁଇଟି ଯାକ ଡେରାବିଶ ତହସିଲ ଅନ୍ତର୍ଗତ । ଯେଉଁ ଫାର୍ମ ଦୁଇଟି ଚିହ୍ନଟ ହୋଇଛି, ତାର ଏକ କିଲୋମିଟର ପରିଧି ମଧ୍ୟରେ ଯେତେ ଫାର୍ମ ଅଛି ସେଗୁଡିକୁ ଚିହ୍ନଟ କରାଯାଇଛି । ଫାର୍ମର ମାଲିକମାନଙ୍କୁ ମଧ୍ୟ ଆମେ ତାଙ୍କୁ ଚିହ୍ନଟ କରିଛୁ । ସଂକ୍ରମିତ କୁକୁଡାଙ୍କ ନମୁନା ରିପୋର୍ଟ ଆସିବା ପରେ ଏହି ସବୁ ସ୍ଥାନରେ କୁକୁଡା ମରାଯିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

  • ଏବେ ସୁଦ୍ଧା ମରାଗଲେଣି ୧୭ ହଜାରରୁ ଅଧିକ କୁକୁଡା:-

ଏଣ୍ଡର ଏପି ସେଣ୍ଟରର ଏକ କିଲୋମିଟର ପରିଧିରେ ୧୩ଟି ଗାଁ ଆସୁଛି ଏବଂ ବାଲିଆ ଏପି ସେଣ୍ଟରରେ ଏକ କିଲୋମିଟର ପରିଧି ମଧ୍ୟରେ ୨୦ଟି ଗାଁ ଆସୁଛି । ଏଣ୍ଡରର ୪୪ଟି ଫାର୍ମ ଏବଂ ବାଲିଆର ୮୦ଟି ଫାର୍ମ ଆସୁଛି । ଏଣ୍ଡର ଏପି ସେଣ୍ଟରରେ ବର୍ତ୍ତମାନ ଅର୍ଥାତ ତୃତୀୟ ଦିନ ଶେଷ ସୁଦ୍ଧା ୩,୩୮୧ ସଂକ୍ରମିତ କୁକୁଡାଙ୍କୁ ମରାଯାଇଛି ଏବଂ ବାଲିଆ ଏପି ସେଣ୍ଟରରେ ବର୍ତ୍ତମାନ ସୁଦ୍ଧା ୧୩,୫୭୭ ବାର୍ଡକୁ ମଧ୍ୟ କଲିଂ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ପୁରୀ ପରେ କେନ୍ଦ୍ରାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ ,ଚାରିଛକରେ ନାକା ଲଗାଇଲା ପ୍ରଶାସନ - BIRD FLU

କଲିଂ ପରେ ଡିସପୋଜ ଓ ସାନିଟାଇଜ :-

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି,‘‘୧୪ଟି ଟିମ୍‌ ଏହି କଲିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେମାନଙ୍କ ହେଲଥ ଚେକଅଫ କରାଯାଇଛି । ପ୍ରୋଟୋକାଲ ଦୃଷ୍ଟିରୁ କଲିଂ ପ୍ରକ୍ରିୟା ବେଳେ ଯାହା ପଦକ୍ଷେପ ନେବା କଥା ନିଆଯାଇଛି । ଆଶା କରୁଛୁ, ଆସନ୍ତା ଦୁଇଦିନ ମଧ୍ୟରେ ଆମେ ଏହି ଏକ କିଲୋମିଟର ପରିଧି ମଧ୍ୟରେ ଥିବା ସମସ୍ତ ଫାର୍ମର କୁକୁଡ଼ାଙ୍କୁ କଲିଂ କରିବୁ । ଏହାପରେ ଏହାକୁ ସଠିକ ଭାବେ ସାନିଟାଇଜ କରିବୁ ଓ ଡିସ୍ପୋଜ କରିବୁ ।

  • ସଙ୍ଗରୋଧରେ ଫାର୍ମ ମାଲିକ:

ଜିଲ୍ଲାପାଳ କହିଛନ୍ତି, ଫାର୍ମ ମାଲିକମାନଙ୍କୁ ଅନୁରୋଧ କରାଯାଇଛି, ସେମାନେ କ୍ବାରେଣ୍ଟାଇନରେ ରହିବେ । ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି । ସେମାନଙ୍କ ସ୍ୱାବ ମଧ୍ୟ ଟେଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ହ୍ୟୁମାନ ପଜିଟିଭ ରିପୋର୍ଟ ଆସିନାହିଁ । ପ୍ରଶାସନ ବର୍ତ୍ତମାନର ସ୍ଥିତି ଉପରେ ନଜର ରଖିଛି ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 11, 2024, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.