ETV Bharat / state

ବାଟରେ ଜଗିଥିଲା ଯମ ! କୁକୁରକୁ ରକ୍ଷା କରି ପ୍ରାଣ ହରାଇଲେ ବାଇକ ଚାଳକ

author img

By ETV Bharat Odisha Team

Published : Feb 15, 2024, 10:44 PM IST

Bike Rider Died In Kandhamal: ଆଜି କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଦୁର୍ଘଟଣାରେ ଚାଲିଯାଇଛି ଯୁବକଙ୍କ ଜୀବନ । କୁକୁରକୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ଏକ ଆମ୍ବଗଛରେ ପିଟି ହେଲା ବାଇକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ବାଟରେ ଜଗିଥିଲା ଯମ ! କୁକୁରକୁ ରକ୍ଷା କରି ପ୍ରାଣ ହରାଇଲେ ବାଇକ ଚାଳକ
ବାଟରେ ଜଗିଥିଲା ଯମ ! କୁକୁରକୁ ରକ୍ଷା କରି ପ୍ରାଣ ହରାଇଲେ ବାଇକ ଚାଳକ

ଫୁଲବାଣୀ: ଅଶୁଭ ଗୁରୁବାରରେ ଘଟିଛି ରାଜ୍ୟସାରା ଦୁର୍ଘଟଣା । ଏହି କ୍ରମରେ ଆଜି କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଦୁର୍ଘଟଣାରେ ଚାଲିଯାଇଛି ଯୁବକଙ୍କ ଜୀବନ । କୁକୁରକୁ ବଞ୍ଚାଇବାକୁ ଯାଇ ବାଇକ ଆରୋହୀଙ୍କ ଉଡିଯାଇଛି ପ୍ରାଣବାୟୁ । କୁକୁରକୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ଏକ ଆମ୍ବଗଛରେ ପିଟି ହେଲା ବାଇକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ଉଭୟ ମୃତ ଓ ଗୁରୁତର ଆହତ ହୋଇଥିଵା ଯୁବକ ସମ୍ପର୍କରେ ଶାଳକ ଭିଣୋଇ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ବିଶିପଡା ପଞ୍ଚାୟତ ସୁଧାସାହିର ଅର୍ଜୁନ ବେହେରାଙ୍କ ପୁଅ ବାଜିରାଉତ ବେହେରା ହୋଇଥିବା ବେଳେ ଆହତ ହୋଇଥିବା ଯୁବକ ଜଣକ ସେହି ବିଶିପଡା ଗାଁ ଦେହୁରୀ ସାହିର ମିଥୁନ ଦେହୁରୀ ବୋଲି ଜଣାପଡିଛି । ମୃତ ବାଜି ରାଉତ ଓ ମିଥୁନ କୌଣସି କାମରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା ସେସ୍କାଯୋଡି ଗାଁକୁ ଆସିଥିଲ । କାମ ସରିଵା ପରେ ଉଭୟ ଶାଳକ ଭିଣୋଇ ଏକା ବାଇକରେ ନିଜ ଗାଁ ବିଶିପଡାକୁ ଫେରୁଥିବା ସମୟରେ ଫିରିଙ୍ଗିଆ ବ୍ଲକ ମାଶ୍ରୀପଡା ଠାରୁ ନୂଆପଦର ମୁଖ୍ୟ ରାସ୍ତାର ବୁଢାକାମ୍ବା ଗାଁ ନିକଟରେ ବାଇକ ସମ୍ମୁଖକୁ ଏକ କୁକୁର ଚାଲିଆସିଥିଲା ।

ଏହା ମଧ୍ୟ ପଢନ୍ତୁ ... ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ, ୬ ଛାତ୍ରଛାତ୍ରୀ ଆହତ

ସେହି କୁକୁରକୁ ବଞ୍ଚାଇବାକୁ ଯାଇ ବାଇକଟି ରାସ୍ତାକଡରେ ଥିବା ଏକ ଆମ୍ବଗଛରେ ବାଡେଇ ହୋଇଥିଲା ଫଳରେ ଘଟଣା ସ୍ଥଳରେ ବାଜିରାଉତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶାଳକ ମିଥୁନ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ ରାଉତ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ସହ ପହଞ୍ଚି ଗୁରୁତର ଆହତ ହୋଇଥିବା ଯୁବକ ଓ ଅଗ୍ନିଶମ ଗାଡ଼ିରେ ମୃତ ଦେହକୁ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରିୟରଞ୍ଜନ ନାଏକ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଵା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଥିଲେ । ମୃତକଙ୍କ ବଡ଼ଭାଇ ସିମାଞ୍ଚଳ ବେହେରା ଗାଡି ସମ୍ମୁଖକୁ କୁକୁର ଚାଲିଆସିବାରୁ ଦୁର୍ଘଟଣା ଘଟିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୪୪/୨୪ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.