ETV Bharat / state

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱର ଚାଲିଛି ଫିଲ୍ମ ଫେଷ୍ଟିଭାଲ - Bhubaneswar Film Festival - BHUBANESWAR FILM FESTIVAL

Bhubaneswar Film Festival: ପୁରୁଣା ସ୍ମୃତି ସହ ସିନେମାର ମୂଲ୍ୟବୋଧକୁ ପ୍ରତିଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ଭିତରେ ପୁଣି ଜୀବିତ କରିବା ପାଇଁ ଆରମ୍ଭ ହେଲା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ। ଅଧିକ ପଢ଼ନ୍ତୁ,

Bhubaneswar Film Festival
Bhubaneswar Film Festival (ETV Bharat Odisha)
author img

By ETV Bharat Odisha Team

Published : Jun 7, 2024, 7:48 PM IST

ଭୁବନେଶ୍ୱର: ଜୟଦେବ ଭବନରେ ଆରମ୍ଭ ହୋଇଯାଇଛି ତିନିଦିନିଆ 'ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ'। ନିରଦ ମହାପାତ୍ରଙ୍କ ପ୍ରସିଦ୍ଧ 'ମାୟା ମିରିଗ' କାଳଜୟୀ ଚଳଚ୍ଚିତ୍ର ପ୍ରଦର୍ଶନରୁ ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ ହୋଇଥିଲା । ହଜିଯାଇଥିବା ପୁରୁଣା ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ସହ ନୂଆପିଢିଙ୍କୁ ଏହାର ଅସ୍ତିତ୍ବ ଓ ଇତିହାସ ସମ୍ପର୍କରେ ଜଣେଇବାର ଏହା ଏକ ସୁନ୍ଦର ପ୍ରୟାସ ହୋଇଥିବା ବେଳେ ପ୍ରଥମ ଦିନରେ ୫ଟି ଫିଲ୍ମ ଦେଖିଛନ୍ତି ଦର୍ଶକ । ତେବେ ଭୁବନେଶ୍ୱରରେ ଆୟୋଜିତ ଏହି ଉତ୍ସବରେ ବିଶ୍ୱସ୍ତରରେ ଓଡ଼ିଆ ଚଳଚ୍ଚିତ୍ରକୁ ପରିଚୟ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ପୁରୁଣା ଓଡ଼ିଆ ସିନେମାକୁ ପ୍ରଦର୍ଶିତ କରାଯାଇଛି ।

Bhubaneswar Film Festival (ETV Bharat Odisha)

ଚଳଚ୍ଚିତ୍ର ଉତ୍ସବରେ ପ୍ରଥମେ କାଳଜୟୀ ଓଡ଼ିଆ 'ମାୟା ମିରିଗ' ଚାଲିଥିବା ବେଳେ ପରେ 'ଛ’ ମାଣ ଆଠ ଗୁଣ୍ଠ', 'ଭିଜା ମାଟିର ସ୍ୱର୍ଗ', 'ହାଲୋ ଆର୍ସି' ଏବଂ 'ରିମେମ୍ବରିଙ୍ଗ୍ ପ୍ରମୋଦ ପତି' ଭଳି ଚଳଚ୍ଚିତ୍ର ଦେଖିବାକୁ ପାଇଛନ୍ତି ଯୁବପିଢି । ତେବେ ପ୍ରଥମେ ପ୍ରଦର୍ଶିତ ହୋଇଥିବା ୧୯୮୪ ମସିହା ଅର୍ଥାତ୍ ୪୦ ବର୍ଷ ତଳର ଚଳଚ୍ଚିତ୍ର ମାୟା ମିରିଗ ଉପସ୍ଥିତ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା । ଆଉ ୪୦ ବର୍ଷର ପୁରୁଣା ସ୍ମୃତି ସହ ସେ ସମୟର ସମ୍ପର୍କ ଓ ସିନେମାର ମୂଲ୍ୟବୋଧକୁ ପ୍ରତିଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ଭିତରେ ପୁଣି ଜୀବିତ କରିଥିଲା । କଥାକାର ବିଭୂତି ପଟ୍ଟନାୟକ ଏବଂ ନିରଦ ମହାପାତ୍ରଙ୍କ କାହାଣୀକୁ ନେଇ ୧୯୮୪ରେ ମାୟା ମିରିଗ ନିର୍ମିତ ହୋଇଥିଲା। ଏହା ଦ୍ୱିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଭାବେ ଜାତୀୟ ପୁରସ୍କାର ସହ କାନ୍ସ ଫିଲ୍ମ ଫେଷ୍ଟିଭାଲର କ୍ରିଟିକ୍ସ ୱିକ ବିଭାଗରେ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନ ଶେଷରେ ଏହି କାଳଜୟୀ ଓଡ଼ିଆ ସିନେମା ତଥା ଏହାର ନିର୍ମାତା ସ୍ୱର୍ଗତ ନିରଦ ମହାପାତ୍ରଙ୍କୁ ସମ୍ମାନ ଜଣାଇ ଦର୍ଶକମାନେ ଷ୍ଟାଣ୍ଡିଂ ଓଭିଏସନ୍ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. କାନ୍ସରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର, ସମ୍ୱଲପୁରୀ ପୋଷାକ ପିନ୍ଧି ଦେଖାଇଲେ ଜଲୱା - Jitendra Mishra Shines At Cannes

ଅନ୍ୟପଟେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ୧୫ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡୁନଥିବା ବେଳେ ଓଡ଼ିଆ ଚଳଚିତ୍ରର ପ୍ରଚାର ପ୍ରସାର ସହ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ପାଇନଥିବା ଚଳଚ୍ଚିତ୍ର ଦେଖି ବେଶ୍ ଖୁସି ହୋଇଛନ୍ତି ଓଡ଼ିଆ ଦର୍ଶକ । ଏହାସହ ଉପସ୍ଥିତ ଦର୍ଶକ ପୁରୁଣା ସିନେମାର ହୃଦୟସ୍ପର୍ଶୀ ସ୍ମୃତିକୁ ସାଉଁଟିଥିବା ବେଳେ ଓଡ଼ିଆ ଫିଲ୍ମର ସମୃଦ୍ଧ ଇତିହାସକୁ ମଧ୍ୟ ଜାଣିଥିଲେ । ଏହା ସେମାନଙ୍କୁ ଏକ ନିଆରା ଅନୁଭୂତି ଆଣିଦେଇଛି ବୋଲି ସେମାନେ କହିଛନ୍ତି । ସେପଟେ ଏହି ଚଳଚ୍ଚିତ୍ର ମହୋତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ଅଭିନୟ ଏବଂ ସ୍କ୍ରିନ ପ୍ଲେ ରାଇଟିଂ ଉପରେ ଯଥାକ୍ରମେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମୁକେଶ ଛାବ୍ରା ଓ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍ । ଏହି କ୍ଲାସ ଓଡ଼ିଶାର ଯୁବ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଆଶା ରଖିଛନ୍ତି ଆୟୋଜକ ।

ଏଠାରେ ପ୍ରକାଶ ଥାଉକି ୮ରେ ଫିଲ୍ମ ନିର୍ମାତା ଛାବ୍ରା ଉପସ୍ଥିତ ରହି ବମ୍ବେ ପାଇଁ କିଭଳି ଜଣେ କଳାକାର ପ୍ରସ୍ତୁତ ହେବେ, ସୁଯୋଗକୁ କିଭଳି ଉପଯୋଗ କରିବ, କାମ କିଭଳି ମିଳିବ ଓ ଅତିଶନ୍ ସମ୍ପର୍କିତ ସବୁକିଛି ଉପରେ ଆଲୋଚନା କରିବେ । ସେହିପରି ୯ରେ ନିର୍ଦ୍ଦେଶକ ରାଏ ଷ୍ଟୋରୀ କିଭଳି ଲେଖାଯିବ, ନିର୍ଦ୍ଦେଶନା କିଭଳି ଦିଆଯାଏ, ସ୍କ୍ରିନ ପ୍ଲେ ରାଇଟି, ଚରିତ୍ର ଆଦି ସମ୍ପର୍କରେ ଆଲୋଚନା କରିବେ। ଯେଉଁମାନେ ବମ୍ବେ ଯାଇ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ଫେଷ୍ଟିଭାଲ ସୁଯୋଗ ଭେଟିଦେବ । ପ୍ରାୟତଃ ୨୦ରୁ ୨୨ବର୍ଷ ପରେ କେବଳ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏକ ଫେଷ୍ଟିଭାଲ ଆୟୋଜନ ହେଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ କେବଳ ଓଡ଼ିଆ ସିନେମାକୁ ନେଇ ଏକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉଥିବାରୁ କେବଳ ଭୁବନେଶ୍ୱର ନୁହେଁ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ଏଭଳି ଉତ୍ସବ ଆୟୋଜିତ କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.