ETV Bharat / state

ରାଜ୍ୟରେ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ - SUNSTROKE

Sunstroke Cases Increase: ରାଜ୍ୟରେ ବଢୁଛି ତାପମାତ୍ରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ପ୍ରତ୍ୟେକ ଦିନ ୨୦ରୁ ୨୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲକୁ ଅସୁଥିବା ସୂଚନା । ଅଂଶୁଘାଜନିତ ସମସ୍ୟାକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ୍ ହସ୍ପିଟାଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 20, 2024, 4:14 PM IST

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ,କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ଦୈନିକ ୨୦ରୁ୨୫ ଅଂଶୁଘାତ ରୋଗୀ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ଦୈନିକ ୨୦-୨୫ ଅଂଶୁଘାତ ପ୍ରଭାବିତ ରୋଗୀ । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । କିଛି କିଛି ସ୍ଥାନରେ ହିଟ୍ ୱେଭ ସ୍ଥିତି ଦେଖିବାକୁ ମିଳୁଛି । ତାପମାତ୍ରା ୪୪ ଛୁଇଁଲାଣି । ପ୍ରତ୍ୟେକ ଦିନ ୨୦ରୁ ୨୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଯୋଗାଇ ଦିଆଯାଉଛି । ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବାରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଆସିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଏପଟେ ରାଜ୍ୟରେ ଅଂଶୁଘାତରେ ଗତକାଲି ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵରର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା । ଏହା ସହ ଗତକାଲି ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସରେ ୭୧ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, ଅନୁଗୋଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍ ରିଲେଟେଡ ଇଲନେସ ପାଇଁ ଆଡ଼ମିଶନ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ - SCB Medical

ଏହା ମଧ୍ୟ ପଢନ୍ତୁ.... ଅଂଶୁଘାତରେ ରାଜ୍ୟରେ ପ୍ରଥମ ମୃତ୍ୟୁ, ୭୧ ଜଣ ଆକ୍ରାନ୍ତ - One Sunstroke Death

ଅନ୍ୟପଟେ ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHCଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦେବ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.