ETV Bharat / state

ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ, ICUରେ ଚାଲିଛି ଚିକିତ୍ସା

author img

By ETV Bharat Odisha Team

Published : Feb 19, 2024, 11:50 AM IST

Updated : Feb 19, 2024, 12:33 PM IST

BJD MLA Anant Das Hospitalized: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରବିବାର ସନ୍ଧ୍ୟାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା । ଅଧିକ ପଢନ୍ତୁ

ବିଧାୟକ ଅନନ୍ତ ଦାସ ଅସୁସ୍ଥ
ବିଧାୟକ ଅନନ୍ତ ଦାସ ଅସୁସ୍ଥ

ବାଲେଶ୍ୱର: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ବାଲେଶ୍ବର ଫକୀର ମୋହନ ମେଡିକାଲରେ ସେ ଗତକାଲି(ରବିବାର) ସନ୍ଧ୍ୟାରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଖବର ମିଳିଛି । ବାର୍ଦ୍ଧକ୍ୟ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି(ରବିବାର) ସନ୍ଧ୍ୟାରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିଥିଲା । ତାଙ୍କୁ ପରିବାର ଲୋକେ ବାଲେଶ୍ବର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଏହା ବି ପଢନ୍ତୁ...ସିସୋଦିଆଙ୍କୁ ବଡ ଆଶ୍ୱସ୍ତି, ଏଣିକି ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ

ଏବେ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ବିଧାୟକ ଅନନ୍ତ ଦାସ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରହି ଆସିଛନ୍ତି। ସେ ବିଜେଡିର ଜଣେ ପୁରୁଖା ନେତା ଭାବେ ବେଶ ଜଣାଶୁଣା । ଏହା ପୂର୍ବରୁ ମଧ୍ୟ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଫେରିଥିଲେ ଅନନ୍ତ ଦାସ । ୨୦୦୪ ନିର୍ବାଚନରୁ ଲଗାତାର ଭାବେ ଅନନ୍ତ ଦାସ ଏହି ଆସନରୁ ଜିତି ଆସୁଛନ୍ତି । ସୂଚନା ଅନୁସାରେ ବିଧାୟକଙ୍କ ଅସୁସ୍ଥତା ବିଷୟରେ ଖବର ପାଇ ବହୁ ବରିଷ୍ଠ ନେତା ତାଙ୍କୁ ସାକ୍ଷାତ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅସୁସ୍ଥ, କୋରୋନା ଓ ସ୍ୱାଇନ ଫ୍ଲୁରେ ପୀଡିତ

ଓଡ଼ିଶା ରାଜନୀତିରେ ଜଣେ ବିଜେଡିର ଜଣେ ସକ୍ରିୟ କର୍ମକର୍ତ୍ତା ଭାବେ ପରିଚିତ ଅନନ୍ତ ଦାସ । 2004, 2009, 2014 ଓ 2019 ମସିହାରେ ଲଗାତାର ଭୋଗରାଇ ବିଧାୟକ ରହି ଆସିଛନ୍ତି ଅନନ୍ତ । ଅନନ୍ତଙ୍କର 3 ପୁଅ ଓ ଜଣେ ଝିଅ ରହିଛନ୍ତି । ଗତ 2019 ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ୍ଙ୍କୁ ହରାଇ ବାଜିମାତ କରିଥିଲେ ଅନନ୍ତ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସେ ପୂର୍ବରୁ ମନ୍ତ୍ରୀ ଦାୟିତ୍ବ ମଧ୍ୟ ସମ୍ଭାଳିଛନ୍ତି । 2004 ନିର୍ବାଚନରୁ ଲଗାତାର ଅନନ୍ତ ଭୋଗରାଇ ଆସନରୁ ନିର୍ବାଚନ ଲଢି ଜିତି ଆସୁଛନ୍ତି । ବର୍ତ୍ତମାନ ତାଙ୍କୁ 83 ବର୍ଷ ବୟସ ହୋଇଥିବା ଜଣାପଡିଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ପୂର୍ବରୁ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗତକାଲି (ରବିବାର) ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିବା ଜଣାପଡ଼ିଛି। ଖବର ପାଇବା ପରେ ବହୁ ବରିଷ୍ଠ ନେତୃବୃନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 19, 2024, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.