ETV Bharat / state

ବଢୁଛି ଆଶାୟୀଙ୍କ ସଂଖ୍ୟା, ଏଥର ଭୋଗରାଇ ଦେଖିବ କି ନୂଆ ଚେହେରା ?

author img

By ETV Bharat Odisha Team

Published : Feb 1, 2024, 8:53 PM IST

Bhograi constituency: ବାଲେଶ୍ବର ଭୋଗରାଇରେ ବଢୁଛି ଆଶାୟୀଙ୍କ ସଂଖ୍ୟା । ଏଥର ଭୋଗରାଇ ନିର୍ବାଚନ ମଣ୍ଡଳୀ ଦେଖିବକି ନୂଆ ଚେହେରା । ଅଧିକ ପଢନ୍ତୁ

ବଢୁଛି ଆଶାୟୀଙ୍କ ସଂଖ୍ୟା, ଏଥର ଭୋଗରାଇ ଦେଖିବକି ନୂଆ ଚେହେରା !

ବାଲେଶ୍ବର: ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ, ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ରାଜ୍ୟ । ସମୟ ପାଖେଇବା ସହ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଲାଣି । ଏହାରି ଭିତରେ କି’ଏ କେଉଁଠି ବନ୍ଧୁ ମିଳନ ନାଁରେ ତ, କି’ଏ ପୁଣି ସାମାଜିକ କାର୍ଯ୍ୟ କରି ନିଜର ପ୍ରଚାର ଆରମ୍ଭ କଲେଣି । 2024 ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏକ ପ୍ରକାର ନିଜର ପତିଆରା ପାଇଁ ବିଭିନ୍ନ ପ୍ରକାର କୌଶଳ ଅପଣେଇଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।

ସେହିପରି ଉତ୍ତର ଓଡିଶାର ଅନ୍ୟତମ ପ୍ରମୁଖ ବାଲେଶ୍ଵର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ଉଷ୍ମତା ଅନୁଭୂତ ହେବାରେ ଲାଗିଲାଣି । ଭୋଗରାଇ ନିର୍ବାଚନ ମଣ୍ଡଳୀର ଲଗାତାର ବିଧାୟକ ହୋଇ ଆସୁଥିବା ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସ, ଚଳିତଥର ତାଙ୍କ ପୁଅଙ୍କୁ ରାଜନୀତିକୁ ଆଣିବାକୁ ଇଚ୍ଛା ରଖିଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶାସକ ବିଜେଡି ଦଳରୁ ଅନ୍ୟ ଆଶାୟୀଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଲାଣି । ସେହିଭଳି ଜଣେ ଆଗଧାଡିର ଆଶାୟୀ ହେଉଛନ୍ତି ସମାଜସେବୀ ତଥା ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର ।

ବାଲେଶ୍ୱର ଜିଲ୍ଲାରେ ସମୁଦାୟ ଆଠଟି ନିର୍ବାଚନ ମଣ୍ଡଳୀ ଥିବା ବେଳେ ଭୋଗରାଇ ଆସନର ରାଜନୀତି ଟିକେ ଭିନ୍ନ । ନିର୍ବାଚନ ଆସିଲେ ଅନେକ ଆଶାୟୀ ପ୍ରାର୍ଥୀ ବିଭିନ୍ନ ଦଳରୁ ନିର୍ବାଚନୀ ଟିକେଟ ଆଶା କରିବା ସହ ସେମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳେ । ସେହିଭଳି ଭାବେ ବିଦୁବେନ୍ଦୁ ମଧ୍ୟ 2019 ନିର୍ବାଚନରେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଥିଲେ । ମାତ୍ର ଅନନ୍ତ ଦାସଙ୍କୁ ହିଁ ମିଳିଥିଲା ଦଳୀୟ ଟିକଟ । ଅନନ୍ତ ମଧ୍ୟ ବହୁଳ ଭୋଟରେ ବିଜୟୀ ହୋଇଥିଲେ ।

ହେଲେ ଚଳିତ ନିର୍ବାଚନରେ ଅନନ୍ତ ନିଜ ପୁଅଙ୍କୁ ନିର୍ବାଚନ ଲଢେଇବାକୁ ଚାହୁଁଛନ୍ତି । ଏପଟେ ବିଦୁବେନ୍ଦୁ ମଧ୍ୟ ପଛରେ ପଡ଼ିନାହାନ୍ତି । ଆଜିଯାଏ ସେ ତିନୋଟି ଜିଲ୍ଲା ପରିଷଦ ଜୋନରେ ଦଳୀୟ ବ୍ୟାନର ଲଗାଇ ଲୋକମାନଙ୍କୁ କମ୍ବଳ ବାଣ୍ଟିବା ଏବଂ ସଭାକାର୍ଯ୍ୟ କରି ସାରିଛନ୍ତି । ବିଦୁବେନ୍ଦୁ ବିଦେଶରେ କରିଥିବା ଚାକିରି ଛାଡି ଆସି ଏକ ଇଞ୍ଜିନିୟରିଂ କଲେଜ ଖୋଲିଥିଲେ । ଯେଉଁଠି ପ୍ରାୟ ସାଢ଼େ ତିନି ହଜାର ପିଲା ପାଠ ପଢ଼ୁଥିବା କଥା ସେ କୁହନ୍ତି । ଅନ୍ୟପଟେ ଭୋଗରାଇ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସେ ନିରନ୍ତର ପ୍ରୟାସ କରିଆସୁଛନ୍ତି ବୋଲି ମଧ୍ୟ ସେ ଦାବି କରନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜେଲ ଗଲେ ହେମନ୍ତ, କାଲି ଇଡିର ରିମାଣ୍ଡ ଆବେଦନ ଶୁଣାଣି

ଏହାରି ଭିତରେ ଅନନ୍ତ ଦାସଙ୍କ ବିକଳ୍ପ ବୋଲି ବିଦୁବେନ୍ଦୁ ଦାବି କରିବା ସହ ଭୋଗରାଇବାସୀ ଚଳିତ ନିର୍ବାଚନରେ ନୂଆ ଚେହେରା ଚାହୁଁଥିବା ମଧ୍ୟ ଦାବି କରିଛନ୍ତି । ତେବେ ଆଗାମୀ ଦିନରେ ଶାସକ ଦଳ ବିଜେଡି ଭୋଗରାଇ ନିର୍ବାଚନ ମଣ୍ଡଳୀର ପୁରୁଣା ନା ନୂଆ ଚେହେରାକୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବ, ତାକୁ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.