ETV Bharat / state

ଓଡ଼ିଶାରେ ବନ୍ଦ ପ୍ରଭାବ; ଗଡୁନି ଗାଡିମୋଟର, ଟ୍ରେନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ - Bharat Bandh impact in Odisha - BHARAT BANDH IMPACT IN ODISHA

Bharat Bandh impact in Odisha: ଓଡ଼ିଶାରେ ପଡିଲା ଭାରତ ବନ୍ଦର ପ୍ରଭାବ । ଭୁବନେଶ୍ବରରୁ ସମ୍ବଲପୁର-ବାଲେଶ୍ବରୁ କୋରାପୁଟ ସବୁଠି ଦେଖିବାକୁ ମିଳିଲା ତୀବ୍ର ଆନ୍ଦୋଳନ । ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇବା ସହ ରେଳରୋକ କରିଥିଲେ । ଫଳରେ ରେଳସେବା ଏବଂ ଗାଡିମୋଟର ଚଳାଚଳ ବନ୍ଦ ରହିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଧିକ ପଢନ୍ତୁ

ଓଡ଼ିଶାରେ ବନ୍ଦ ପ୍ରଭାବ; ଗଡୁନି ଗାଡିମୋଟର, ଟ୍ରେନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ
ଓଡ଼ିଶାରେ ବନ୍ଦ ପ୍ରଭାବ; ଗଡୁନି ଗାଡିମୋଟର, ଟ୍ରେନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 11:02 AM IST

Updated : Aug 21, 2024, 9:47 PM IST

ଭୁବନେଶ୍ବର: ଆଜି ଭାରତ ବନ୍ଦ । SC/ST ସଂରକ୍ଷଣକୁ ନେଇ ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଜି ସାରା ଦେଶରେ ଦଳିତ ସଂଗଠନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ଏହି ବନ୍ଦର ପ୍ରଭାବ । ବିଭିନ୍ନ ସ୍ଥାନରେ ଗାଡିମୋଟର ଚଳାଚଳ ବନ୍ଦ ରହିବା ସହିତ ଟ୍ରେନ ସେବା ପ୍ରଭାବିତ ହୋଇଛି । ଭୁବନେଶ୍ବର, ସମ୍ବଲପୁର, କେନ୍ଦୁଝର, ବୌଦ୍ଧ, ଝାରସୁଗୁଡ଼ା, ଗଜପତି ଇତ୍ୟାଦି ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଭୁବନେଶ୍ବର, ସମ୍ବଲପୁର ଓ କେନ୍ଦୁଝରର କିଛି ସ୍ଥାନରେ ରେଳରୋକ କରାଯାଇଛି । ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନକାରୀ । ଏହି ବନ୍ଦ ପ୍ରଭାବରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଓଡ଼ିଶାରେ ବନ୍ଦ ପ୍ରଭାବ; ଗଡୁନି ଗାଡିମୋଟର, ଟ୍ରେନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ (ETV Bharat Odisha)

ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ:

ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗ କ୍ଷେତ୍ରରେ ସବ-କ୍ୟାଟାଗୋରୀ କରାଯିବା ଉଚିତ୍‌ ବୋଲି କହିଥିଲେ । ଯାହାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି ବିଭିନ୍ନ ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କ୍ରିୟାନୁଷ୍ଠାନ କମିଟି ।

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ:

ରାଜଧାନୀର ରାଜମହଲ ,ହଂସପାଳ, ମାଷ୍ଟରକ୍ୟାଣ୍ଟିନ,ରେଳ ଷ୍ଟେସନ ଓ ଉତ୍ତର ଛକରେ ପ୍ରତିବାଦ କରିଥିଲେ ଆନ୍ଦୋଳନତାରୀ । ରାସ୍ତା ଓ ରେଳ ରୋକ କରିଛନ୍ତି ଆନ୍ଦୋଳନକାରୀ ।ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ବିରାଟ ଶୋଭାଯାତ୍ରା ସହ ନାରାବାଜି କରିଥିଲେ ଆନ୍ଦୋଳନକାରୀ ।ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହେଖାଯାଇଥିଲା । ପୋଲିସ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରେ ରଖି କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଥିଲା ।

ସମ୍ବଲପୁରରେ ରେଳରୋକ:

ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟ ବିରୋଧରେ 'ସଂରକ୍ଷଣ ବଚାଓ ସଂଘର୍ଷ ସମିତି' ଏହି ଭାରତ ବନ୍ଦ ଡାକରା ଦେଇଥିବାବେଳେ ସମ୍ବଲପୁରରେ ଭୀମ ଆର୍ମି ସହ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରି 12 ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି । ଆନ୍ଦୋଳନକାରୀମାନେ ସକାଳ 6ଟାରେ ସମ୍ବଲପୁର ରେଳ ଷ୍ଟେସନଠାରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଟ୍ରେନକୁ ଅବରୋଧ କରିଥିଲେ l ପୋଲିସର ଉପସ୍ଥିତିରେ ଉଭୟ ଟ୍ରେନ ପ୍ରାୟ ଏକ ଘଣ୍ଟା ପାଇଁ ଅବରୋଧ କରାଯାଇଥିଲା । ଏହାସହିତ ଆନ୍ଦୋଳନକାରୀ ସମ୍ବଲପୁରରେ ସବୁ ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡିମୋଟର ଚଳାଚଳ ବନ୍ଦ ପାଇଁ ଡାକରା ଦେଇଛନ୍ତି । ତେବେ ଏଥିରୁ ସମସ୍ତ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି ।

ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, "ଏସସି/ଏସଟି ବିରୋଧରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଭିତରେ ସବକ୍ୟାଟେଗୋରୀ ପାଇଁ ରାୟ ଶୁଣାଇଛନ୍ତି, ଯାହାକି ସମ୍ବିଧାନ ବିରୋଧୀ । ଏହାଦ୍ବାରା ଏସ୍‌ସି/ଏସଟି ଭିତରେ ଝଗଡା ଲଗାଇବାକୁ ଚେଷ୍ଟା ହୋଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ । ଯଦି ଏହି ନିଷ୍ପତ୍ତି ଉପରେ ରୋକ୍ ନଲାଗେ ତାହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ।''

ଏହା ମଧ୍ୟ ପଢନ୍ତୁ: ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କ’ଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ - Bharat Bandh

କେନ୍ଦୁଝରରେ ଆନ୍ଦୋଳନକାରୀଙ୍କ ପ୍ରତିବାଦ:

ସକାଳୁ ସକାଳୁ କେନ୍ଦୁଝରରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଏସଟି,ଏସି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲେ । ଆନ୍ଦୋଳନକାରୀମାନେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ସହ ଆନନ୍ଦପୁର, ଯୋଡ଼ା, ବଡବିଲ ଆଦି ସ୍ଥାନରେ ରାସ୍ତାଘାଟ ବନ୍ଦ କରିବା ସହିତ ପ୍ରତିବାଦ କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ସହ ରେଳରୋକ କରିଥିଲେ । ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଗଜପତିରେ ଆଂଶିକ ବନ୍ଦ ପ୍ରଭାବ:

ଗଜପତି ଜିଲ୍ଲାରେ ବନ୍ଦର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ବସ୍ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲା ରହିଥିଲା । ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ସମ୍ମୁଖରେ ବିକ୍ଷୋଭକାରୀମାନେ ପିକେଟିଂ କରି ରାସ୍ତାକୁ ଓହ୍ଲାଇଥିଲେ । ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ସହ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ କରିବାକୁ ନିବେଦନ କରିଥିଲେ ।

ଝାରସୁଗୁଡାରେ ଭାରତ ବନ୍ଦର ପ୍ରଭାବ:

ଝାରସୁଗୁଡା ସହରାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲେ । ସହରର ପୁରୁଣା ବସଷ୍ଟାଣ୍ଡ ଛକ, ରେଳ ଷ୍ଟେସନ ଛକ, ବେହେରାମାଲ, ପ୍ରସନ୍ନ ପଣ୍ଡା ଛକ, ଝଣ୍ଡାଛକ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନକାରୀ ପିକେଟିଂ ସହ ନାରାବାଜି କରିଥିଲେ । ବିଭିନ୍ନ ସ୍ଥାନରେ ଦୋକାନବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବା ବେଳେ ବ୍ରଜରାଜନଗର ପୌରାଞ୍ଚଳରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲେ । ବେଲପାହାଡ଼ ପୌରାଞ୍ଚଳରେ ଏହି ବନ୍ଦର ପ୍ରଭାବ ପଡିନି ।

ନବରଙ୍ଗପୁର:
SC/ST ବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଅଧିକାର ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଆସିଥିବା ରାୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସମ୍ବିଧାନିକ ବୋଲି ଅଭିଯୋଗ ଆଣି SC/ST ସଂଘ ତରଫରୁ ସାରା ଭାରତରେ ବନ୍ଦ ଡ଼ାକରା ଦିଆଯାଇଥିଲେ । SC/ST ସଂଗଠନ ମିଳିତ ମଞ୍ଚ ତରଫରୁ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ପାଳନ କରାଯାଇଥିଲେ । ସହରର ଚାଉଁରିଆଗୁଡା ଛକ ଓ ମାଝୀଗୁଡା ଛକ ଠାରେ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଯାହାଫଳରେ ଯାତାୟତରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହୋଇଥିଲା ।ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରିବା ସହିତ ମୂଳ ସମ୍ବିଧାନର ଧାରା ୩୪୧ ଏସସି ଓ ଧାରା ୩୪୨ ଏସଟି ସଂରକ୍ଷଣ ପ୍ରାବଧାନର ବିରୋଧରେ ଯାଉଥିବା ଦର୍ଶାଯାଇଛି ।

ବୈଦ୍ଧ:

ବୈଦ୍ଧର 3ଟି ବ୍ଲକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସଂରକ୍ଷଣକୁ ନେଇ ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ରାୟ ସହିତ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ବିରୋଧ କରିିବା ସହିତ ଆଜି ସାରା ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବୈଦ୍ଧ ଅନୁସୂଚିତ ଜାତି ଓ ଜନଜାତି ସମନ୍ୱୟ ସମିତି ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ । ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଏକ ଷଡ଼ଯନ୍ତ୍ର ବୋଲି ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବୈଦ୍ଧ,କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ନିଆଳି:
ଭାରତ ବନ୍ଦ ଡାକରାରେ ପ୍ରଭାବିତ ହୋଇଛି ନିଆଳି,ଚାରିଛକ ଓ ଉତ୍ତରା ଓ ଫୁଲନଖରା ଅଞ୍ଚଳ । ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ୧୪ ଘଣ୍ଟିଆ ବନ୍ଦ ଡାକରାରେ ବିଭିନ୍ନ ଦଳିତ ଓ ଆଦିବାସୀ ସଂଘ ସାମିଲ ହୋଇଥିଲେ । ଯାହା ଫଳରେ ସାଧାରଣ ପରିବହନ ଓ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ସେପଟେ ଅଲ୍ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ ଉପସଭାପତି କରୁଣା କର କାଣ୍ତି କହିଛନ୍ତି," ଅଲ ଓଡ଼ିଶା ଏସସି-ଏସଟି ସଂଘକୁ ସମର୍ଥନ କରି ଅଲ ଓଡିଶା ଭୋଇ ସମାଜ ବନ୍ଦ ଡାକରାରେ ରାଜ ରାସ୍ତାକୁ ଓହ୍ଲାଇଛି ସୁପ୍ରିମକୋର୍ଟ କୋର୍ଟ ନିର୍ଦ୍ଦେଶ ଧାରା ୩୪୧ ଓ ୩୪୨ ଅନୁସାରେ ପାର୍ଲାମେଣ୍ଟର କ୍ଷମତା ଉଲ୍ଲଂଘନ କରି ସୁପ୍ରିମକୋର୍ଟ ନିୟମ ତିଆରି କରୁଛନ୍ତି । ତେଣୁ ଏହା ଅସାମ୍ବିଧାନିକ । ପାର୍ଲାମେଣ୍ଟର କ୍ଷମତା ଅଛି ନିୟମ ତିଆରି କରିବ । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଉଲ୍ଲଙ୍ଘନ କରି ନିର୍ଦ୍ଦେଶ ଦେଇଥିବାରୁ ଦେଶବ୍ୟାପୀ ବିରୋଧ ଜାରି ରହିଛି । ତେଣୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛି ପୁନଃବିଚାର କରି ଏହି ନିର୍ଦ୍ଦେଶକୁ ଅପସରାଣର କରିବେ ।"

କଳାହାଣ୍ଡି:

ନିକଟରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗ କ୍ଷେତ୍ରରେ ସବ-କ୍ୟାଟାଗୋରୀ କରାଯିବା ଉଚିତ୍‌ ବୋଲି କହିଥିଲେ । ସଂରକ୍ଷଣ ଲାଭ ପାଉଥିବା ଏହି ବର୍ଗଗୁଡିକ ମଧ୍ୟରେ ସମସ୍ତେ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରେ ଆର୍ଥିକ ଦୃଷ୍ଟିକୋଣରୁ ଭିନ୍ନତା ରହିଛି ବୋଲି କୋର୍ଟ କହିଥିଲେ । କିଛି ଜାତି ବା ବର୍ଗ ଅତି ପଛୁଆ ଶ୍ରେଣୀରେ ଅଛନ୍ତି ଓ ଅନ୍ୟ କିଛି ବର୍ଗର ଆର୍ଥିକ ସ୍ଥିତି ଭଲ ଅଛି । ‘କ୍ରିମି-ଲେୟାର’ ବା ଆର୍ଥିକ ସ୍ବଚ୍ଛଳ ବର୍ଗର ଉପ-ବର୍ଗୀକରଣ କରି ସେମାନଙ୍କୁ ସଂରକ୍ଷଣରୁ ବାଦ ଦିଆଯାଇ ପାରିବ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହାକୁ ନେଇ ନେଇ ଆଜି ସାରା ଭାରତ ବର୍ଷାରେ ଆନ୍ଦୋଳନର ଚିତ୍ର ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ୧୩ଟି ବ୍ଲକରେ ବନ୍ଦର ପ୍ରଭାବୀ ଦେଖିବାକୁ ମିଳିଛି ।ଭବାନୀପାଟଣା ସହରର କଲେଜ୍ ଛକ, ଘୋଡ଼ାଘାଟ ଛକ,ନକଟିଗୁଡ଼ା ଛକ, ମେଡିକାଲ ଛକ ଆଦି ସ୍ଥାନରେ ଆନ୍ଦୋଳନକାରୀ ମାନେରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ନୂଆପଡା:

ନୂଆପଡା SC/ST ଫେଡେରେସନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାରତ ବନ୍ଦକୁ ସ୍ୱାଗତ କରାଯାଇଛି । ବନ୍ଦ ପ୍ରବାହରେ କୋମନା, ନୂଆପଡା, ଖଡ଼ିଆଳ, ବୋଡ଼େନ, ସିନାପାଲି ଅଞ୍ଚଳରେ ଗାଡି ମୋଟର ଚଳାଚଳ ଠପ୍ ହୋଇପଡିଛି ।ଏହାସହ ବିଭିନ୍ନ ସରକାରୀ ତଥା ବେସରକାରୀ ସ୍କୁଲ ,କଲେଜ ଓ କାର୍ଯ୍ୟାଳୟ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ ....ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କ’ଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ - Bharat Bandh

ରାଉରକେଲା:

ଭାରତ ବନ୍ଦର ପ୍ରଭାବ ରାଉରକେଲା ଏବଂ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଖିଳ ଭାରତୀୟ ଅନୁସୂଚିତ ଜାତି ଏବଂ ଜନଜାତି ଭାରତ ବନ୍ଦ ଡାକରା ଦେଇଛି । ଆନ୍ଦୋଳଳନକାରୀ ମାନେ ପାନପୋଷ ଏବଂ ବିଶ୍ରା ଛକରେ ପିକେଟିଂ କରି ପ୍ରତିବାଦ କରିଥିଲେ । ସୁପ୍ରିମକୋର୍ଟ ନିଜର ରାୟକୁ ଫେରାଇ ନେବାକୁ ଦାବି ହୋଇଛି ।

ରାଇରଙ୍ଗପୁର:

ଆଜି ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖୁବାକୁ ମିଳିଥିଲା । ମାସା ଆର୍ମି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏସଟି-ଏସସି ମିଳିତ ମୋର୍ଚ୍ଚା, ମାରିସା, ପେସା, ବିଏସପି, ଭିମ ଆଜାଦ ପାର୍ଟି, ଆମ୍ବେଦକର ରାଇଟ ପାର୍ଟି ଆଦି ସଂଗଠନ ଗୁଡ଼ିକ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଥିଲେ । ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡରେ ସକାଳୁ ସକାଳୁ ବିଭିନ୍ନ ପଛୁଆ ବର୍ଗର ସଂଗଠନ ପିକେଟିଂ କରି ସ୍କୁଲ, କଲେଜ, ଦୋକାନ-ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଉଥିବାର ଦେଖିବାକୁ ମିଳିଛି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯେପରି କୌଣସି ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନ ସୃଷ୍ଟି ହୁଏ, ସେନେଇ ମୟୂରଭଞ୍ଜ ପୋଲିସ କଡ଼ା ନଜର ରଖିଥିଲା ।

କୋରାପୁଟ:

ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ବନ୍ଦ ଡ଼ାକରା କୋରାପୁଟ ଜଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଦୋକାନ ବଜାର, ଅଖଚକ ସବୁ ବନ୍ଦ ରହିଥିଲା । କୋରାପୁଟ ସହରର ସମସ୍ତ ପ୍ରବେଶ ପଥରେ ବେରିକେଟ କରି ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ । ସକାଳ ୬ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଏହି ୧୨ଘଣ୍ଟିଆ ବନ୍ଦ କିଭଳି ଶାନ୍ତି ଶୃଙ୍ଖଳା ସହ ସଫଳ ହେବ ସେନେଇ ଅନୁସୂଚିତ ଜାତି ଓ ଜନଜାତି ସମନ୍ୱୟ ସମିତ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେପଟେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ।

ଢେଙ୍କାନାଳ:

ଢେଙ୍କାନାଳ ଜିଲ୍ଲାରେ ଭାରତ ବନ୍ଦର ସେତେଟା ପ୍ରଭାବ ପଡିନଥିବା ବେଳେ ଦୋକାନ ବଜାର,ସ୍କୁଲ କଲେଜ ଓ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ସ୍ୱାଭାବିକ ଚାଲୁଥିବା ଦେଖିବାକୁ ମିଳିଥିଲା । ତେବେ ଆମ୍ବେଦକର ସେବା ସଂଗଠନ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ସେହିପରି କଲେଜ ବାଇପାସ ଛକରେ ଆନ୍ଦୋଳନକାରୀ ମାନେ ବ୍ୟାନର,ପ୍ଲାକାର୍ଡ ଓ ପତାକା ଦେଖାଇ ୫୫ନମ୍ବର ଜାତୀୟ ରାଜପଥକୁ କିଛି ସମୟ ଅବରୋଧ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମଟର ଠିଆ ହୋଇରହିଥିଲେ । କିଛି ସମୟ ପରେ ସାଧାରଣ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡିଛି ।

ଅନୁଗୋଳ:

ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ସଂରକ୍ଷଣ ମାମଲାରେ ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ବିରୋଧରେ ଆଜି 12 ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଛି । ଯାହାର ପ୍ରଭାବ ଶିଳ୍ପ ଜିଲ୍ଲା ଅନୁଗୋଳରେ ମଧ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ଶିଳ୍ପ ସଂସ୍ଥା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ହୁଲୁରି ସିଙ୍ଗା ଛକ ନିକଟରେ ଆନ୍ଦୋଳନକାରୀ ମାନେ NH 55କୁ ଅବରୋଧ କରିଥିଲେ । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ର ସଦସ୍ୟମାନେ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ ।

ଯାଜପୁର:

ସୁପ୍ରିମକୋର୍ଟଙ୍କ ଦ୍ଵାରା ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୁଦ୍ଧରେ ଦେଇଥିବା ରାୟକୁ ଅସାମ୍ବିଧାନିକ ଦର୍ଶାଇ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛନ୍ତି ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତିର ସଙ୍ଗଠନ । ସାମାଜିକ ସମତା ଅଭିଯାନ, ଦଳିତ ମଞ୍ଚ ସୁକିନ୍ଦା, ସିଭିଲ ସୋସାଇଟ ଫୋରମ ଆଦି ସଂଗଠନ ପକ୍ଷରୁ ଯାଜପୁର ଦାନଗଦି ବ୍ଲକର ମିଲିଟାରୀ ଛକ ଏବଂ କଳିଙ୍ଗନଗର ଡ଼ୁବୁରି ଛକ ଠାରେ ପ୍ରତିବାଦ କରାଯାଇଥିଲା । ତେବେ ଏହି ବନ୍ଦ ଜିଲ୍ଲାରେ ବିଶେଷ ପ୍ରଭାବ ପକାଇନଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଜିଲ୍ଲାର କଳିଙ୍ଗନଗର, ବ୍ୟାସନଗର, ଚଣ୍ଡିଖୋଲ ଓ ଯାଜପୁର ଟାଉନ ଅଞ୍ଚଳରେ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିଥିଲେ । ତେବେ ଅଧିକାଂଶ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଆଜି ଖୋଲିଥିବା ଦେଖିବାକୁ ମିଳିଥିଲା ।

ପୁରୀ:

ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦଳିତ ଆଦିବାସୀ ମାଇନୋରିଟି ସଂଘ ସମେତ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲା । ଭୁବନେଶ୍ୱର-ପୁରୀ 316 ଜାତୀୟ ରାଜପଥ ପିପିଲି ଠାରେ ଶତାଧିକ ଦଳିତ କର୍ମୀ ଅବରୋଧ କରିଥିଲେ । ସେପଟେ ଆଜି ଭାରତ ବନ୍ଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ କାକଟପୁର ମାଆ ମଙ୍ଗଳା ମନ୍ଦିର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ସେହିଭଳି ପିପିଲି ଟୋଲଗେଟ ଠାରେ ଜାତୀୟ ଦଳିତ ମହାସଂଘ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା । ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତାରୋକ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ କୁଶପୁତ୍ତଳିକା ଦାହ କରଥିଲେ ।

ମାଲକାନଗିରି:

ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଚକ ଅଖ ସହିତ ସହରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ସ୍କୁଲ କଲେଜ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଫଳରେ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ବନ୍ଦ ଡାକରାରେ କେବଳ ଜରୁରୀକାଳୀନ ସେବାଗୁଡିକ ବାଦ୍ ଦିଆଯାଇଛି । ଭାରତ ବନ୍ଦକୁ BSP, ଭୀମଆର୍ମୀ, ଭାରତ ଆଦିବାସୀ ସମେତ ଅନେକ ରାଜନୈତିକ ଦଳ ସମର୍ଥନ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ରାୟର ପୁନଃର୍ବିଚାର କରନ୍ତୁ ବୋଲି ଦଳିତ ସଂଗଠନ ଗୁଡିକ ଦାବି କରିଥିଲେ ।

ରାୟଗଡା:

ରାୟଗଡ଼ାରେ ମଧ୍ୟ ବନ୍ଦ ପାଳନ ହୋଇଛି । ସକାଳୁ ସକାଳୁ ରାୟଗଡା ଜିଲ୍ଲା ST/SC ସମାଜ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଶତାଧିକ ଆନ୍ଦୋଳନକାରୀ ପିକେଟିଂ କରି ଲୋକମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ସହରର ସମସ୍ତ ଦୋକାନ ବଜାର ଓ ଯାନବାହନ ଚଳାଚଳ ଠପ୍ ହୋଇଥିଲା । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦର ପ୍ରଭାବ ମୁନିଗୁଡା ଠାରୁ ଆରମ୍ଭ କରି କାଶୀପୁର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ।

ବାଲେଶ୍ବର:

ବାଲେଶ୍ଵରରେ ବନ୍ଦର ପ୍ରଭାବ ସେତେଟା ଦେଖିବାକୁ ମିଳିନାହିଁ । ସଂରକ୍ଷଣ ବଞ୍ଚାଅ ସମିତି ପକ୍ଷରୁ ୧୪ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସମିଲ ହୋଇଥିଲେ ଉତ୍କଳ ଭାରତ ଅନୁସୂଚିତ ଜାତି/ ଜନଜାତି ସମିତି, ଆମ୍ବେଦକର ବିକାଶ ପରିଷଦ । ସହରର ପୋଲିସ ଲାଇନ ଛକ ସ୍ଥିତ ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । ଗାଡି ଚଳାଚଳ, ଦୋକାନ ବଜାର ଖୋଲା ରହିବା ସହ ଜନଜୀବନ ସ୍ବଭାବିକ ରହିଥିଲା ।

ବଲାଙ୍ଗୀର: ଭାରତ ବନ୍ଦର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ବନ୍ଦର ଦେଖିବାକୁ ମିଳିଛି । ଏଠି ଆଦିବାସୀ ସଂଘ ଓ ବିଭିନ୍ନ ଦଳିତ ସଂଘ ମିଳିତ ଭାବରେ ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ ।ଗାଡି ଚଳାଚଳଠୁ ନେଇ ଦୋକାନ ବଜାର ସରକାର ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଥିଲେ ।ସେହିପରି ଟିଟିଲାଗଡ଼ ପଟଣାଗଡ, କଣ୍ଟାବାଞ୍ଜି ଲୋଇସିଂହା ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସେପଟେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଜିଲ୍ଲାର ସବୁ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଖୋର୍ଦ୍ଧା:

ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସାରା ଦେଶରେ ଆଜି ବନ୍ଦ ଡାକରା ଦେଇଛନ୍ତି । ଏହାର ଆଂଶିକ ପ୍ରଭାବ ଖୋର୍ଦ୍ଧାରେ ଦେଖିବାକୁ ମିଳିଛି । ଖୋର୍ଦ୍ଧାର ବହୁଜନ ସମାଜବାଦୀ ପାର୍ଟି ,ଓଡିଶା ଚୁକ୍ତିଭିତ୍ତିକ ଠିକା ସଫେଇକର୍ମଚାରୀ ସଂଘ ମିଳିତ ସହଯୋଗରେ ସହରରେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ତେବେ ଖୋର୍ଦ୍ଧାରେ ଯାନବାହନ ଚଳାଚଳ ହେଉଥିବାବେଳେ ବନ୍ଦର ପ୍ରଭାବ ସେତେଟା ପଡି ନଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସମ୍ବଲପୁର/କେନ୍ଦୁଝର/ ନବରଙ୍ଗପୁର/ବୈଦ୍ଧ/ନିଆଳି/କଳାହାଣ୍ଡି/ନୂଆପଡା/ରାଉରକେଲା/ରାଇରଙ୍ଗପୁର/କୋରାପୁଟ/ଅନୁଗୋଳ/ଯାଜପୁର/ମାଲକାନଗିରି/ରାୟଗଡା/ବାଲେଶ୍ବର/ପୁରୀ/ବଲାଙ୍ଗୀର/ଖୋର୍ଦ୍ଧା

Last Updated : Aug 21, 2024, 9:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.