ETV Bharat / state

ଭାରତ ବନ୍ଦରେ ବଲାଙ୍ଗୀର ପ୍ରଭାବିତ, ଚକଅଖ ସବୁ ଠପ୍

Bharat Bandh In Balangir: ଭାରତ ବନ୍ଦର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଏହି ବନ୍ଦ ଡ଼ାକରାକୁ ବିଭିନ୍ନ କୃଷକ ସଂଗଠନ ଏବଂ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 16, 2024, 6:08 PM IST

ଭାରତ ବନ୍ଦରେ ବଲାଙ୍ଗୀର ପ୍ରଭାବିତ , ଚକଅଖ ସବୁ ଠପ୍

ବଲାଙ୍ଗୀର: ଭାରତ ବନ୍ଦ ଡ଼ାକରାରେ ପ୍ରଭାବିତ ହୋଇଛି ବଲାଙ୍ଗୀର । ଆଜି ସାରା ଭାରତରେ ବନ୍ଦ ଡ଼ାକରା ଦେଇଛି କୃଷକ ସଂଗଠନ ।ଏହାକୁ ସମର୍ଥନ ଦେଇ ବଲାଙ୍ଗୀରରେ ମଧ୍ୟ କୃଷକ ସଂଗଠନ, କିଶନ କଂଗ୍ରେସ ଓ କଂଗ୍ରେସ ଦଳ ପକ୍ଷରୁ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସହରରେ ଦୋକାନ, ବଜାର ବନ୍ଦ ଥିବାବେଳେ ଗାଡ଼ି ଚଳାଚଳ ଠପ୍ ହୋଇଥିବା ଦେଖିବାକୁ ମିଳିଛି ।

ଭାରତ ବନ୍ଦରେ ବଲାଙ୍ଗୀର ସମ୍ପୂର୍ଣ୍ଣ ବନ୍ଦ । କୃଷକ ସଂଗଠନ ମାନଙ୍କର ଭାରତ ବନ୍ଦକୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, କିଷାନ୍ କଂଗ୍ରେସ ଓ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ସମର୍ଥନ ମିଳିଛି । ଏହି ଆନ୍ଦୋଳନରେ ସିଧାସଳଖ ସାମିଲ ହୋଇ ବନ୍ଦ ଡ଼ାକରାକୁ ସଫଳ କରାଯାଇଛି । ଆଜି ସହରରେ ସବୁ ଦୋକାନ ବଜାର ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସେହିପରି ଜିଲ୍ଲାରେ ଗାଡ଼ି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରିକେଟିଂ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା ।

ଆନ୍ଦୋଳନକାରୀ କିଷାନ କଂଗ୍ରେସର ସଭାପତି ସାନନ୍ଦ ମିଶ୍ର କହିଛନ୍ତି," କୃଷକଙ୍କ ବିଭିନ୍ନ ଦାବି ନେଇ କୃଷକମାନେ ଦିଲ୍ଲୀ ଯାଉଥିବାବେଳେ ତାଙ୍କ ଉପରେ କେନ୍ଦ୍ର ସରକାର କରୁଥିବା ଅତ୍ୟାଚାର ବିରୋଧରେ ଆଜି ଆମେ ଏହି ଆନ୍ଦୋଳନକୁ ଓହ୍ଲାଇଛୁ । କେନ୍ଦ୍ର ସରକାର କୃଷକମାନଙ୍କ ସହ ଆଲୋଚନା ପରିବର୍ତ୍ତେ ସେମାନଙ୍କୁ ଯେଉଁ ନିର୍ଯାତନା ଦେଇଛନ୍ତି । ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ । "

ଏହା ମଧ୍ୟ ପଢନ୍ତୁ.....କୃଷକ ସଂଗଠନ- କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ, ଚଣ୍ଡିଗଡରେ 3 କେନ୍ଦ୍ରମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ.....ଖୋର୍ଦ୍ଧାରେ ଭାରତବନ୍ଦର ଆଶିଂକ ପ୍ରଭାବ

ସେପଟେ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଚାଷୀମାନଙ୍କୁ କେନ୍ଦ୍ର ସରକାର କହୁଛନ୍ତି ଗୋଟିଏ ଏବଂ କରୁଛନ୍ତି ଗୋଟିଏ । କୃଷକ ବାରମ୍ବାର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି, ହେଲେ ସରକାର ପ୍ରତିଶୃତି ଦେଇ ଓହରି ଯାଉଛନ୍ତି । ଏପରିକି ଚାଷୀଙ୍କ ହକ ଦାବି ପାଇଁ ସରକାରଙ୍କ ପାଖରେ ଆନ୍ଦୋଳନ କଲେ ଓଲଟା ସରକାର ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏହି କାରଣରୁ କଂଗ୍ରେସ ସବୁବେଳେ ଚାଷୀଙ୍କ ସହିତ ରହିଛି । ଏବଂ ଆଗକୁ ମଧ୍ୟ ଏହି ସବୁ ପ୍ରକାର ଆନ୍ଦୋଳନ କରିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.