ETV Bharat / state

ଜେଲରୁ ମୁକୁଳିଲେ ପିଣ୍ଟୁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ହୋଇଥିଲେ ଗିରଫ - Siba Shankar Dash Gets Bail

author img

By ETV Bharat Odisha Team

Published : Jul 21, 2024, 4:05 PM IST

Berhampur Former Mayor Siba Shankar Dash Gets Bail: ଜେଲରୁ ଜାମିନ ପାଇଁ ମୁକୁଳିଛନ୍ତି ବ୍ରହ୍ମପୁର ପୂର୍ବତନ ମେୟର ଶିବଶଙ୍କର ଦାଶ । ସାଧାରଣ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ଗିରଫ ହୋଇ ଜେଲରେ ଥିଲେ । ଅଧିକ ପଢ଼ନ୍ତୁ

SIBA SHANKAR DASH GETS BAIL
SIBA SHANKAR DASH GETS BAIL (ETV Bharat Odisha)

ବ୍ରହ୍ମପୁର: ହାଇକୋର୍ଟରୁ ଜାମିନ ପାଇ ଜେଲ୍‌ରୁ ମୁକୁଳିଲେ ବ୍ରହ୍ମପୁର ପୂର୍ବତନ ମେୟର ଶିବଶଙ୍କର ଦାଶ । ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ମତଦାନ ଚାଲିଥିବା ସମୟରେ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁ ଅଞ୍ଚଳରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ତଥା ବର୍ତ୍ତମାନର‌ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ଶିବଶଙ୍କର । ତାଙ୍କୁ ଜାମିନ୍ ମିଳିଛି ।

ହାଇକୋର୍ଟରୁ ଜାମିନ ପାଇବା ପରେ ଜେଲ୍‌ରୁ ମୁକୁଳିଛନ୍ତି ପୂର୍ବତନ ମେୟର ଶିବଶଙ୍କର ଦାଶ । ମେ' 13 ତାରିଖ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ମତଦାନ ଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆସୁଥିଲେ ପୂର୍ବତନ ମେୟର ଶିବଶଙ୍କର ଦାଶ । ହାଇକୋର୍ଟରୁ ନିଜର ସର୍ତ୍ତମୂଳକ ଜାମିନ ପାଇବା ପରେ‌ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି ଶିବଶଙ୍କର । ସେପଟେ ଶିବଶଙ୍କର ଜେଲରୁ ମୁକୁଳିବା ପରେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ପଟୁଆରରେ ନିଜ ବାସଭବନରେ ପହଞ୍ଚିବା ପରେ ଗତ ସାଧାରଣ ନିର୍ବାଚନ ସମୟରେ ସେ ଯେଉଁ ଇସ୍ତାହାର ଦେଇଥିଲେ ତାହା ପୂରଣ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack on Pradeep Panigrahi

ସୂଚନା ଅନୁଯାୟୀ, ଗତ ମେ' ୧୩ତାରିଖରେ ବ୍ରହ୍ମପୁରରେ ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଥିଲା । ସହରର ଗୋଷାଣୀ ନୂଆଗାଁ ସ୍ଥିତ ଏକ ମତଦାନ କେନ୍ଦ୍ର ନିକଟରେ ରାତ୍ର ସମୟରେ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ପାଣିଗ୍ରାହୀ କିଛି ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଥିଲେ । ଏହି ସମୟରେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଶିବଶଙ୍କର ଦାଶ ସେଠାରେ ପହଞ୍ଚି କୌଣସି କାରଣରୁ ହଠାତ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରି ୧୪ ତାରିଖରେ କୋର୍ଟଚାଲାଣ କରାଯାଇଥିଲା । ଶେଷରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ସେପଟେ ବ୍ରହ୍ମପୁର ସହରବାସୀଙ୍କ ସହିତ ରହି ସୁଖଦୁଃଖରେ ସାମିଲ ହେବେ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ଶିବଶଙ୍କର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.