ETV Bharat / state

ଧ୍ବଜାବତରଣ ସମାରୋହ, ପୋଲିସ ବାଦ୍ୟରେ କମ୍ପିଲା ୭ମ ବାଟାଲିୟନ - ଧ୍ବଜାବତରଣ ସମାରୋହ

Beating Retreat Ceremony: ୭ମ ବାଟାଲିୟନରେ ଧ୍ବଜାବତରଣ ସମାରୋହ । ପ୍ରକମ୍ପିତ ହେଲା ପୋଲିସ ବାଦ୍ୟ । ଅଧିକ ପଢନ୍ତୁ

Beating Retreat Ceremony
Beating Retreat Ceremony
author img

By ETV Bharat Odisha Team

Published : Jan 31, 2024, 7:44 AM IST

ଭୁବନେଶ୍ବର: ୭ମ ବାଟାଲିୟନରେ ଧ୍ବଜାବତରଣ ସମାରୋହ । ପ୍ରକମ୍ପିତ ହେଲା ପୋଲିସ ବାଦ୍ୟ । ପରିବେଷଣ କରୁଥିଲେ OSAP ର 8ମ,୭ମ,୬,୪ର୍ଥ ବାଟାଲିୟନ । ଗୋଟିଏ ପରେ ଗୋଟିଏ ତାଳରେ ପରିବେଷଣ ପରେ ଅବତରଣ ହେଲା ଜାତୀୟ ପତାକା । ସୂର୍ଯ୍ୟାସ୍ତ ପୂର୍ବରୁ ସୈନିକଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ଯେପରି ଯୁଦ୍ଧବସାନ ହୁଏ, ସେହିପରି ଅନୁରୂପ ଢଙ୍ଗରେ ଅବତରଣ ହୋଇଥିଲା ଧ୍ବଜା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ଏହା ସହ ଓଡିଶା ପୋଲିସ ଡିଜି, ପୋଲିସ କମିସନର ଓ ଅତିରିକ୍ତ ଗୃହ ବିଭାଗ ସଚିବ ଉପସ୍ଥିତ ଥିଲେ । ତେବେ ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୭ମ ବାଟାଲିୟନର ଶୋଭାକୁ ଦ୍ବିଗୁଣିତ କରିଥିଲା ।

ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଏଭଳି ଏକ ଭବ୍ୟ ଆୟୋଜନ ପାଇଁ ପୋଲିସ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଦେଇଛନ୍ତି । ପୁରାତନ କାଳରେ ବିଭିନ୍ନ ଦେଶର ସମର ସଜ୍ଜା ଓ ମିଲିଟାରୀ ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ଏପରି କାର୍ଯ୍ୟକ୍ରମ କରାଯାଉଥିଲା । ଯେତେବେଳେ ଯୁଦ୍ଧ ବିରତି ହୁଏ ବା ସୂର୍ଯ୍ୟାସ୍ତ ପୂର୍ବରୁ ଅସ୍ତ୍ରବିରୋଧ ଭାବେ ଏହି ବିଗୁଲ ବାଜେ । ଅର୍ଥାତ ସୈନ୍ୟମାନେ ନିଜ ନିଜ ଛାଉଣିକୁ ଫେରିଯାନ୍ତି । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଏପରି ଏକ କାର୍ଯକ୍ରମ ଓଡିଶା ପୋଲିସ କରିଥାଏ । ଏହି ଅବସରରେ ଓଡିଶା ପୋଲିସର ଯେଉଁ କର୍ମକର୍ତ୍ତା ଅଶଂଗ୍ରଣ କରିଥିଲେ ସମସ୍ତଙ୍କୁ ଧନ୍ୟଵାଦ ଓ କୃତଜ୍ଞତା ଅର୍ପଣ କରୁଛି ବୋଲି କହିଛନ୍ତି ।

ସେହିପରି ପୋଲିସ ଡିଜି କହିଛନ୍ତି, "ଏହା ଉତ୍ସବର ମାହୋଲ। ଅସ୍ତ୍ର ତ୍ୟାଗର ଏହା ଏକ ସୂଚନା । ଯେହେତୁ ଜାନୁଆରୀ ୨୬ରେ ଅସ୍ତ୍ର ପରିବେଷଣ କରାଯାଇଥାଏ । ତେଣୁ ଏହାପରେ ଏହି ଧ୍ବଜାବତରଣ ଉତ୍ସବ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ବହୁ ପୁରାତନ କାଳରୁ ହୋଇ ଆସୁଛି । ଓଡିଶା ପୋଲିସର ଯେଉଁ ବ୍ୟାଣ୍ଡ କଣ୍ଟିଜେଣ୍ଟ ବା ଗ୍ରୁପ ଅଛନ୍ତି ସେମାନେ ଆଜି ଏହି ଦକ୍ଷତା ପରିବେଷଣ କରିଥିଲେ। ଯାହାକି ବହୁତ ସୁନ୍ଦର ହୋଇଥିଲା । ସମସ୍ତ ଉପସ୍ଥିତ ଦର୍ଶକ ଏହାକୁ ଉପଭୋଗ କରିଥିଲେ। "

ଏହା ମଧ୍ୟ ପଢନ୍ତୁ-ରାଜ୍ୟ ସଂଗ୍ରହାଳୟରେ ମହାତ୍ମାଗାନ୍ଧୀ ଗ୍ୟାଲେରୀ ଉଦଘାଟିତ; ମିଳିବ ଗାନ୍ଧିଜୀଙ୍କ ଓଡିଶା ଗସ୍ତର ସମସ୍ତ ତଥ୍ୟ

ତେବେ ଏହି ଅବସରରେ ପୋଲିସ ବିଭାଗର ବରିଷ୍ଠ ପୋଲିସ ଅଧିକାରୀ ତଥା ଆପିଏସ ଅଫିସର ଯୋଗ ଦେଇଥିଲେ। ସେହିପରି କମିସନରେଟ ପୋଲିସର ସମସ୍ତ ପୋଲିସ କର୍ମଚାରିୀ ମଧ୍ୟ ଉପସ୍ଥିତ ରହିଥିଲେ । ଏପରି ଦେଶାତ୍ମକ ମାହୋଲ ସଭିଙ୍କୁ ଦେଶପ୍ରେମ ଓ ଆମର ଅସ୍ତ୍ରବଳ ଓ ସୈନ୍ୟବଳ ପ୍ରମାଣର ପ୍ରଦର୍ଶିତ ହେଲା ଭଳି ଅନୁଭବ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.