ETV Bharat / state

ଫଳ କିଣିବା ବେଳେ ସାବଧାନ, ଫଳ ବଦଳରେ ବଜାରରେ ମିଳୁଛି ଜହର ! - RoadSide Chemical Fruits

author img

By ETV Bharat Odisha Team

Published : May 11, 2024, 10:32 PM IST

Chemical Fruits In Bhubaneswar: ରାସ୍ତା କଡରେ ଦେଖିବାକୁ ମିଳୁଛି ଭଳିକି ଭଳି ଫଳର ପସରା । ଫଳ କିଣୁଥିବା ବେଳେ ରୁହନ୍ତୁ ସାବଧାନ । ବଜାରରେ ମିଳୁଛି କେମିକାଲ ଯୁକ୍ତ ଫଳ ।

ଫଳ କିଣିବା ବେଳେ ସାବଧାନ
ଫଳ କିଣିବା ବେଳେ ସାବଧାନ (ETV Bharat Odisha)

ଭୁବନେଶ୍ବର: ଖରାଦିନ ଆସିବା କ୍ଷଣି ରାସ୍ତା କଡ଼ରେ ମେଲିଯାଏ ଫଳ ଦୋକାନ ପସରା । ଆଉ ଖରାଦିନେ ଫଳଗୁଡ଼ିକର ଚାହିଦା ମଧ୍ୟ ବଢ଼ିଯାଏ । ତରଭୁଜ ଠାରୁ ଆରମ୍ଭ କରି ଆମ୍ବ, ସପୁରୀ ଓ ଲିଚି ଆଦି ଭଳିକି ଭଳି ଫଳ ରାସ୍ତା କଡ଼ରେ ବିକ୍ରି ହୁଏ । ଆଉ ଆଜିକାଲି ଯେଉଁ ଭଳି ଭାବରେ ତାପମାତ୍ରା ବୃଦ୍ଧି ପାଉଛି ଏହି ସମୟରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ସୁନ୍ଦର ସୁନ୍ଦର ଫଳ ପସରା ଦେଖି ଆପେ ଆପେ ଅଟକି ଯାଉଛନ୍ତି । ତେବେ ଖରାଦିନେ ବେସି ଚାହିଦା ଥାଏ ତରଭୁଜର । ସେ ବାଇକ ଯାତ୍ରୀ ହେଉ ଅବା କାର, କ୍ଷଣିକ ପାଇଁ ଗାଡ଼ି ଅଟକାଇ ତରଭୁଜ ଖାଇ ନିଜର ତୃଷ୍ଣା ମେଣ୍ଟାଇ ଥାଆନ୍ତି । ହେଲେ ଆପଣ କଣ ଜାଣିଛନ୍ତି କି ? ଏହି ତରଭୁଜ ନାଁରେ ବିଷ ଖାଉଛନ୍ତି । ଏହାସହ ଅନ୍ୟ ଫଳଗୁଡ଼ିକରେ ମଧ୍ୟ କେମିକାଲ ମିଶୁଛି । ଯାହାକୁ ଖାଇବା ଦ୍ବାରା ଆପଣ ନିରୋଗ ରହିବା ବଦଳରେ ଆପଣ ଫଳ ସହ ଶରୀର ରୋଗ କିଣୁଛନ୍ତି ।

ଖରାଦିନେ ଫଳଗୁଡିକର ଚାହିଦା ବଢ଼ିବା ସାଙ୍ଗକୁ ବେପାର ମଧ୍ୟ ଭଲ ହୁଏ । ଆଉ ଲୋକମାନଙ୍କ ଚାହିଦାକୁ ନେଇ ଫାଇଦା ଉଠାଉଛନ୍ତି କିଛି ବେପାରୀ । କମ୍‌ ସମୟ ମଧ୍ୟରେ ଫଳଗୁଡ଼ିକୁ ବଡ଼ କରିବା ପାଇଁ ଏଥିରେ ଆରସେନିକ, ଫସଫରସ, କାଲସିୟମ କାର୍ବାଇଡ୍ ଭଳି କେମିକାଲକୁ ମିଶ୍ରଣ କରାଯାଉଛି । ଯାହାକୁ ଜଣେ ଗ୍ରାହକ କିଣି ଖାଇବା ଦ୍ବାରା ସୁସ୍ଥ ରହିବା ବଦଳରେ ଅସୁସ୍ଥ ହୋଇଯାଉଛନ୍ତି । ଏଭଳି କେମିକାଲଯୁକ୍ତ ଫଳ ଖାଇବା ଦ୍ବାରା ଝାଡ଼ାବାନ୍ତି ଠାରୁ ଆରମ୍ଭ କରି ବିଶେଷ ଭାବରେ ଫିଡ୍ସ, ଶ୍ଵାସ ଓ ସୃତିଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଯଥା ସମ୍ଭବ ଏହି ଅପମିଶ୍ରିତ ଫଳ ଖାଇବାରୁ ନିଜକୁ ଦୂରେଇ ରଖିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ପରାମର୍ଶ ଦେଇଛନ୍ତି ।

ସ୍ଵାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ଯେ, ଋତୁଭିର୍ତ୍ତିକ ଫଳରେ ଅଧିକ ମାତ୍ରାରେ କେମିକାଲ ପ୍ରୟୋଗ କରାଯାଉଥିବାର ଦେଖାଯାଏ । ଫଳ ଆପେ ଆପେ ବଡ଼ ହେବା ପୂର୍ବରୁ ଏଥିରେ କେମିକାଲ ଦେଇ ଏହାକୁୁ ବଡ଼ କରାଯାଇଥାଏ । ଫଳରେ ଏହାକୁ ଖାଇବା ଦ୍ବାରା ସୃତିଶକ୍ତି ହ୍ରାସ ହେବା ସହ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ତେଣୁ ଫଳ କିଣିବା ସମୟରେ କିମ୍ବା ଖାଇବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଏହାସହ ମଝିରେ ମଝିରେ ଫୁଡ୍ ସେଫ୍ଟି ଅଧିକାରୀମାନେ ବିଭିନ୍ନ ଦୋକାନ ବଜାରରେ ଯାଞ୍ଚ କରିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ବଜାରରେ ମିଳୁଥିବା ତରଭୁଜ ଅସଲି ନା କେମିକାଲ ଯୁକ୍ତ ? ଜାଣନ୍ତୁ କେମିତି ଚିହ୍ନିବେ - How To Check Watermelon

ତେବେ କିଛି ଲାଭ ଆଶାରେ ମଣିଷ ଜୀବନ ସହ ଖେଳୁଛି ଖୋଦ ମଣିଷ । କେବଳ ଗୋଟିଏ ଦୁଇଟି ସ୍ଥାନରେ ନୁହେଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଗଳି କନ୍ଦିରେ ଖୋଲିଥିବା ଫଳ ଦୋକାନରେ ଏପରି ଅପମିଶ୍ରଣ କରାଯାଉଛି । ଖୁଲମଖୁଲା ଖାଦ୍ୟ ଗୁଣବତ୍ତା ଓ ନିରାପତ୍ତା ନିୟମର ଉଲ୍ଲଙ୍ଘନ କରାଯାଉଥିବା ବେଳେ ବିଏମସିର ଏନଫୋର୍ସମେଣ୍ଟ ଟିମ ହାତ ବାନ୍ଧି ବସିଛି । ଖାଦ୍ୟ ଅପମିଶ୍ରଣ ରୋକିବାକୁ ହୋଟେଲମାନଙ୍କରେ ଚଢାଉ କରାଯାଉଥିବା ବେଳେ ଫଳ ଓ ପନିପରିବା ଦୋକାନରେ ମଧ୍ୟ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉ ବୋଲି ଗ୍ରାହକ ଦାବି କରିଛନ୍ତି । ଗ୍ରାହକମାନେ କହିଛନ୍ତି ଯେ, ଋତୁଭିତିକ ଫଳ ଆସିଲେ ଖାଇବା ପାଇଁ ଲୋଭ ଆସିଥାଏ । ତେଣୁ ବଜାରକୁ ଯାଇ କିଣିବାକୁ ପଡେ । କିନ୍ତୁ ସେଥିରେ କେଉଁ କେମିକାଲ ମିଶାଉଛନ୍ତି ତାହା ସଧାରଣ ଗ୍ରାହକ ଜାଣିବା ପାଇଁ କଷ୍ଟକର । ଯାହା ସ୍ୱାସ୍ଥ୍ୟକୁ ଖରାପ ହୋଇଥାଏ । ସେପଟେ ଏହି ପ୍ରସଙ୍ଗରେ ଫୁଡ୍ ସିଫ୍ଟି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.