ETV Bharat / state

ବୌଦ୍ଧରେ ଉତ୍କଟ ପାନୀୟଜଳ ସମସ୍ୟା, ବିଡ଼ିଓଙ୍କୁ ଘେରିଲେ ମହିଳା - Drinking Water Problem in Boudh

author img

By ETV Bharat Odisha Team

Published : Jun 2, 2024, 7:55 AM IST

Drinking Water Problem: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବୌଦ୍ଧରେ ଦେଖାଦେଇଛି ଜଳ କଷ୍ଟ । ସେପଟେ ଜିଲ୍ଲାରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Drinking Water Problem
Drinking Water Problem (ETV Bharat Odisha)

ବୌଦ୍ଧ: ରାଜ୍ୟରେ ଜାରି ରହିଛି ହିଟ୍‌ୱେଭ । ଗୋଟିଏ ପଟେ ଆକାଶରୁ ଅଗ୍ନି ବର୍ଷା ହେଉଥିବାବେଳେ ଅନ୍ୟପଟେ ପାନୀୟଜଳ ମୁନ୍ଦାଏ ପାଇଁ ଡହକବିକଳ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ମହାନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ ଗ୍ରାମରେ । ଗ୍ରାମର ବିଭିନ୍ନ ସ୍ଥାନରେ ପାନୀୟଜଳ ପ୍ରକଳ୍ପ ଫେଲ୍ ମାରିଥିବାବେଳେ ପ୍ରାୟ ହଜାରେ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଥିବା ଏକମାତ୍ର ନଳକୂପ ପାଣି ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ତେବେ ମହାନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଯାହାର ଅଭିଯୋଗ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବାବେଳେ ବିଡ଼ିଓ ଅଫିସ ଘେରାଉ କରିବା ସୂଚନା ମିଳିଛି ।

ଗୋଟିଏ ପଟେ ଆକାଶରୁ ଅଗ୍ନି ବର୍ଷା ହେଉଥିବାବେଳେ ଅନ୍ୟପଟେ ପାନୀୟଜଳ ମୁନ୍ଦାଏ ପାଇଁ ବାଉଁଶୁଣୀ ଗ୍ରାମବାସୀ ଡହକବିକଳ ହେଉଥିବା ଅଭିଯୋଗ ହୋଇଛି । ଦୁଇ ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ କେବଳ କାଗଜପତ୍ରରେ ସୀମିତ ରହିଛି । ବୌଦ୍ଧ ଜିଲ୍ଲାର ମହାନଦୀ ଓ ବାଘ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀ ପଞ୍ଚାୟତ । ବାଉଁଶୁଣୀ ପଞ୍ଚାୟତ ଦୁଇଟି ନଦୀ କୂଳରେ ଥାଇ ମଧ୍ୟ ପଞ୍ଚାୟତର ଅଧିକାଂଶ ବସ୍ତିରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । ବାଉଁଶୁଣୀ ଉପରେ ନିର୍ଭରଶୀଳ ଥିବା ଆଠଟି ପଞ୍ଚାୟତବାସୀ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟରେ ବାଉଁଶୁଣୀ ଆସୁଥିବାବେଳେ ଏଠାରେ ପାନୀୟଜଳର ଅଭାବ ଯୋଗୁଁ କେହି କାହାରି ଘରକୁ ଯିବାଆସିବା କରୁନାହାଁନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଅସହ୍ୟ ଖରାରେ ଜନଜୀବନ ଅସ୍ତବ୍ୟସ୍ତ, ବୌଦ୍ଧରେ ଦାଉ ସାଧୁଛି ଜଳକଷ୍ଟ - Heat Wave In Boudh

ଗୋଟିଏ ପଟରେ ପ୍ରବଳ ଗରମ ଗୁଳୁଗୁଳିରେ ସାଧାରଣ ଲୋକେ ସନ୍ତୁଳି ହେଉଥିବା ସମୟରେ ପାଣି ମୁନ୍ଦାଏ ପାଇଁ ବାଉଁଶୁଣୀ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି ବାଉଁଶୁଣୀ ପଞ୍ଚାୟତର ଛେଳିବାହାଲ ଗ୍ରାମରେ ମଧ୍ୟ ପାନୀୟଜଳର ଉତ୍କଟ ଅଭାବ ନେଇ ଅଭିଯୋଗ ହୋଇଛି । ପ୍ରାୟ ହଜାରେ ଜନସଂଖ୍ୟା ବିଶିଷ୍ଟ ଛେଳିବାହାଲ ଗ୍ରାମରେ ସୋଲାର ଜଳଯୋଗାଣ ଅଚଳ ହୋଇପଡିଥିବା ବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ । ଏ ସମ୍ପର୍କରେ ଛେଳିବାହାଲ ଗ୍ରାମର ମହିଳାମାନେ ଶନିବାର ବୌଦ୍ଧ ବିଡ଼ିଓଙ୍କୁ ଭେଟି ଏହାର ସମାଧାନ ପାଇଁ ଦାବି କରିବା ସହିତ ବିଡ଼ିଓଙ୍କୁ ଘେରାଉ କରିଥିଲେ । ପରେ ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.