ETV Bharat / state

ହାଇକୋର୍ଟରେ ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା, ଆବେଦନକାରୀଙ୍କ ଯୁକ୍ତି ଉପସ୍ଥାପନ ଶେଷ - ଆବେଦନକାରୀଙ୍କ ଯୁକ୍ତି ଉପସ୍ଥାପନ ଶେଷ

Barabati-Cuttack election litigation:ବାରବାଟୀ-କଟକ ନିର୍ବାଚନୀ ମାମଲା । ହାଇକୋର୍ଟରେ ଆବେଦନକାରୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଯୁକ୍ତି ଉପସ୍ଥାପନ ‌ଶେଷ । ଅଧିକ ପଢନ୍ତୁ

Barabati-Cuttack election litigation
Barabati-Cuttack election litigation
author img

By ETV Bharat Odisha Team

Published : Jan 30, 2024, 10:17 AM IST

କଟକ: ବାରବାଟୀ-କଟକ ନିର୍ବାଚନୀ ମାମଲା । ହାଇକୋର୍ଟରେ ଆବେଦନକାରୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ‌ଶେଷ ହୋଇଛି। ଜ‌ଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ‌କରାଯାଇଥିଲା । ନାମାଙ୍କନ ବେଳେ ଦାଖଲ ସତ୍ୟପାଠରେ ସଂପତ୍ତି ଓ ଅପରାଧିକ ମାମଲା ସଂକ୍ରାନ୍ତରେ ଦେଇଥିବା ତଥ୍ୟ ମିଥ୍ୟା ବୋଲି ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦର୍ଶାଯାାଇଛି । ତେବେ ଆବେଦନକାରୀଙ୍କ ଯୁକ୍ତି ଉପରେ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମ ଉତ୍ତର ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଆଇନଜୀବୀ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ବୋଲି ଗତ ନଭେମ୍ବର ୮ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ମାମଲା ଉପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବେ। ଏହା ପରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ସମଗ୍ର ମାମଲା ଉପରେ ଉତ୍ତର ରଖାଯିବ। ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବା ପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଚାହିଁଲେ କୋର୍ଟଙ୍କ ଅନୁମତି ପୂର୍ବକ ଯୁକ୍ତି ରଖି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଥିଲେ । ଏନେଇ ନଭେମ୍ବର ୨୦ରେ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇ ଜାନୁଆରୀ ୯ ରେ ଶେଷ ହୋଇଥିଲା। ସେହିପରି ଜାନୁଆରୀ ୧୧ରେ ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣି ୧୦ ହଜାର ଟଙ୍କା ଜୋରିମାନା

ମାମଲାର ବିବରଣୀରୁ ପ୍ରକାଶ ଯେ, ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ନଭେମ୍ବର ୧ରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ନଭେମ୍ବର ୬ ତାରିଖକୁ ଯୁକ୍ତି ଉପସ୍ଥାପନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମେ ଆବେଦନକାରୀ ପ୍ରତିପକ୍ଷ ଯୁକ୍ତି ଉପସ୍ଥାପନ କରିବେ ତାହାକୁ ନେଇ ଉଭୟ ପକ୍ଷ ଭିନ୍ନ ମତ ରଖିଥିଲେ। କିଏ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ସେନେଇ ଗତ ୬ ତାରିଖରେ ବିସ୍ତୃତ ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ ଯେ ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମ୍‌ଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ୨୦୧୯ରେ ଏହି ମାମଲା ରୁଜୁ କରିଥିଲେ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.