ETV Bharat / state

ବାଂଲାଦେଶୀ ନାଁରେ ଦେଶର ନାଗରିକଙ୍କୁ ଆକ୍ରମଣ ଘଟଣା, ଚିନ୍ତା ପ୍ରକଟ କଲେ ନବୀନ - Bangladeshis Attack Issue

author img

By ETV Bharat Odisha Team

Published : Aug 14, 2024, 8:28 PM IST

Bangladeshis Attack Issue: ବାଂଲାଦେଶୀ ସନ୍ଦେହରେ ଦେଶର ନାଗରିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ନବୀନ ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

Bangladeshis Attack Issue
Bangladeshis Attack Issue (ETV Bharat Odisha)

ଭୁବନେଶ୍ବର: ବାଂଲାଦେଶୀ ସନ୍ଦେହରେ ଦେଶର ନାଗରିକଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଦେଖିବାକୁ ମିଳୁଛି । ଯାହାର ପ୍ରଭାବ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଉପରେ ପଡୁଛି । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନଙ୍କ ଉଦବେଗ:

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି । ଓଡିଶାରେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି । ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି । ଏହା ଚିନ୍ତାର ବିଷୟ । ଏନେଇ ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟୁଛନ୍ତି । ସେମାନଙ୍କ ଦୁଃଖ ଜଣାଉଛନ୍ତି । ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା । ଓଡ଼ିଶାର ଭାବମୂର୍ତ୍ତି ତଥା ଗାରିମା ରକ୍ଷା କରନ୍ତୁ । ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରୁଛି । ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ ।"

'ଯେଉଁଠି ଶାନ୍ତି ଥାଏ, ସେଠାରେ ପ୍ରଗତି ହୁଏ'

ନବୀନ ଆହୁରି ଲେଖିଛନ୍ତି, "ଏକ ସଦଭାବପୂର୍ଣ୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ରହିଛି । ଯାହା ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଛି । ରାଜ୍ୟର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ହୋଇଛି । ଓଡି଼ଶା ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ ହୋଇଛି । ଏହା ଆମ ଲାଗି ଖୁସିର କଥା । ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନିଅନ୍ତୁ । ଏଥିପାଇଁ ମୁଁ ରାଜ୍ୟ ସରକାର ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛି । ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି । ଯେଉଁଠି ଶାନ୍ତି ଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ।"

ଏହା ବି ପଢନ୍ତୁ...ରାଜ୍ୟରେ ବାଂଲାଦେଶୀ କହି ବଙ୍ଗ ନାଗରିକଙ୍କୁ ଆକ୍ରମଣ ! ନିନ୍ଦନୀୟ କହିଲେ ବିରୋଧୀ - Opposition On Bangladeshis Attack

ତଦନ୍ତ ଦାବି କଲେ ବିଜେଡି ବିଧାୟକ:
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଯେଉଁ ସରକାର ସମୟରେ ଏହି ଘଟଣା ଘଟିବା ଏକ ବ୍ୟଥା ଦାୟକ କଥା। ପ୍ରତ୍ୟେକ ବ୍ୟକ୍ତି ଏନେଇ ଉଦବେଗ ପ୍ରକାଶ କରିବା ସ୍ୱାଭାବିକ କଥା । ବିଜେଡି ସଭାପତି ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ସରକାର ଏଥିପ୍ରତି ଟିକେ ଅଧିକ ସଚେତନ ହୁଅନ୍ତୁ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଅବିଳମ୍ବେ ନିଅନ୍ତୁ । ସାମାଜିକ ଗଣମାଧ୍ୟମରେ ଯାହା ସବୁ ଆସୁଛି, ସବୁ କଥା ସତ୍ୟ ଉପରେ ଆଧାରିତ ନୁହେଁ । କିନ୍ତୁ ଏହାକୁ ଅସତ୍ୟ କହି ଏଡାଇ ଯିବା ମଧ୍ୟ ବିଜ୍ଞତାର ପରିଚାୟକ ନୁହେଁ । ସମସ୍ତ ଘଟଣାର ପୃଥକ ପୃଥକ ତଦନ୍ତ ହେଉ । ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.