ETV Bharat / state

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା, ଭଦ୍ରକରେ ଅଭିଯୁକ୍ତର ଆତ୍ମହତ୍ୟା; ୫୯ ଖଣ୍ଡ କରି ଫ୍ରିଜରେ ରଖିଥିଲା ମୃତଦେହ - Mahalakshmi murder case

author img

By ETV Bharat Odisha Team

Published : 20 hours ago

Updated : 14 hours ago

Bangalore Mahalakshmi murder case: ବେଙ୍ଗାଲୁରୁ ମହଲକ୍ଷ୍ମୀ ମର୍ଡର ମାମଲାର ଅପଡେଟ । ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା ପରେ, ଭଦ୍ରକରେ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଛି । ମହିଳାଙ୍କୁ ୫୯ ଖଣ୍ଡ କରି ଫ୍ରିଜରେ ରଖି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ।

Bangalore Mahalakshmi murder case
Bangalore Mahalakshmi murder case (ETV BHARAT ODISHA)

ଭଦ୍ରକ: ବୀଭତ୍ସ-ବର୍ବର-ଜଘନ୍ୟ ଘଟଣା । ମହିଳାଙ୍କୁ ହତ୍ୟା କରି ମୃତଦେହକୁ 59 ଖଣ୍ଡ କରି କାଟିଥିଲା ଅଭିଯୁକ୍ତ । ପ୍ରମାଣ ନଷ୍ଟ କରିବା ଏବଂ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଖଣ୍ଡ ବିଖଣ୍ଡିତ ମୃତେଦହକୁ ଫ୍ରିଜରେ ଲୁଚାଇ ରଖିଥିଲା । ବେଙ୍ଗାଲୁରୁରେ ହତ୍ୟାକାଣ୍ଡ ଭିଆଇବା ପରେ ଓଡିଶା ଚାଲି ଆସିଥିଲା । ବେଙ୍ଗାଲୁରୁ ପୋଲିସ ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକ କରି, ଓଡ଼ିଶା ଆସିଥିବା ବେଳେ, ଆତ୍ମହତ୍ୟା କରି ଜୀବନ ହାରିଛି ଅଭିଯୁକ୍ତ ।

କିଏ ଅଭିଯୁକ୍ତ ?

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରରୁ ଆସିଛି ବଡ଼ ଖବର । ପୋଲିସ ପାଖରେ ଖବର ପହଞ୍ଚିଲା ଭୂଇଁପୁରର ମୁକ୍ତିରଞ୍ଜନ ପ୍ରତାପ ରାୟ ଜୀବନ ହାରିଛନ୍ତି । ମୃତଦେହ ଉଦ୍ଧାର ହେବା ସହ ତା’ ନିକଟରୁ ଏକ ଡାଏରୀ ପୋଲିସ ଜବତ କରିଛି । ଏଥିରେ ସେ ମହାଲଷ୍ମୀଙ୍କୁ ହାଣି ହତ୍ୟା କରିଥିବା ଉଲ୍ଲେଖ କରିଥିବା ଜଣାପଡିଛି । ଏନେଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲି (Varun Guntupalli) ସୂଚନା ଦେଇଥିଲେ ମଧ୍ୟ ଗଣ ମାଧ୍ୟମକୁ କୌଣସି ସିଧା ପ୍ରତିକ୍ରିୟା ଦେଇନାହାନ୍ତି ।

ଭଦ୍ରକ ଏସପି କହିଛନ୍ତି, ''ବରୁଣ ଗୁଣ୍ଟୁପାଲ୍ଲି ୟୁଡି କେସରେ ସୁଇସାଇଡ ନେଇ ଆମେ ତଦନ୍ତ କରୁଛୁ । ହତ୍ୟା ଘଟଣା ନେଇ ବେଙ୍ଗାଲୁରୁ ପୋଲିସ ତଦନ୍ତ କରୁଛି । ମୃତଦେହ ପୋଷମର୍ଟମ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୃତକ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ପୋଲିସ ଭୟରେ ସେ ଜୀବନ ହାରିଛି । ସୁଇସାଇଡ ନୋଟରେ ସେ ହତ୍ୟା କରିଥିବା ମାନିଛି । କୋର୍ଟରେ ଏହାକୁ ଦିଆଯିବ । ''

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ସମିତିସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ - Suspicious Death of Khordha Man

  • ବେଙ୍ଗାଲୁରୁରେ ଫ୍ରିଜରୁ ମିଳିଥିଲା ମୃତଦେହ :

ଚଳିତମାସ (ସେପ୍ଟେମ୍ବର) 21 ତାରିଖରେ ବେଙ୍ଗାଲୁରୁରେ ମହାଲକ୍ଷ୍ନୀ ନାମ୍ନୀ ଜଣେ ମହିଳାଙ୍କୁ ବୀଭତ୍ସ କରାଯାଇଥିବା ଜଣାପଡିଥିଲା । ସେ ରହୁଥିବା ଭଡାଘରୁ ଫ୍ରିଜ ଭିତରୁ ମହାଲକ୍ଷ୍ନୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହର ଅଂଶ ବିଶେଷ ଗଳିତ ଅବସ୍ଥାରେ ଠାବ କରାଯାଇଥିବାରୁ କିଛି ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ଘଟଣାକ୍ରମରେ ସ୍ଥାନୀୟ ପୋଲିସ ଓଡିଶା ଲିଙ୍କ୍ ପାଇବା ସହ ମୁକ୍ତିରଞ୍ଜନଙ୍କ ସମ୍ପୃକ୍ତି ମଧ୍ୟ ଜାଣିବାକୁ ପାଇଥିଲା । ବାଲେଶ୍ୱର ଏବଂ ଭଦ୍ରକ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ଟିମ୍‌ ତାକୁ ଗିରଫ କରିବାକୁ ପ୍ରୟାସ କରୁଥିଲା । ଏପରିକି ବେଙ୍ଗାଲୁରୁର ଏକ ପୋଲିସ ଟିମ, ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକ କରି ଓଡ଼ିଶା ଆସିଥିଲା । କିନ୍ତୁ ଗିରଫ ପୂର୍ବରୁ ଅଭିଯୁକ୍ତ ଜୀବନ ହାରିଛି । ମୃତକର ଘର ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଭୂଇଁପୁର । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା ପରେ ଓଡ଼ିଶା ଚାଲି ଆସିଥିଲା ଅଭିଯୁକ୍ତ:

ମୃତ ଯୁବକ ଜଣକ ମୁକ୍ତିରଞ୍ଜନ ପ୍ରତାପ ରାୟ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ସେ ମଙ୍ଗଳବାର ରାତିରେ ଘରକୁ ଫେରିଥିଲା । ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲା । 25 ତାରିଖ ଭୋର ପ୍ରାୟ 4ଟାରେ ଏକ ସ୍କୁଟିରେ ଭଦ୍ରକ ଯିବ ବୋଲି କହି ଘରୁ ଆସିଥିଲା । ପରେ କୁଳେଇପଦା ନିକଟରେ ଗାଡି ରଖି ଜୀବନ ହାରିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ-ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା ପରେ ହିଂସା, ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା

  • ଜାତୀୟ ମହିଳା କମିଶନ ଦେଇଥିଲେ ତଦନ୍ତ ନିର୍ଦ୍ଦେଶ :-

ମହିଳାଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଜାତୀୟ ମହିଳା କମିଶନ (NCW) ଉଦବେଗ ପ୍ରକାଶ କରିଥିଲେ । Xରେ ଆୟୋଗ କହିଥିଲେ ଯେ , ବ୍ୟାଲିକାବାଲର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଫ୍ରିଜରୁ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ପୋଲିସ ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ମହିଳା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତିନି ଦିନ ମଧ୍ୟରେ ଆୟୋଗଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା ରିପୋର୍ଟ ଦାଖଲ କରିବ ।

  • ମହାଲକ୍ଷ୍ମୀଙ୍କୁ ବୀଭତ୍ସ ହତ୍ୟା :

ଜୀବନ ହାରିବାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ 33/2024 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏହାସହ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ୟାଗରେ ଲାପଟପ୍‌ ଏବଂ ଡାଇରୀ ଭଳି ଅନେକ ସାମଗ୍ରୀ ପାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ମହଳାଙ୍କୁ ଯୁବକ ଜଣକ ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ଭଦ୍ରକ

Last Updated : 14 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.