ETV Bharat / state

ଦବି ଯିବ କି ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ? ସିଏମ୍‌ସି କମିଶନରଙ୍କ ବଦଳି ପରେ ବଢ଼ିଲା ବିବାଦ - ସିଏମସି କମିଶନରଙ୍କ ବଦଳି

Baliyatra Corruption: ପୁଣି ଜୋର ଧରିଲା ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ । ସିଏମସି କମିଶନରଙ୍କ ବଦଳି ପରେ ଏବେ ତଦନ୍ତ କେଉଁ ଦିଗରେ ଯିବ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଧିକ ପଢନ୍ତୁ

Baliyatra Corruption
Baliyatra Corruption
author img

By ETV Bharat Odisha Team

Published : Feb 2, 2024, 11:01 PM IST

Baliyatra Corruption

କଟକ: ଥମୁନି ବାଲିଯାତ୍ରା ଅନିୟମିତତା ପ୍ରସଙ୍ଗ । ତଦନ୍ତ ପରେ ସବୁକଥା ସ୍ପଷ୍ଟ ହେବ ବୋଲି ପୂର୍ବତନ ସିଏମ୍‌ସି କମିଶନର କହିଥିଲେ । ଏପରିକି ତଦନ୍ତ ପାଇଁ କମିଟି ଗଠନ ମଧ୍ୟ କରାଯାଇଥିଲା । ମାତ୍ର ଏଯାବତ ଏହି ପ୍ରସଙ୍ଗ ଉପରେ କୌଣସି ତଥ୍ୟ ଆସିଲା ନାହିଁ । ବଡ଼ କଥା ହେଉଛି, ୨ ବର୍ଷ ଧରି ବାଲିଯାତ୍ରା ଅନିୟମିତତା ଅଭିଯୋଗ ହୋଇଥିଲା । ହେଲେ ତଦନ୍ତ ଆଳରେ ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ନେଇ ଅନେକ ଚର୍ଚ୍ଚା ବି ହେଉଥିଲା । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ସିଏମସିର ପୂର୍ବତନ କମିଶନର ନିଖିଳ ପବନ କଲ୍ୟାଣ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାଙ୍କର ବଦଳି ହେବା ପରେ ପୁଣି ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଏନେଇ ସିଏମସି ବରୋଧୀ କର୍ପୋରେଟର ଗଗନ ଓଝା କହିଛନ୍ତି, "ବାଲିଯାତ୍ରା ସମୟରେ ଯେଉଁ ଅନିୟମିତତା ହୋଇଥିଲା ତାହାର ଉତ୍ତର କେହି ରଖୁନାହାନ୍ତି । କମିଶନର ବଦଳିଗଲେ ବି ଏହି ପ୍ରସଙ୍ଗକୁ ନେଇ ନୂତନ କମିଶନରଙ୍କୁ ଅବଗତ କରାଯିବ । ଆସନ୍ତାକାଲି ସିଏମ୍‌ସି କାଉନସିଲ ବୈଠକ ଥିବାବେଳେ ପ୍ରଥମ ଏହି ପ୍ରସଙ୍ଗ ଉପରେ ବିରୋଧୀ ଆଲୋଚନା କରିବାକୁ ଦାବି କରିବେ । ଯେପର୍ଯ୍ୟନ୍ତ ଏହାର ସ୍ପଷ୍ଟ ଉତ୍ତର ନମିଳିବ, ସେପର୍ଯ୍ୟନ୍ତ ବିରୋଧୀ ଆନ୍ଦୋଳନ କରିବେ ଏବଂ ପ୍ରଶ୍ନ ପଚାରିବେ ।"

ଏହା ବି ପଢନ୍ତୁ...ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଅନୁଧ୍ୟାନ କଲା ତଦନ୍ତ କମିଟି

ତେବେ ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ତୋରଣରୁ ଆରମ୍ଭ କରି ବାଣ ଫୁଟା ଏପରିକି ପ୍ରତ୍ୟକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ ଏହାର ଗନ୍ଧ ବାରି ପାରିଛି । ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ସମ୍ପୃକ୍ତ ଠିକା ସଂସ୍ଥା ଚଞ୍ଚକତା କରି ନେଇଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ନେଇଥିଲେ ସଂସ୍ଥା । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏଥର ୨ ଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିଥିବା ଅଭିଯୋଗ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ ଶାସକ ଦଳର କର୍ପୋରେଟର ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି ।

ସୂଚନା ଥାଉ, ୨ଟି ବାଉଁଶ ଗେଟକୁ ୩୨ ଲକ୍ଷ, ୨୦ ହଜାର ଟଙ୍କାର ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ ହୋଇଥିଲା । ବାଲିଯାତ୍ରାରେ ବାଣ ଫୁଟାଇବା ପାଇଁ ୨୭ ଲକ୍ଷ ଟଙ୍କାର ବିଲ କରାଯାଇଥିଲା । ମାତ୍ର ୧୦ ମିନିଟ ବାଣ ଫୁଟାଇ ୨୭ ଲକ୍ଷଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି ପ୍ରୋଜେକ୍ଟର ଲଗାଇ ୯୨ ଲକ୍ଷ ଟଙ୍କାର ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ ବିରୋଧୀ । ବାଲିଯାତ୍ରାରେ ଲେଜର ଲାଇଟ ଶୋ' କରାଯାଇଥାଏ । ଗତବର୍ଷ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷକରି ମହାନଦୀ କୂଳରେ ଏହି ଶୋ' କରାଯାଇଥାଏ।ଚଳିତବର୍ଷ ବାଲିଯାତ୍ରାରେ ମଧ୍ୟ ଏହି ଶୋ' କରାଯାଇଥିଲା । ଏଥିପାଇଁ ୯୨ ଲକ୍ଷ ଟଙ୍କାର ବିଲ କରାଯାଇଥିଲା । ମାତ୍ର ୩ ଦିନ ଏହି ଶୋ' କରାଯାଇଥିଲା ପରେ ଏହାକୁ ବନ୍ଦ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.