ETV Bharat / state

ଦିନେ ଥିଲେ କର୍ମଚାରୀ ଆଜି ସିଏ ମାଲିକ, ଫୁଲ ବ୍ୟବସାୟ ଦେଇଛି ପରିଚୟ

author img

By ETV Bharat Odisha Team

Published : Feb 20, 2024, 2:20 PM IST

Flower Businessman Sashikant: ଫୁଲ ଡେକୋରେଟର ଭାବେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ଅଞ୍ଚଳର ଶଶିକାନ୍ତ ସାହୁ । ପଢ଼ନ୍ତୁ ତାଙ୍କ ବିଷୟରେ

ଫୁଲ ବ୍ୟବସାୟ ଦେଇଛି ପରିଚୟ
ଫୁଲ ବ୍ୟବସାୟ ଦେଇଛି ପରିଚୟ

ଫୁଲ ବ୍ୟବସାୟ ଦେଇଛି ପରିଚୟ

ବାଲେଶ୍ୱର: ଦିନେ ପର ଅଧୀନରେ ଚାକିରି କରୁଥିଲେ । ହେଲେ ଆଜି ଅନେକ ଲୋକଙ୍କୁ ସେ ରୋଜଗାର ଦେଇଛନ୍ତି । ନିଜେ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ରୋଜଗାରର ମାଧ୍ୟମ ପାଲଟିଛନ୍ତି । କୋଭିଡ କଟକଣା ପାଇଁ ବାହାର ରାଜ୍ୟରୁ ନିଜ ଅଞ୍ଚଳକୁ ଚାଲି ଆସି ନିଜସ୍ୱ ଉଦ୍ୟମରେ ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ଏବେ ସେହି ବ୍ୟବସାୟ ତାଙ୍କୁ ସଫଳତା ଦେଇଛି । ଜଣେ ଭଲ ଫୁଲ ଡେକୋରେଟର ଭାବେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ଅଞ୍ଚଳର ଶଶିକାନ୍ତ ସାହୁ । ଯିଏକି ଏବେ ଫୁଲରେ ସାଜସଜ୍ଜା କରି ଲକ୍ଷାଧିକ ଟଙ୍କା କମାଉଥିବା ବେଳେ ନିଜ ଅଞ୍ଚଳର ପିଲାମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ପୂର୍ବରୁ ଶଶିକାନ୍ତ ଦିଲ୍ଲୀରେ ଏକ ଆର୍ଟିଫିସିଆଲ ଫ୍ଲାୱାର କମ୍ପାନୀରେ କାର୍ଯ୍ୟ କରୁଥିଲେ । କୋଭିଡ ସମୟରେ ସବୁକିଛି ବନ୍ଦ ହୋଇଯିବା ଫଳରେ ଶଶିକାନ୍ତ ନିରାଶ ହୋଇ ନିଜ ଗାଁକୁ ଫେରି ଆସିଥିଲେ । କୋଭିଡ କଟକଣା ହଟିବା ପରେ ସେ ପ୍ରଥମେ ସିମୁଳିଆ ବଜାର ଉପରେ ଏକ ଆର୍ଟିଫିସିଆଲ ଫୁଲ ଦୋକାନଟିଏ କରିଥିଲେ । ପ୍ରଥମେ ପ୍ରଥମେ ସିମୁଳିଆ ବଜାରରେ ଏମିତି ଦୋକାନର ଚାହିଦା ନଥିବା ବେଳେ ଶଶିକାନ୍ତ ଅନେକ ସମୟରେ ଗ୍ରାହକଙ୍କୁ ଅପେକ୍ଷା କରିରୁହନ୍ତି । ହେଲେ ଅନେକ ସମୟରେ କିଛି ବେପାର ମଧ୍ୟ ହୁଏ ନାହିଁ । ଧିରେ ଧିରେ ସମୟ ବଦଳିବା ସହ ଫୁଲ ଦୋକାନର ଚାହିଦା ବଢ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚାଷ ପାଇଁ ବଦଳାଇଲେ ପେଷା; ଚାକିରୀ ଛାଡ଼ି ଚାଷକୁ ବେଉସା, ସଫଳ ହଲେ ଚନ୍ଦନ

ତେବେ ଶଶିକାନ୍ତଙ୍କ ଫୁଲ ଦୋକାନ ଚାହିଦା ବଢ଼ିବା ସହ ଦୋକାନରେ ପ୍ରବଳ ଭଡ଼ ଲାଗିଥିଲା । ବିବାହ ହେଉ କି ବ୍ରତଘର କିମ୍ବା ମେଳା ମହୋତ୍ସବ ଏବେ ପ୍ରଥମେ ଶଶିକାନ୍ତଙ୍କୁ ଖୋଜା ପଡୁଛି । ବିବାହ, ବ୍ରତଘର, ମେଳା ମହୋତ୍ସବ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଆର୍ଟିଫିସିଆଲ ଓ ରିଏଲ ଫ୍ଲାୱାର ଡେକୋରେସନରେ ଶଶିକାନ୍ତ ସମସ୍ତଙ୍କ ମନ କିଣିପାରୁଛନ୍ତି । ୧୦ ହଜାରରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫୁଲ ଡେକୋରେସନ କରୁଥିବା ବେଳେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ଯୁବକମାନଙ୍କୁ ନିଜ ଅଞ୍ଚଳରେ ରୋଜଗାର ଦେଇପାରିଛନ୍ତି ଶଶିକାନ୍ତ ।

ବର୍ତ୍ତମାନ ତାଙ୍କ ପାଖରେ 8 ଜଣ ଯୁବକ କାମ କରୁଛନ୍ତି । ଯେଉଁମାନେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିଲେ ସେମାନେ ଘର ପାଖରେ ରହି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଶଶିକାନ୍ତ କେବଳ ସିମୁଳିଆ ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ଫୁଲ ଡେକୋରେସନ ପାଇଁ ଯାଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.