ETV Bharat / state

ଅସ୍ମିତଙ୍କ ବହୁମୁଖୀ ପ୍ରତିଭା, ବଡ଼ ହୋଇ ଅଭିନେତା ହେବା ଲକ୍ଷ୍ୟ - ବହୁମୁଖୀ ପ୍ରତିଭା ଅଧିକାରୀ ଅସ୍ମିତ

Multi talented boy Asmit : ବୟସ ମାତ୍ର 7 ବର୍ଷ । କିନ୍ତୁ ମନରେ ଅସୁମାରି ସ୍ବପ୍ନ । ନିଜ ସ୍ବପ୍ନକୁ ପୂରଣ କରିବାକୁ ପ୍ରୟାସ ଚଲାଇଛନ୍ତି ଅସ୍ମିତ । ଅଧିକ ପଢ଼ନ୍ତୁ

ଅସ୍ମିତଙ୍କ ବହୁମୁଖୀ ପ୍ରତିଭା
ଅସ୍ମିତଙ୍କ ବହୁମୁଖୀ ପ୍ରତିଭା
author img

By ETV Bharat Odisha Team

Published : Jan 23, 2024, 10:31 PM IST

Updated : Jan 24, 2024, 3:04 PM IST

ଅସ୍ମିତଙ୍କ ବହୁମୁଖୀ ପ୍ରତିଭା

ବାଲେଶ୍ବର: କରୋନା ସମୟରେ ହୋଇଥିବା ଲକଡାଉନ ଅନେକ ଲୋକଙ୍କ ଜୀବନ ଶୈଳୀ ବଦଳାଇ ଦେଇଥିଲା । କେହିକେହି ନିଜର ରୋଜଗାର ହରାଇଥିବା ବେଳେ ଆଉ କେହି ଜୀବନ ଜୀଇବାର ନୂଆ ଦିଗକୁ ବାଛି ନେଇଥିଲେ । ସେହିପରି ଘରେ ରହି ବୋର ହେବା ଅପେକ୍ଷା ଅନେକ ଯୁବକ ଯୁବତୀ, ଛାତ୍ରଛାତ୍ରୀ ତଥା କୁନି ପିଲାମାନେ ମୋବାଇଲର ବ୍ୟବହାର ବହୁଳ ମାତ୍ରାରେ କରିଥିଲେ । ଏହି ମୋବାଇଲରେ ଅନେକେ ନିଜର ପ୍ରତିଭା ପ୍ରସ୍ଫୁଟିତ କରାଇ ପାରିଛନ୍ତି । ଖାଲି ସେତିକି ନୁହେଁ ଅନେକ ପିଲାଙ୍କ ମଧ୍ୟ ଲୁକ୍କାୟିତ ପ୍ରତିଭା ଏହି ଲକଡାଉନ ସମୟରେ ହିଁ ପ୍ରସ୍ଫୁଟିତ ହୋଇଥିଲା । ଏଇ ଯେମିତି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଅଞ୍ଚଳର ଅମିତ ସାହୁ ଓ ପୂର୍ଣ୍ଣିମା ସାମଲଙ୍କ 7 ବର୍ଷର ପୁଅ ଅସ୍ମିତଙ୍କ କଳା ବିକଶିତ ହେବାର ପ୍ରଥମ ସ୍ପର୍ଶ ମିଳିଥିଲା ଏହି ଲକଡାଉନ ସମୟରେ ।

ସାରା ଦେଶ ଯେତେବେଳେ ଲକଡାଉନ ରହିଥିଲା ସେତେବେଳେ ଅସ୍ମିତ ଆଇନା ଆଗରେ ଛିଡା ହୋଇ କିଛି ନା କିଛି ଫିଲ୍ମ ଡ଼ାଇଲଗ ନିଜେ ନିଜେ କହୁଥିଲେ । ସେତେବେଳକୁ ତାଙ୍କୁ ମାତ୍ର 4 ବର୍ଷ ବୟସ ହୋଇଥିବା ବେଳେ କଣ ଏମିତି ଗୁଣୁଗୁଣୁ ହେଉଛି ବୋଲି ମାଆ ପୂର୍ଣ୍ଣିମା ତାଙ୍କୁ ପରଖିବା ଆରମ୍ଭ କରିଥିଲେ । ଅସ୍ମିତଙ୍କ ଭିତରେ ଅଭିନୟର କଳା ଲୁଚି ରହିଥିବା ଜାଣି ପୂର୍ଣ୍ଣିମା ଭାରି ଖୁସି ହୋଇ ଯାଇଥିଲେ । କାହିଁକି ନା ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଏତେ ମାତ୍ରାରେ ସୁଯୋଗ ମିଳୁ ନଥିଲା ସେତେବେଳେ ପୂର୍ଣ୍ଣିମା ଜଣେ ଅଭିନେତ୍ରୀ ହେବାର ଇଚ୍ଛା ରଖିଥିଲେ । ନିଜ ସ୍ବପ୍ନ ପୁରା କରି ପାରିନଥିବା ପୂର୍ଣ୍ଣିମା ପୁଅ ଭିତରେ ତାଙ୍କର ଅଧୁରା ସ୍ବପ୍ନ ଉଙ୍କି ମାରୁଥିବା ଜାଣି ବେଶ ଖୁସି ହୋଇଥିଲେ । ପରେ ଯେବେ ଲକଡାଉନ ଖୋଲିଲା ଅସ୍ମିତକୁ ପୂର୍ଣ୍ଣିମା ବାଲେଶ୍ଵରର ଏକ ଭଡା ଘରେ ରହି ଅଭିନୟ, ନାଚ ଏବଂ ମଡେଲିଂ ଶିକ୍ଷା ପାଇଁ ଗୁରୁଙ୍କ ପାଖରେ ଛାଡିଥିଲେ ।

ସେପଟେ ଅସ୍ମିତ ମଧ୍ୟ ନିଜର ପ୍ରତିଭା ବିକାଶ ଦିଗରେ ବେଶ ଯତ୍ନବାନ ହୋଇ ଆଗକୁ ଆଗକୁ ବଢି ଚାଲିଲେ । ଧୀରେଧୀରେ ଅସ୍ମିତ ବିଭିନ୍ନ ଷ୍ଟେଜ ସୋରେ ନିଜର ପାରିଦର୍ଶିତା ଦେଖାଇ ଦର୍ଶକଙ୍କ ମନ କିଣିବାକୁ ଲାଗିଲେ । ବାପା ଚନ୍ଦନେଶ୍ବରରେ ରହୁଥିବା ବେଳେ ମାଆ ଓ ଅଜା ଆଈଙ୍କ ସହ ଏକ ଭଡା ଘରେ ଅସ୍ମିତ ରହୁଛନ୍ତି । ପୁଅର ଭବିଷ୍ୟତ ପାଇଁ ବାପା ମାଆ ଲାଗି ପଡିଥିବା ବେଳେ ସବୁ ପ୍ରକାର ସୁଯୋଗ ଓ ସୁବିଧା ପୁଅକୁ ଯୋଗାଇ ଦେଉଛନ୍ତି । ତେବେ ଅସ୍ମିତ ଓ ତାଙ୍କ ମାଆ ନିକଟରେ ଭୁବନେଶ୍ବରର ଏକ ମଡେଲିଂ ପ୍ରତିଯୋଗିତାରେ ସମସ୍ତଙ୍କ ମନ କିଣି ପୁରସ୍କୃତ ହୋଇଛନ୍ତି । ମାଆ ପୁଅ ଉଭୟ ମଡେଲିଂ କରି ସମସ୍ତଙ୍କ ମନ କିଣି ପାରିଛନ୍ତି । ଅସ୍ମିତ ଖାଲି ଯେ, ଏହିସବୁ ପ୍ରତିଭା ପାଇଁ ପ୍ରଶଂସନୀୟ ତାହା ନୁହେଁ ସେ ଭଲ ସ୍ପିଚ ଦେବାସହ ଶ୍ଳୋକ ଆବୃତ୍ତି ମଧ୍ୟ ଭଲ ଭାବରେ କରି ପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବହୁ ପ୍ରତିଭାର ଅଧିକାରିଣୀ ଆୟୁସି, ନିଖୁଣ କଳା ମାଧ୍ୟମରେ ଜାତୀୟ ସ୍ତରରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବର୍ତ୍ତମାନ ସୁଦ୍ଧା ଅସ୍ମିତ ସ୍କୁଲ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ସାରିଛନ୍ତି । ଅସ୍ମିତ ଏବେ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଅଭିନୟ, ମଡେଲିଂ, ଫେନ୍ସି ଡ୍ରେସ୍ ଓ ନୃତ୍ୟ ପାଇଁ ଏହା ପୂର୍ବରୁ ଅସ୍ମିତ ରାଉରକେଲାରେ ମିଷ୍ଟର ଓଡ଼ିଶା ସାଇନିଙ୍ଗ୍ ଆଇକୋନ୍, କଳିଙ୍ଗ କଳାକେନ୍ଦ୍ର, ପ୍ରତିଭା ସାରସ୍ବତ ସମ୍ମାନ ଭଳି ଅନେକ ପୁରସ୍କାର ହାସଲ କରିଛନ୍ତି । ମାଆ ପୂର୍ଣ୍ଣିମା ଏକ କୋଚିଂ ସେଣ୍ଟରେ ଚାକିରି କରନ୍ତି । ଭବିଷ୍ୟତରେ ଜଣେ ଭଲ ଅଭିନେତା ହେବାର ଲକ୍ଷ୍ୟ ରଖିଥିବା ଅସ୍ମିତ ପ୍ରକାଶ କରିଛନ୍ତି । ମାତ୍ର ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ଅସ୍ମିତ ଏବେ ସୁଦ୍ଧା ୧୫ ରୁ ଉର୍ଦ୍ଧ୍ଵ ରାଜ୍ୟ ସ୍ତରୀୟ, ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲା ସ୍ତରୀୟ ଏବଂ ସ୍କୁଲ ସ୍ତରୀୟ ୧୦ରୁ ଉର୍ଦ୍ଧ୍ଵ ପୁରସ୍କାର ପାଇ ସାରିଛନ୍ତି । ତେବେ ଗୋଟେ ପଟେ ମାଆଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ଦିଗରେ ଅସ୍ମିତ ଆଗେଇ ଆସିଥିବା ବେଳେ ନିଜର ଇଚ୍ଛା ମାରିଦେଇଥିବା ପୂର୍ଣ୍ଣିମା ଏବେ ପୁଅ ପାଖରେ ସବୁଇଚ୍ଛା ପୂରଣ କରିବାକୁ ଆଗଭର ହୋଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 24, 2024, 3:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.