ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଶ୍ରମିକଙ୍କ ମର ଶରୀର; କୃତଜ୍ଞତା ଜଣାଇଲେ ପରିବାର, ମୁଁ ଆପଣଙ୍କ ସହ ଅଛି କହିଲେ ମୋହନ - Balasore Labourer dead Body

author img

By ETV Bharat Odisha Team

Published : Jul 17, 2024, 8:00 AM IST

Updated : Jul 17, 2024, 1:07 PM IST

Balasore Labourer Muralidhar Mahakud dead Body Brought Back To Home From Mumbai: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ୱରର ଓଡ଼ିଆ ଶ୍ରମିକଙ୍କ ମର ଶରୀର । ମୁରଲୀଧରଙ୍କ ପତ୍ନୀ ଓ ଝିଅ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇ କହିଲେ 'ଧର୍ଯ୍ୟ ରଖନ୍ତୁ, ମୁଁ ଆପଣଙ୍କ ସହିତ ଅଛି' । ଅଧିକ ପଢନ୍ତୁ

cm-mohan-majhi
cm-mohan-majhi (ETV Bharat Odisha)

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସିଛନ୍ତି । ମୋହନଙ୍କ ଦରଦୀପଣ ସାମ୍ନାକୁ ଆସିବା ପରେ ସେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ମୁମ୍ବାଇରୁ ଫେରିଛି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ । ବାଲେଶ୍ବରର ଓଡିଆ ଶ୍ରମିକ ଜଣଙ୍କ ହେଉଛନ୍ତି ମୁରଲୀଧର ମହକୁଡ଼ । ମୁରଲୀଧରଙ୍କ ମର ଶରୀର ପରିବାର ଲୋକଙ୍କ ପାଖରେ ପହଁଚିବ । ମୁରଲୀଧରଙ୍କ ପତ୍ନୀ ଓ ଝିଅ ସହିତ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଧର୍ଯ୍ୟ ରଖନ୍ତୁ, ମୁଁ ଆପଣଙ୍କ ସହିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିବଦଳରେ ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗାଁ'ର ନିବାସୀ ମୁରଲୀଧର ମହାକୁଡ । ମୁରଲୀଧର ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ । ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ । ମୁମ୍ବାଇରୁ ମୁରଲୀଧରଙ୍କ ମର ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନଥିଲା । ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା । ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ମୁରଲୀଧରଙ୍କ ମର ଶରୀର ଆଜି ତାଙ୍କ ଗ୍ରାମରେ ପହଞ୍ଚିବ ।

ମୁମ୍ବାଇରୁ ବାଲେଶ୍ବର ଆସିଲା ଶ୍ରମିକଙ୍କ ମର ଶରୀର (ETV Bharat Odisha)

ଏହା ବି ପଢନ୍ତୁ- ସାର ମତେ ଚଲେଇ ଦିଅନ୍ତୁ, ମୁଁ ବି ସ୍କୁଲ ଯିବି ପାଠ ପଢିବି... - Two Handicapped at CM Grievance

ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ସମବେଦନା ମଧ୍ୟ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଛନ୍ତି ଯେ, ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଧୈର୍ଯ୍ୟ ରଖନ୍ତୁ । ମୁଁ ଆପଣଙ୍କ ସହିତ ଅଛି । ଝିଅକୁ କହିଥିଲେ ଯେ, ତୁମେ ଭଲ ପାଠ ପଢୁଛ । ତୁମେ କିପରି ପାଠ ପଢା ଜାରି ରଖିବ ସେଥିପାଇଁ ମୋର ସହଯୋଗ ରହିବ । ତୁମେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୁଅ । ସେଥିପାଇଁ ମୋର ଆଶୀର୍ବାଦ ଅଛି । ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦଗତି କାମନା ମଧ୍ୟ କରିଛନ୍ତି । ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଜଣେ ସମ୍ବେଦନଶୀଳ ମଣିଷ ଭାବେ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ସେଥିପାଇଁ ମୁରଲୀଧରଙ୍କ ପରିବାର କୃତଜ୍ଞତା ପ୍ରକାଶ କରିଛନ୍ତି ।

CM Majhi
CM Majhi (ETV Bharat Odisha)

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାହାପୁର ଗାଁର ଯୁବକ ମୁରଲୀଧର ମହାକୁଡ଼ ମୁମ୍ବାଇର ଏକ ହୋଟେଲରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତ ୧୪ତାରିଖରେ ମୁମ୍ବାଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ମୃତ ଦେହ ଘରକୁ ଆଣିବା ପାଇଁ ପରିବାର ଲୋକେ ଅକ୍ଷମତା ପ୍ରକାଶ କରିଥିଲର। ଏନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାକୁ ଗମ୍ଭୀରତା ସହକାରେ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ମୁମ୍ବାଇରୁ ମୁରଲୀଧରଙ୍କ ମୃତଦେହ ଘରକୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ। ଆଜି ଏକ ଆମ୍ବୁଲାନ୍ସ ଯୋଗେ ଗାଁରେ ମୁରଲୀଧରଙ୍କ ମୃତଦେହ ପହଞ୍ଚିଛି । ଆଜି ସକାଳେ ମୁମ୍ବାଇରୁ ମୃତଦେହ ଘରେ ପହଞ୍ଚିବା ପରେ ଶବ ସତ୍କାର ପାଇଁ ମୁଖ୍ୟମନ୍ତ୍ରୀ ପରିବାର ଲୋକଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 17, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.