ETV Bharat / state

ଶାନ୍ତି ଫେରାଇ ଆଣିବାକୁ ସାମ୍ବାଦିକଙ୍କ ଉଦ୍ୟମ - Balasore Communal Violence - BALASORE COMMUNAL VIOLENCE

BALASORE COMMUNAL VIOLENCE: ବାଲେଶ୍ବର ସହରରେ ଶାନ୍ତି ଫେରାଇ ଆଣିବାକୁ ଆଗକୁ ଆସିଲେ ବହୁ ସମ୍ବାଦିକ । ଗୋଷ୍ଠୀ ବିବାଦ କିଭଳି ତୁରନ୍ତ ସମାଧାନ ହେବ ସେନେଇ କଲେ ଆଲୋଚନା । ଅଧିକ ପଢନ୍ତୁ

BALASORE COMMUNAL VIOLENCE
BALASORE COMMUNAL VIOLENCE (ETV Bharat Odisha)
author img

By ETV Bharat Odisha Team

Published : Jun 21, 2024, 8:19 PM IST

ବାଲେଶ୍ବର: ଶାନ୍ତି ଫେରାଇ ଆଣିବାକୁ ଆଗକୁ ଆସିଲେ ସମ୍ବାଦିକ । ବାଲେଶ୍ବରରେ ହୋଇଥିବା ଗୋଷ୍ଠୀ ବିବାଦକୁ ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ସମ୍ବାଦିକ । ଏନେଇ ଆଜି ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସହରରେ ଆରମ୍ଭ ହୋଇଥିବା ଗୋଷ୍ଠୀ ବିବାଦ କିଭଳି ତୁରନ୍ତ ସମାଧାନ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା ।

BALASORE COMMUNAL VIOLENCE (ETV Bharat Odisha)

ପ୍ରଶାସନ ସର୍ବଦଳୀୟ ବୈଠକ ଡାକିବା ସହ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ଗଣ-ସଂଗଠନ, ଓକିଲ ସଂଘ, ସାମ୍ବାଦିକ ସଂଘର ପ୍ରତିନିଧିମାନଙ୍କୁ ଏକତ୍ରିତ କରି ବିବାଦର ସମାଧାନ କରିବା ପାଇଁ ଦାବି କରାଯାଇଛି । ଦୁଇଦିନ ମଧ୍ୟରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ସାମ୍ବାଦିକ ସଂଘ ଦ୍ୱାରା ସବୁବର୍ଗର ଲୋକମାନଙ୍କୁ ଏକତ୍ରିତ କରାଇ ଶାନ୍ତି କେମିତି ଫେରାଇ ଆଣି ହେବ । ସେନେଇ ପ୍ରଚେଷ୍ଠା କରାଯିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ ।

ସକାଳେ 4 ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ପନିପରିବା ଦର ଆକାଶ ଛୁଆଁ ହୋଇଛି । ବିବାଦ ଦିନ ଠାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ପ୍ରକାଶ ଥାଉ କି, ଗତ ସୋମବାର ଦିନ ବାଲେଶ୍ବରେ ଘଟିଥିବା ଗୋଷ୍ଠୀ ବିବାଦ ପରେ ରାତି 12 ଟା ଠାରୁ କର୍ଫ୍ୟୁ ଜାରି କରାଯାଇଛି । ଲୋକମାନଙ୍କ ଆବଶ୍ୟକତାକୁ ଆଖିରେ ରଖି ଗୁରୁବାର ସକାଳ 7ରୁ 11 ଏବଂ ଶୁକ୍ରବାର ଆଜି ସକାଳ 6ରୁ 12 ଯାଏ କର୍ଫ୍ୟୁ କୋହଳ କରାଯାଇଛି । ମଙ୍ଗଳବାର ଠାରୁ ପୋୖରାଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ.....ବାଲେଶ୍ବରରେ ସୁଧୁରୁଛି ସ୍ଥିତି: 4 ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ, 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା - Curfew in Balasore

ସେପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା ପ୍ରାୟ 40ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାରା ମିଲାଟାରୀ ଫୋର୍ସ ମୁତୟନ ଥିବା ସହ ନିୟମିତ ପାଟ୍ରୋଲିଂ ମଧ୍ୟ ଜାରି ରହିଛି ।ଏବେ କ୍ରମଶଃ ସ୍ଥିତିର ସୁଧାର ଆସୁଛି ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.