ETV Bharat / state

ବଲାଙ୍ଗୀର ଶିଶୁ ବିକ୍ରି ଘଟଣା, ANMଙ୍କ ସମେତ ୩ ଗିରଫ - ARREST ON NEWBORN BABY SELLING CASE

ବଲାଙ୍ଗୀର ଶିଶୁ ବିକ୍ରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଶିଶୁର ବାପାମାଆଙ୍କ ବୟାନ ରେକର୍ଡ କରିଛି ପୋଲିସ ।

Balangir Newborn Child Selling Case
Balangir Newborn Child Selling Case (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 5:04 PM IST

ବଲାଙ୍ଗୀର: ବଲାଙ୍ଗୀର ଶିଶୁ ବିକ୍ରି ଅଭିଯୋଗ ମାମଲାରେ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଛୁଆ ନେଇଥିବା ବ୍ୟକ୍ତି ଓ ମଧ୍ୟସ୍ଥିଙ୍କ ସହ ଖପ୍ରାଖୋଲ ବ୍ଲକ ସୁନାମୁଦି ଉପ ସ୍ବାସ୍ଥ୍ୟକେନ୍ଦ୍ର ଏଏନଏମ ମମତା ଭୋଇଙ୍କୁ ଗିରଫ କରାଯାଇଛି । ଆଜି(ଶନିବାର) ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ ।

ଶିଶୁକନ୍ୟାକୁ ଅନ୍ୟକୁ ଦେଇଥିଲା ମାଆ:

Balangir Newborn Child Selling Case (ETV Bharat Odisha)

ସୂଚନା ଅନୁସାରେ, ନଭେମ୍ବର ୨ ତାରିଖରେ ବଲାଙ୍ଗୀର ଜିଲ୍ଲାର ସୁନାମୁଦି ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଲାଠିର ଥାନା ଅଞ୍ଚଳର ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ହେବାପରେ ସନ୍ଧ୍ୟାରେ ନବଜାତକୁ ନେଇ ଘରକୁ ପଳାଇଥିଲେ । କିନ୍ତୁ ୩ ତାରିଖ ସକାଳେ ଶିଶୁର ସ୍ବାସ୍ଥ୍ୟ ସଂପର୍କରେ ଜାଣିବା ପାଇଁ ସ୍ଥାନୀୟ ଆଶାକର୍ମୀ ଯିବା ପରେ ଛୁଆ ଘରେ ନଥିବା ଜଣାପଡିଥିଲା । ଏନେଇ ସେ ଏଏନଏମ ମମତା ଭୋଇଙ୍କୁ ଜଣାଇଥିଲେ । ହେଲେ ସ୍ବାସ୍ଥ୍ୟକର୍ମୀ ଏନେଇ କାହାକୁ ନ ଜଣାଇ ଚୁପ୍ ରହିଥିଲେ । ପରେ ୧୨ ତାରିଖରେ ଶିଶୁ ବିକ୍ରି ଅଭିଯୋଗ ନେଇ ଚହଳ ସୃଷ୍ଟି ହେବା ପରେ ଶିଶୁ ମଙ୍ଗଳ ସମିତି ସଦସ୍ୟା ସେଠାକୁ ଯାଇ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

୩ ଗିରଫ:

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଲାଠୋରର ଔଷଧ ଦୋକାନୀ ଆଲୋକ ଅଗ୍ରୱାଲ, ଛୁଆ ନେବା ପାଇଁ ଆସିଥିବା ମଦନପୁର ରାମପୁରର ରାଜ କୁମାର ମିତ୍ତଲ ଓ ANM ମମତା ଭୋଇଙ୍କୁ ଗିରଫ । ହେଲେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଶିଶୁର ବାପା ମାଆଙ୍କ ବୟାନ ରେକର୍ଡ କରାଯିବା ସହ ଶିଶୁ ବିକ୍ରି ନେଇ ଆର୍ଥିକ କାରବାରର ପ୍ରମାଣ ମିଳିନ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଗାଁକୁ ଯାଇ ଏହି ଘଟଣାର ତଦନ୍ତ କରିଛି ଜିଲ୍ଲା ପ୍ରଶାସନ । ଛୁଆକୁ ଦେଇଥିବା ମାଆ ଓ ତାଙ୍କ ସମ୍ପର୍କୀୟ କିଭଳି ସ୍ଥିତିରେ ଅଛନ୍ତି ଓ ସେମାନେ ସରକାରୀ ସୁବିଧା କ'ଣ ପାଉଛନ୍ତି ସେନେଇ ପଚାରି ବୁଝିଛନ୍ତି । ତେବେ କାହିଁକି ସେ ଶିଶୁଟିକୁ ଅନ୍ୟକୁ ଦେଇ ଦେଲେ ତାର ତଦନ୍ତ ଜାରି ରହିଛି । କିନ୍ତୁ ଘଟଣାରେ ଆର୍ଥିକ କାରବାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ତେଣୁ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ନବଜାତକୁ ଦେଇଦେଲା ମା' ? ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ ଜୋରଦାର

ଏହା ମଧ୍ୟ ପଢ଼ନ୍ତୁ...ଆର୍ଥିକ ଅନାଟନରୁ ନବଜାତ କନ୍ୟାକୁ ବିକ୍ରି ଅଭିଯୋଗ

୩ ଜଣଙ୍କୁ କୋର୍ଟ ଚାଲାଣ:

ସେପଟେ ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ କହିଛନ୍ତି, "ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଏଥିରେ ୩ ଜଣକୁ ଗିରଫ କରାଯାଇଛି । ଛୁଆକୁ ନେବାକୁ ଆସିଥିବା ୨ ଜଣଙ୍କ ସହ ଏଥିରେ ସଂପୃକ୍ତ ଥିବା ସ୍ଥାନୀୟ ଏଏନଏମଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ଏହି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ଶିଶୁ ଏବେ ରାୟପୁରର ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ପ୍ରଶାସନିକ ଟିମ୍ ମହଜୁଦ ଅଛନ୍ତି । ଶିଶୁର ମାତା ପିତାଙ୍କ ବୟାନ ରେକର୍ଡ କରାଯାଇଛି । ଅଧିକ ଛୁଆ ଥିବାରୁ ସେମାନେ ଏଭଳି କରିଥିବା କହିଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି । ଯେଉଁଥିରେ କୌଣସି ଆର୍ଥିକ କାରବାରର ପ୍ରମାଣ ମିଳିନାହିଁ । ତଥାପି ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି ।"

ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଛୁଆକୁ ଦେଇଥିବା ମହିଳାଙ୍କ ଘରକୁ ଯାଇ ଘଟଣା ବାବଦରେ ପଚାରି ବୁଝିଥିଲେ । ଏହାସହ ଏଥିରେ ଯାହାର ବି ସମ୍ପୃକ୍ତି ଆସିବ କାହାରିକୁ ଛଡ଼ା ଯିବନାହିଁ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।

ଇଟଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.