ETV Bharat / state

ଐତିହାସିକ ମହାରାଣୀ ସାଗରର ହେବ ପୁନରୁଦ୍ଧାର, 110 SHGକୁ ମିଳିଲା କାର୍ଯ୍ୟାଦେଶ - Women Empowerment

Balangir Historical Maharani Sagar: ବଲାଙ୍ଗୀର ଐତିହାସିକ ମହାରାଣୀ ସାଗରର ହେବ ପୁନରୁଦ୍ଧାର । ମହିଳା ସଶକ୍ତିକରଣ ଯୋଜନାରେ 15 ଶହ ମହିଳାଙ୍କୁ ବଣ୍ଟନ ହେଲା କାର୍ଯ୍ୟାଦେଶ । ଅଧିକ ପଢ଼ନ୍ତୁ

ମହାରାଣୀ ସାଗର
ମହାରାଣୀ ସାଗର
author img

By ETV Bharat Odisha Team

Published : Mar 2, 2024, 12:35 PM IST

ମହାରାଣୀ ସାଗର

ବଲାଙ୍ଗୀର: ମହିଳା ସଶକ୍ତିକରଣ ପାଇଁ ବଲାଙ୍ଗୀର ପୌର ପରିଷଦର ବଡ଼ ପଦକ୍ଷପ । ବଲାଙ୍ଗୀରର ସର୍ବବୃହତ ଐତିହାସିକ ମହାରାଣୀ ସାଗର ପୁନରୁଦ୍ଧାର କରିବେ ଏସଏଚଜି ମହିଳା । ମହିଳା ସଶକ୍ତିକରଣ ଯୋଜନାରେ 15 ଶହ ମହିଳାଙ୍କୁ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବଣ୍ଟନ ହେଲା କାର୍ଯ୍ୟାଦେଶ ।

ଦୀର୍ଘ ବର୍ଷରୁ ବଲାଙ୍ଗୀରର ଐତିହାସିକ ମହାରାଣୀ ସାଗର ପୁନରୁଦ୍ଧାର ଦାବି ହୋଇ ଆସୁଥିଲା । ଏହାର ପୁନରୁଦ୍ଧାର ପାଇଁ ସରକାର 80 କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ । ହେଲେ ଏହାର କାମ ଆରମ୍ଭ ହୋଇ ପାରୁନଥିଲା । ଏହି ପ୍ରକଳ୍ପକୁ ନେଇ ତିଆରି ହୋଇଥିବା ଡିପିଆର ତ୍ରୁଟିପୂର୍ଣ୍ଣ ଥିବାରୁ କାମ ହୋଇ ପାରୁନଥିବା ଅଭିଯୋଗ ହୋଇଥିଲା । ସେହିପରି ପୌରପାଳିକା କାଉନ୍ସିଲ ଗଠନ ହେବା ପରେ ଏହାର ନୂତନ ସର୍ଭେ କରାଯାଇ ନୂଆ ଡିପିଆର ପ୍ରସ୍ତୁତ ହୋଇଛି । ଯେଉଁଥିରେ ମହାରାଣୀ ସାଗରର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ସାମିଲ ଅଛି ।

ସେପଟେ ମହାରାଣୀ ସାଗର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ 12 କୋଟି ଟଙ୍କା ପ୍ରଦାନ କରିଛନ୍ତି । ପୌରପାଳିକା ଏଥିରେ ଏକ ବଡ ପଦକ୍ଷେପ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କାମ ମହିଳାମାନଙ୍କୁ ପ୍ରଦାନ କରିଛି । ଯେଉଁଥିରେ ସହରର 110ଟି ଏସଏଚଜିଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ସମସ୍ତଙ୍କୁ ଏହାର କାର୍ଯ୍ୟାଦେଶ ବଣ୍ଟନ କର ଯାଇଛି । ଯାହାଦ୍ୱାରା ସହରର 1500ରୁ ଊର୍ଦ୍ଧ୍ବ ମହିଳା ଏହି କାମରେ ନିୟୋଜିତ ହେବେ ଓ ସିଧାସଳଖ ରୋଜଗାର ପାଇବେ । ତେବେ ଏହି ସୁଯୋଗ ପାଇଥିବାରୁ ମହିଳାମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ହାଉସିଂ ବୋର୍ଡ ଅଧ୍ୟକ୍ଷ କଳୀକେଶ ନାରାୟଣ ସିଂହ ଦେଓ କହିଛନ୍ତି, "ବଲାଙ୍ଗୀରର 17ଟି ପୋଖରୀର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି । ଏଥିରେ ସବୁଠୁ ବଡ ଏହି ମହାରାଣୀ ସାଗର କାମ ଆରମ୍ଭ ହେବ । ଖୁସିର ଖବର ଯେ, ଏହାଦ୍ବାର ପ୍ରାୟ 15 ଶହରୁ ଊର୍ଦ୍ଧ୍ବ ମହିଳା ଏହାର କାମ କରିବେ ଓ ସେମାନେ ରୋଜଗାର ପାଇବେ । ଯାହା ଏକ ରେକର୍ଡ । ଆଗକୁ ବିକାଶ କାମ ଜାରି ରହିବ ଓ ବିନା ବିସ୍ଥାପନରେ ବିକାଶ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ପାଇବ ଐତିହାସିକ 'ଆଶା ସାଗର'; ସର୍ବବୃହତ ପୁଷ୍କରିଣୀର ହେବ ପୁନରୁଦ୍ଧାର

ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ବଲାଙ୍ଗୀର ପାଇଁ ଏହା ଏକ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ସାଂସଦ ଓ ହାଉସିଂ ବୋର୍ଡ ଅଧ୍ୟକ୍ଷ କାଲିକେଶ ନାରାୟଣ ସିଂହ ଦେଓଙ୍କ ପ୍ରଚେଷ୍ଟାରେ ଆଜି ଏହି ପୋଖରୀର ପୁନରୁଦ୍ଧାର ହେବାକୁ ଯାଉଛି । ଏଠାର 1500 ମହିଳା କାମ ଓ ରୋଜଗାର ପାଇବେ । ଏଠାର ବିଧାୟକ ସବୁ ବେଳେ ପୌରପାଳିକାକୁ ବଦନାମ କରିବା ପାଇଁ ମହାରାଣୀ ସାଗରକୁ ନେଇ ରାଜନୀତି କରିଆସୁଥିଲେ । କେବଳ ସୌନ୍ଦର୍ଯ୍ୟ କରଣ ନାଁରେ ଏଠିକାର ଗରିବ ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ବିନା ବିସ୍ଥାପନରେ ଏବେ ଏହାର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ହେବ ଓ ତାହା ପୌରପରିଷଦ କରି ଦେଖାଇବ ।"

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.