ETV Bharat / state

ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ, ବେଗେ ବେଗେ ଗଡୁଛି ତିନି ରଥ - Holy trinity head towards Srimandir

author img

By ETV Bharat Odisha Team

Published : Jul 15, 2024, 5:51 PM IST

Holy Trinity head towards Sri Mandir: ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ । ଭକ୍ତି ସାଗରରେ ଭିଜୁଛି ଶ୍ରୀକ୍ଷେତ୍ର । ତିନି ରଥକୁ ସିଂହଦ୍ବାର ନିକଟକୁ ଟାଣି ଆଣୁଛନ୍ତି ଶ୍ରଦ୍ଧାଳୁ । ନବ ଦିନାତ୍ମକ ସାରି ଫେରୁଛନ୍ତି ତିନି ଦିଅଁ । ଏହି ଦିନ ଅନୁଷ୍ଠିତ ହେବ ସୁନାବେଶ । ଅଧିକ ପଢନ୍ତୁ

Holy Trinity head towards Sri Mandir
Holy Trinity head towards Sri Mandir (ETV Bharat Odisha)

ପୁରୀ: ସରି ସରି ଆସୁଛି ନବଦିନାତ୍ମକ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ । ବେଗେ ବେଗେ ଗଡୁଛି ତିନି ଦିଅଁଙ୍କ ତିନି ରଥ । ଘଣ୍ଟ ଘଣ୍ଟା ନାଦ ସହ ଭକ୍ତି ଅର୍ଘ୍ୟ ଢାଳି ତିନି ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣି ଆଣୁଛନ୍ତି ଶ୍ରଦ୍ଧାଳୁ । ବଡ଼ ଦେଉଳ ଛାଡ଼ି ଜନ୍ମବେଦୀକୁ ଚାଲିଯାଇଥିଲେ ତିନି ଦିଅଁ । ଶ୍ରୀବିଗ୍ରହଙ୍କ ବିନା ଯେପରି ଶ୍ରୀମନ୍ଦିର ମଉଳି ପଡ଼ିଥିଲା । ଏବେ ଭାଇ ଭଉଣୀଙ୍କୁ ଧରି ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ଆଗରେ ଅଛନ୍ତି ବଡ଼ ଭାଇ ବଳଭଦ୍ର, ମଝିରେ ସାନ ଭଉଣୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର ।

ବଡ଼ ଠାକୁରଙ୍କ ତାଳଧ୍ବଜ ରଥ
ବଡ଼ ଠାକୁରଙ୍କ ତାଳଧ୍ବଜ ରଥ (ETV Bharat Odisha)

ସ୍ନେହ, ଶ୍ରଦ୍ଧାର ଆଦାନ ପ୍ରଦାନ ଯାତ୍ରା ହେଉଛି ଘୋଷଯାତ୍ରା । ତିନି ରଥରେ ବିଜେ କରି ଜନ୍ମବେଦୀକୁ ଯାଆନ୍ତି ତିନି ଠାକୁର । ସେଠାରେ ଆଡ଼ପ ମଣ୍ଡପରେ ଜଗତକୁ ଦର୍ଶନ ଦିଅନ୍ତି । ନଅ ଦିନ ପରେ ବାହୁଡ଼ା ଦଶମୀ ଦିନ ବଡ଼ଦେଉଳକୁ ବାହୁଡନ୍ତି ଶ୍ରୀଜିଉ । 9 ଦିନ ପରେ ପୁଣି ଭକ୍ତିର ସାଗରରେ ଭିଜେ ଶ୍ରୀକ୍ଷେତ୍ର । ଚାରିଆଡ଼େ ଖେଳିଯାଏ ଆଧ୍ୟାତ୍ମିକ ପରିବେଶ । ଅଳି ଅଝଟ, ଅଭିମାନ ନେଇ କିଏ କାଳିଆ ପାଖକୁ ଧାଇଁ ଆସେ ତ ଆଉ କେଉଁ ଶ୍ରଦ୍ଧାଳୁ ମାୟା ରୂପକ ସଂସାରରୁ ବାହାରି ନିଜକୁ କାଳିଆ ପାଖରେ ସମର୍ପି ଦିଏ । ଭକ୍ତ ଭଗବାନ ମିଳନରେ ନାଚି ଉଠେ ଶ୍ରୀକ୍ଷେତ୍ର ।

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଜଗନ୍ନାଥଙ୍କ ନନ୍ଦିଘୋଷ ରଥ (ETV Bharat Odisha)

ଏହା ବି ପଢନ୍ତୁ- ରଥ ଉପରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଡି ଆଣିଲେ ମୁଖ୍ୟ ପ୍ରଶାସକ

ଆଜି ସେହି ବାହୁଡ଼ା ଦଶମୀ । ସକାଳେ ନୀତିକାନ୍ତି ଶେଷ ହେବା ପରେ ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଛନ୍ତି ତିନି ଠାକୁର । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା ନୀତି ଶେଷ କରିବା ପରେ ଗଡ଼ିଛି ତିନି ରଥ । ବାଟରେ ମାଉସୀ ମା' ମନ୍ଦିରଙ୍କ ନିକଟରେ ଅଟକିବ ରଥ । ଏହାପରେ ପୋଡ଼ ପିଠା ନୀତି ଅନୁଷ୍ଠିତ ହୋଇଥାଏ । ବଡଦାଣ୍ଡ ମଧ୍ୟ ଭାଗରେ ବଳଗଣ୍ଡି ଛକ ରହିଛି ମାଉସୀ ମା' ମନ୍ଦିର । 60 ପଉଟି ଭୋଗ ଖାଇଲେ ବି ମା' ହାତରନ୍ଧା ପ୍ରତି ରହିଥାଏ କାଳିଆର ଲୋଭ । ମନ ଜାଣି ମାଉସୀ ମା' ତିନି ଦିଅଁଙ୍କ ପାଇଁ ପୋଡ଼ ପିଠା ପ୍ରସ୍ତୁତ କରି ବାହୁଡ଼ା ଦିନ ଫେରିବା ବାଟକୁ ଚାହିଁ ରହିଥାନ୍ତି । ପୋଡ଼ ପିଠା ଖାଇବା ପରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥାଏ ତିନି ରଥ ।

ପୋଡ଼ ପିଠା ଖାଇବେ ଶ୍ରୀଜିଉ
ପୋଡ଼ ପିଠା ଖାଇବେ ଶ୍ରୀଜିଉ (ETV Bharat Odisha)
ସୁନାବେଶ
ସୁନାବେଶ (File Photo)

ବୁଧବାର ସୁନାବେଶ:- ସିଂହଦ୍ବାରରେ ତିନି ରଥ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଦିନକ ପରେ ଅନୁଷ୍ଠିତ ହେବ ସୁନାବେଶ । ପ୍ରତି ବର୍ଷ ବାହୁଡ଼ା ପରଦିନ ସୁନାବେଶ ହୋଇଥାଏ । କିନ୍ତୁ ଚଳିତବର୍ଷ ବାହୁଡ଼ାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.