ବ୍ରହ୍ମପୁର: ସାରା ରାଜ୍ୟରେ ପ୍ରଥମ ଚକ୍ଷୁ ପ୍ରତିରୋପଣ କରିବା କ୍ଷେତ୍ରରେ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜ ରହିଛି ସର୍ବାଗ୍ରେ । ଇତିମଧ୍ୟରେ ଏମ୍.କେ.ସି.ଜି ମେଡିକାଲ ଚକ୍ଷୁ ବିଭାଗ ମୃତ୍ୟୁପରେ ଚକ୍ଷୁଦାନ କରିବାକୁ ଆଗ୍ରହୀ ରହିଥିବା ବ୍ୟକ୍ତିଙ୍କ ଭଳି ପ୍ରାୟ ଆଠ ଶହରୁ ଅଧିକା ଚକ୍ଷୁଦାନ ମାଧ୍ୟମରେ ସଂଗ୍ରହ କରିସାରିଥିବା ବେଳେ ସେଥିରୁ ପ୍ରାୟ ସାତ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ କରାଗଲାଣି ଚକ୍ଷୁ ପ୍ରତିରୋପଣ । ବର୍ତ୍ତମାନ ଏନେଇ ଅଧିକ ମାତ୍ରାରେ ସଚେତନତତା ବୃଦ୍ଧି ପାଉଥିବା ବେଳେ ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ନିର୍ଭର କରୁଥିବା ଏହି ମେଡିକାଲର ଚକ୍ଷୁ ବିଭାଗରେ ସ୍ୱତନ୍ତ୍ର ଚକ୍ଷୁ ବ୍ୟାଙ୍କ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଥିବା ବେଳେ ସରକାର ଏଥିପ୍ରତି ଗୁରୁତ୍ୱ ଦେବାର ସମୟ ଆସିଥିବା ଦାବି କରାଯାଇଛି ।
୩୯ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ ଅବସରରେ ଏମକେସିଜି ମେଡିକାଲ୍ ପରିସରରେ ଦୃଷ୍ଟି ଦାନ ଆଇ ବ୍ୟାଙ୍କ ଓ ଫେଣ୍ଡସ ୱେଲଫର୍ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଏମକେସିଜି ମେଡିକାଲ୍ ଅଧୀକ୍ଷକ ପ୍ରଫେସର୍ ଡ଼ା. ସୁଚିତ୍ରା ଦାଶ ଓ ଚକ୍ଷୁ ବିଭାଗର ମୁଖ୍ୟ ଡ଼ା. ସରିତା ପଣ୍ଡା ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ମେଡ଼ିକାଲର ଓପିଡି ସମେତ ବିଭିନ୍ନ ୱାର୍ଡ ପରିକ୍ରମା କରି ଉପସ୍ଥିତ ଜନସାଧାରଣଙ୍କୁ ମୃତ୍ୟୁ ପରେ ନିର୍ଦ୍ଵନ୍ଦରେ ଚକ୍ଷୁଦାନ କରିବାକୁ ରୋଗୀ ଏବଂ ସେମାନଙ୍କୁ ସମ୍ପର୍କୀୟ ମାନଙ୍କୁ ସଚେତନ କରିଥିଲେ । ପ୍ରତେକ ବର୍ଷ ଅଗଷ୍ଟ ୨୫ ତାରିଖ ଠାରୁ ସେପ୍ଟେମ୍ବର ୯ତାରିଖ ପର୍ଯ୍ୟନ୍ତ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଥାଏ ।
ଏହା ବି ପଢନ୍ତୁ- ମୃତ୍ୟୁ ପରେ ବି ଦେଖିପାରିବେ ଦୁନିଆ, ରାଜଧାନୀରେ ଚକ୍ଷୁଦାନ ସଚେତନତା - Eye donation awareness
ଚକ୍ଷୁଦାନ କଣ ଏବଂ ଏହାଦ୍ୱାରା କେଉଁମାନେ ଉପକୃତ ହେବେ-
ମୁଖ୍ୟତଃ ଚକ୍ଷୁଦାନ କଣ । ଚକ୍ଷୁଦାନ ଦ୍ୱାରା କେଉଁମାନେ ଉପକୃତ ହେବେ । ଏହା କେଉଁଠି ଏବଂ କେଉଁ ମାନେ ଚକ୍ଷୁଦାନ କରିପାରିବେ ତାହାକୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରରେ । ଚକ୍ଷୁ ବିଭାଗରେ ଚକ୍ଷୁଦାନ ପ୍ରତିପକ୍ଷର ପ୍ରଥମ ଦିବସରେ ଚଳିତବର୍ଷର ରହିଥିବା ବାର୍ତ୍ତାକୁ ନେଇ ପ୍ରଚାର କରାଯାଇଥିଲା । ଦେଶରେ ଅନେକ ବ୍ୟକ୍ତିବିଶେଷ କଳାଡୋଳା ବା ସ୍ୱଚ୍ଛପଟଳ ପାଇବା ପାଇଁ ଅପେକ୍ଷା କରି ରହିଥିବା ଜଣାଯାଏ ।ଦେଶରେ ଏହି ସଂଖ୍ୟା ଅଢେଇ ଲକ୍ଷରୁ ତିନି ଲକ୍ଷ ଅପେକ୍ଷା କରି ରହିଥିବା ଜଣାଯାଏ । ଏଣୁ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଚକ୍ଷୁଟି ଦାନ କରିପାରିବେ । ଯାହାକି ମୃତ୍ୟୁ ଘଟିବାର ଛଅ ଘଣ୍ଟା ମଦ୍ୟରେ ଏହାକୁ ସଂଗ୍ରହ କରି ନେଲେ ଜଣଙ୍କ ଠାରୁ ସଂଗ୍ରହ ହୋଇଥିବା ଚକ୍ଷୁରେ ଦୁଇ ଜଣ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଏହାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ୨୦୦୫ ମସିହାରେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ସହିତ ଚକ୍ଷୁଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ସଂଗ୍ରହ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ୬୦ ରୁ ୭୦ ପ୍ରତିଶତତ ବ୍ୟକ୍ତିବିଶେଷ ଏ ନେଇ ସଚେତନତା ହେଲେଣି । ଏହାକୁ ନେଇ ଆଗାମୀ ଦିନରେ ଶହେ ପ୍ରତିଶତ ସଚେତନତା କରାଯିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।
ଚକ୍ଷୁଦାନ ସମୟରେ ଲିଗାଲ୍ ଅଥରେଟିର ଅନୁମତି ରହିଥାଏ ଗୁରୁତ୍ୱପୂର୍ଣ୍ଣ-
ଚକ୍ଷୁଦାନ ସମୟରେ ଲିଗାଲ୍ ଅଥରେଟିର ଅନୁମତି ରହିଥାଏ ଗୁରୁତ୍ୱପୂର୍ଣ୍ଣ । କାରଣ ଅନେକ ବ୍ୟକ୍ତିବିଶେଷ ତାଙ୍କର ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ ରାଜିଥାନ୍ତି ହେଲେ ଚକ୍ଷୁ ସଂଗ୍ରହ କରିବାକୁ .ଯାଇଥିବା ମେଡିକାଲ କର୍ତ୍ତୁପକ୍ଷଙ୍କୁ ଯଦି ତାଙ୍କ ପରିବାର ବର୍ଗ ସେହି ସମୟରେ ଆଇନଗତ ଅଧିକାର ରହିଥିବା ବ୍ୟକ୍ତିବିଶେଷ ଯଦି ଅନୁମତି ନଦିଅନ୍ତି ତାହା ହେଲେ ଚକ୍ଷୁ ସଂଗ୍ରହ ହୋଇପାରିବ ନାହିଁ ।
ଏମ୍.କେ.ସି.ଜି ପାଇଁ ଆବଶ୍ୟକତା ‘ଚକ୍ଷୁ ବ୍ୟାଙ୍କ’-
୨୦୦୦ ମସିହାରୁ ବ୍ରହ୍ମପୁର ସହରରେ ଆରମ୍ଭ ହୋଇଥିଲା ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମ । ଯାହା ଅଦ୍ୟାବଧି ଜାରି ରଖିଛନ୍ତି ଫେଣ୍ଡସ୍ ହେଲପ୍ କ୍ଲବ । ପୂର୍ବରୁ ସାଧାରଣ ଜନତାଙ୍କ ମଧ୍ୟରେ ରହିଥିବା ରକ୍ଷୁଦାନ କଲେ ପୁର୍ନଜନ୍ମରେ ଦୃଷ୍ଟିବାଧିତ ହୋଇ ଜନ୍ମ ହେବେ ବୋଲି ରହିଥିବା ଅନ୍ଧବିଶ୍ୱାସକୁ ଦୂର ହୋଇସାରିଥିବା ଦୃଢତାର ସହିତ କୁହାଯାଇଥିବା ବେଳେ କ୍ଲବର ପ୍ରଥମ ସଭାପତିଙ୍କ ମୃତ୍ୟୁ ପରେ ୨୦୦୫ ମସିହାରେ ପ୍ରଥମ ଚକ୍ଷୁଦାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ପ୍ରାୟ ୮୦୦ ବ୍ୟକ୍ତିବିଶେଷ ଚକ୍ଷୁଦାନ କରିଥିବା ବେଳେ ଏହାର ୮୦ ରୁ ୯୦ ପ୍ରତିଶତ କ୍ଲବ ର ସଦସ୍ୟତାଙ୍କ ଉଦ୍ୟମରେ ହୋଇଥିବା କୁହାଯାଇଛି ।
ଗ୍ରାମାଞ୍ଚଳରେ ଯାହାର ଚକ୍ଷୁର ଆବଶ୍ୟକତା ରହିଛି ପଞ୍ଜିକରଣ କରିବାକୁ ଆହ୍ୱାନ –
ପ୍ରତେକବର୍ଷ ଚକ୍ଷୁଦାନ ପକ୍ଷ ପାଳନ ସମୟରେ କେଉଁମାନେ ଚକ୍ଷୁଦାନ କରିପାରିବେ ଏବଂ ଦାନ କରିବା ସମୟରେ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଲେ ସେମାନେ ଯାଇ ସଂଗ୍ରହ କରି ନେଇ ଆସିପାରିବେ ବୋଲି କୁହାଯାଉଛି । ହେଲେ ସେହି ଚକ୍ଷୁକୁ କେଉଁ ମାନେ ଗ୍ରହଣ କରିବେ ତାହାକୁ ନେଇ ପୂର୍ବରୁ ମେଡିକାଲରେ ଏକ ରେଜିଷ୍ଟାର ରେ ପଞ୍ଜିକୃତ କରି ରଖାଯାଉଥିବାରୁ ଅଧିକରୁ ଅଧିକ ଗ୍ରାମାଞ୍ଚଳରେ ଯାହାର ଚକ୍ଷୁର ଆବଶ୍ୟକତା ରହିଛି ସେମାନେ ଆସି ପଞ୍ଜିକରଣ କରିବାକୁ ଆହ୍ୱାନ କରିଛନ୍ତି କର୍ତ୍ତୁପକ୍ଷ । ଏଣୁ ଚକ୍ଷୁଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ଚକ୍ଷୁକୁ କେଉଁ ମାନଙ୍କୁ ପ୍ରତିରୋପଣ କରାଯିବ ତାହାକୁ ନେଇ ମଧ୍ୟ ପଞ୍ଜିକରଣ ସଂଖ୍ୟା ବୃଦ୍ଦି ହେବାର ଆବଶ୍ୟକତା ରହିଛି ।
କେଉଁ ମାନଙ୍କ କ୍ଷେତ୍ରରେ ହୋଇପାରିବ ଚକ୍ଷୁ ପ୍ରତିରୋପଣ-
"ମୁଖ୍ୟତଃ ଯେଉଁ ବ୍ୟକ୍ତ ବିଶେଷଙ୍କର ଆଖି ଧଳା ହୋଇଯାଇଥାଏ । ସମୁଖ ଭାବରେ ଧଳା ହୋଇଯାଇଥାଏ କିନ୍ତୁ ପଛପଟେ ସବୁକିଛି ଠିକ୍ ରହିଥାଏ ସେମାନେ ଚକ୍ଷୁଗ୍ରହଣ କରିପାରିବେ । ସେହିଭଳି ଚକ୍ଷୁରୋଗୀଙ୍କୁ ଏମ୍.କେ.ସି.ଜି ମେଡିକକାଲ କୁ ପଠାଇଲେ ସେମାନଙ୍କୁ ରେଜିଷ୍ଟାରରେ ନାମକୁ ପଞ୍ଜିକୃତ କଲେ ସଂଗ୍ରହ ହେଉଥିବା ଚକ୍ଷୁ କୁ ପ୍ରତିରୋପଣ କରାଯାଇପାରିବ" ବୋଲି କହିଛନ୍ତି ଏମ୍.କେ.ସି.ଜି ମେଡିକାଲର ଚକ୍ଷୁ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ସବିତା ଦେବୀ । ଚକ୍ଷୁଦାନ ସମୟରେ ସଂଗ୍ରହ ହେଉଥିବା ଚକ୍ଷୁକୁ ମାତ୍ର ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଉଥିବାରୁ ତାହାକୁ ସେହି ଆବଶ୍ୟକ ରହିଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରତିରୋପଣ କରାଯାଇପାରିବ ବୋଲି ସେ କହିଛନ୍ତି ।