ETV Bharat / state

ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ, ୩ ଲୁଟେରା ଗିରଫ

author img

By ETV Bharat Odisha Team

Published : Mar 11, 2024, 2:09 PM IST

ATM Lootera Gang In Cuttack: କଟକରୁ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ । ୪ଟି ଚୋରା ବନ୍ଧୁକ ଓ ୧୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ATM Lootera Gang In Cuttack
ATM Lootera Gang In Cuttack
ATM Lootera Gang In Cuttack

କଟକ: କଟକରୁ ଆନ୍ତଃରାଜ୍ୟ ଲୁଟେରାକୁ ଧରିଛି ଜଗତପୁର ପୋଲିସ । ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୪ଟି ଚୋରା ବନ୍ଧୁକ ଓ ୧୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଲାଲବାଗର ପ୍ରକାଶ ବେହେରା, ଜଗତସିଂହପୁରର ପ୍ୟାରୀ ମୋହନ ଦାସ ଓ ମିହିର ରାୟ ବୋଲି ଜଣାପଡିଛି । ଅଭିଯୁକ୍ତମାନଙ୍କ ନାଁ ରେ କଟକ ଓ ଜଗତସିଂହପୁରର ବିଭିନ୍ନ ଥାନାରେ ମାମଲା ରହିଛି ।

ତେବେ ATM ଭ୍ୟାନ ଲୁଟ କରିବାରେ ସିଦ୍ଧ ହସ୍ତ ଥିବା ଏହି ଗ୍ୟାଙ୍ଗକୁ ଧରିବା ପାଇଁ ବହୁ ଦିନ ଧରି ଉଦ୍ୟମ ଚଳାଇଥିଲା ପୋଲିସ । ଶେଷରେ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବିହାରର ମୁଙ୍ଗେର ଅଞ୍ଚଳରୁ ବେଆଇନ ବନ୍ଧୁକ କିଣି ସେଗୁଡିକୁ କଟକରେ ଅପରାଧ ଘଟାଇବାରେ ବ୍ୟବହାର କରନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ପାଇଁ ପୋଲିସ ଲକ୍ଷ୍ୟ ରଖିଥିବା ବେଳେ ଏମାନଙ୍କ ମୁଙ୍ଗେର ଲିଙ୍କ ଠାବ କରିବା ପାଇଁ ଖୁବଶୀଘ୍ର ଏକ ଟିମ ମୁଙ୍ଗେର ଯିବ ବୋଲି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଡଃ କେଭି ସିଂହ ।

ଏହା ମଧ୍ୟ ପଢନ୍ତୁ- ପୋଲିସ ଜାଲରେ ATM ଲୁଟେରା ଗ୍ୟାଙ୍ଗ, 5 ଗିରଫ

ଏହା ମଧ୍ୟ ପଢନ୍ତୁ-ଲୁଟେରା ଗ୍ୟାଙ୍ଗର ନୂଆ ତରିକା, ପ୍ରେମୀ ଯୁଗଳ ଓ ଦମ୍ପତିଙ୍କୁ କରୁଛନ୍ତି ଟାର୍ଗେଟ

ନିର୍ବାଚନ ପୂର୍ବରୁ ଅପରାଧ ଦମନ ପାଇଁ କଟକ କମିଶନରେଟ ପୋଲିସ ବିଭିନ୍ନ ରଣକୌଶଳ ଆପଣାଉଛି । ବିଶେଷ କରି ଲୁଟେରା ଗ୍ୟାଙ୍ଗ, ବେଆଇନ ବନ୍ଧୁକ ବ୍ୟବସାୟ, ଦାଦାବଟି ଆଦି ବିଭିନ୍ନ ପ୍ରକାର ଅପରାଧକୁ ରୋକିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ । ସେହିପରି ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁର ଏଟିଏମ ଲୁଟର ଖୁଲାସା, ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ

ଏହା ପୂର୍ବରୁ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ୍‌ ଭ୍ୟାନରୁ ଦେଢ଼ କୋଟି ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । ଲୁଟ୍‌ରେ ସାମିଲ ଥିବା ଗ୍ୟାଙ୍ଗର 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗତ ବର୍ଷ ନଭେମ୍ବର 10 ତାରିଖରେ ଘଟିଥିଲା ଏହି ଲୁଟ୍‌ ଘଟଣା । ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ରାସ୍ତାରେ ଟଙ୍କା ବୋଝେଇ ଏଟିଏମ୍‌ ଗାଡ଼ିକୁ ବନ୍ଧୁକ ମୁନରେ ଅଟକାଇ ଦେଢ଼ କୋଟି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ଏହି ଅଭିଯୁକ୍ତମାନେ । ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 64 ଲକ୍ଷ 45 ହଜାର ଟଙ୍କା ସହ 3ଟି ଛୁରୀ ଜବତ କରିଥିଲା ପୋଲସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.