ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶରେ ASO ପ୍ରସଙ୍ଗ ନେଇ କମ୍ପିଲା ଗୃହ । ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ପୂର୍ବ ସରକାରରେ ଏଏସଓ ଚାକିରି ବିକ୍ରି ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧ କରି ନାରାବଜୀ । ପ୍ରଥମେ ଦିନ 11ଟା30 ପର୍ଯ୍ୟନ୍ତ ପୁଣି ଥରେ ଅପରାହ୍ନ 4ଟି ଯାଏଁ ଗୃହ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ବିଧାନସଭାରେ ASO ଝଡ଼:
ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡିର ପ୍ରତିବାଦ ଦେଥିବାକୁ ମିଲିଥିଲା । ଏଏସଓ ଚାକିରି ବିକ୍ରି ନେଇ ଶାସକ ଦଳର ଅଭିଯୋଗକୁ ବିରୋଧ କରି ବିଜେଡି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରି ସଦସ୍ୟମାନେ ନାରବାଜି କରିଥିଲେ । କଂଗ୍ରେସର ସଦସ୍ୟମାନେ ନିଜ ନିଜ ସ୍ଥାନରେ ଛିଡା ହୋଇ ରହିଥିଲେ । ବାଚସ୍ପତି ଗୃହକୁ ସ୍ୱାଭାବିକ କରିବାକୁ ଅପିଲ କରିଥିଲେ ମଧ୍ୟ ବିରୋଧୀ ନିଜ ଜିଦ ରେ ଅଡି ବସିଥିଲେ ।
ଶୂନ୍ୟକାଳରେ ପୂର୍ବ ସରକାର ନିଯୁକ୍ତିରେ ଚଞ୍ଚକତା କହି ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। '' ଓଡ଼ିଶାର ଭବିଷ୍ୟତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଅପମାନ ଜନକ। ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ଶସ୍ତା କଥା ଶୋଭା ପାଏନା। ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି କହିବା ନିନ୍ଦନୀୟ। ଛଅ ମାସ ହେଲା ସରକାରରେ ଅଛନ୍ତି । କିନ୍ତୁ ଚୁପ୍ କାହିଁକି। ତାଙ୍କ ପାଖରେ ସିବିଆଇ, ଇଡି ଓ କ୍ରାଇମବ୍ରଞ୍ଚ୍ ଭଳି ସଂସ୍ଥା ଅଛି ତଦନ୍ତ କରନ୍ତୁ। ଏଭଳି ସଂସ୍ଥା ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶୋଭା ପାଉନାହିଁ। ଯଦି ପ୍ରମାଣ ଅଛି ଆକ୍ସନ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ଗୃହରେ ରଖିଥିବା ବିବୃତିକୁ ବାଦ ଦିଆ ଯାଉ। ଆପଣ ରୁଲିଙ୍ଗ ଦିଅନ୍ତୁ ବାଚସ୍ପତି ମହୋଦୟ। ପୂର୍ବ ସରକାରଙ୍କ ସଂପୃକ୍ତିକୁ ବାଦ ଦିଆଯାଉ। କାହିଁକି ନା ଆମ ସରକାରରେ କୌଣସି ଚଞ୍ଚକତା ହୋଇନାହିଁ। ଯିଏ ଯୋଗ୍ୟ ସିଏ ନିଯୁକ୍ତି ପାଇଛି। ଗୃହରେ ସ୍ପଷ୍ଟୀକରଣ କରନ୍ତୁ। ''
ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟକ:
ସେପଟେ ବିଜେଡିକୁ କଡ଼ାଗଣ୍ଡା ହିସାବ ଦେଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଆଜିର ଦିନ କଳା ଭାବେ ଲେଖା ହୋଇ ରହିବ। ଭୁଲ କରି ଭୁଲ ଉପରେ ଘଣ୍ଟ ଘୋଡାଇବାକୁ ଚାହୁଛି ବିଜେଡି। ପୂର୍ବ ସରକାର ନିଯୁକ୍ତି ଦେବାରେ ଲକ୍ଷ ଲକ୍ଷ ଟଙ୍କାରେ ଅଯୋଗ୍ୟଙ୍କୁ ଯୋଗ୍ୟ କରିଛନ୍ତି। ହୁଏତ ଆର୍ଥିକ କେତେ ଆପଣ ନେଇଛନ୍ତି ଆପଣ କୁହନ୍ତୁ ଆମେ ତାକୁ ବି ହିସାବକୁ ନେବୁ। ଏହି ବିଧେୟକ ଆସିଥିବାରୁ ସେ ଭୟଭୀତ ତାଙ୍କୁ ପୋଡ଼ୁଛି। କାହିଁକି ନା ଜାଣିଛନ୍ତି ଆଗାମୀ ଦିନରେ ଫସିବେ। ଯେହେତୁ ଏଇଭଳି ଆଇନ ନଥିଲା ସେଥିପାଇଁ ବଞ୍ଚିଯାଇଛନ୍ତି କିନ୍ତୁ ଆଗକୁ ବଞ୍ଚିପାରିବେ ନାହିଁ ତାହା ଜାଣି ସାରିଲେଣି ବୋଲି କହି ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ।
ଶୂନ୍ୟକାଳରେ ASO ଚାକିରି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ବିଜେଡିର ହୋହଲ୍ଲା:
ଗତକାଲି ମୁଖ୍ୟମନ୍ତ୍ରୀ ଏକ ବିଲ ଆଲୋଚନା ବେଳେ କହିଥିଲେ ଯେ, ବିଗତ ସରକାରରେ ହାଟ ବଜାରରେ ଚାକିରି ମିଳୁଥିଲା । ବ୍ରିଲିଆଣ୍ଟ ପିଲାମାନେ ପରିଶ୍ରମ କରି ଚାକିରି ପାଇଛନ୍ତି । ଯେଉଁମାନେ ମେଧାବୀ ସେମାନଙ୍କୁ ଏଭଳି ଶବ୍ଦ ଅପମାନ । ଯଦି ପ୍ରମାଣ ଅଛି ତାହେଲେ କାହିଁକି 6 ମାସ ହେବ ଚୁପ ବସିଛନ୍ତି । ଚାକିରି କୋଉଠି 30 ଲକ୍ଷ ,40 ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ତାହେଲେ CBI ,ଭିଜିଲାନ୍ସ ସରକାରଙ୍କ ହାତରେ ଅଛି ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର। ଶସ୍ତା ବକ୍ତବ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରଙ୍କୁ ଯେଉଁ ଅସମ୍ମାନ କରିଛନ୍ତି ତାର ବିବୃତି ରଖନ୍ତୁ ମୁଖ୍ୟମନ୍ତ୍ରୀ।ଏଭଳି ଶସ୍ତା ବକ୍ତବ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଶୋଭା ପାଏନା ବୋଲି ବିଜେଡି କହିଛି । ବିଜେପି ଆଲୋଚନା ସମୟରେ ବିରୋଧୀ ବିଜେଡି ସଦସ୍ୟମାନେ ପୁଣି ନାରବାଜି କଲେ। ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିକ୍ଷୋଭ ପଦର୍ଶନ କରିଥିଲେ। ସରକାର ତୁମେ ଉତ୍ତର ଦିଅ ନାରାରେ ପ୍ରକମ୍ପିତ ହେଲା ଗୃହ। ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି।
ଏହା ମଧ୍ୟ ପଢନ୍ତୁ-ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ପାରିତ, ହେରଫେର କଲେ ଗଣିବେ କୋଟିଏ |
ଗତକାଲି ଅଧିବେଶନରେ ପୂର୍ବ ସରକାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିସ୍ଫୋରକ ବୟାନ ଦେଇଥିଲେ । ରାଜ୍ୟର ଭବିଷ୍ୟତ ସହ ପୂର୍ବ ସରକାର ପ୍ରତାରଣା କରୁଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ASO ସିଟ୍ ବିକ୍ରି ହୋଇଥିଲା । ସରକାରଙ୍କ ନାକ ତଳେ ଏହା ହେଉଥିଲେ ସୁଦ୍ଧା ଚୁପ୍ କାହିଁକି ଥିଲେ ପୂର୍ବ ସରକାର ବୋଲି ପ୍ରଶ୍ନ କରିଥିଲେ ମୋହନ । ସେ ଆଙୁରି ମଧ୍ୟ କହିଥିଲେ, '' ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ । ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକ୍ରି କରି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ । କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ । ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ ।''
ଇଟିଭି ଭାରତ, ଭୁବନେଶ୍ବର