ETV Bharat / state

୧୭ରୁ ରତ୍ନଭଣ୍ଡାର ମରାମତି ପାଇଁ SOP, ରାତି ୨ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି - RATNA BHANDAR REPAIR

ରତ୍ନଭଣ୍ଡାର କାନ୍ଥରେ ଫାଟ ଏବଂ ମୂଷା ଗାତ ଥିବା ASI ସୂଚନା । ମରାମତି ୫ ଶହ ବର୍ଷକୁ ଦୃଷ୍ଟିରେ ରଖି କରିବାକୁ ସେବାୟତଙ୍କ ଦାବି ।

ASI To Repair Puri Srimandir Ratna Bhandar
ASI To Repair Puri Srimandir Ratna Bhandar (ETV Bharat Odisha)
author img

By ETV Bharat Odisha Team

Published : Dec 14, 2024, 1:23 PM IST

ପୁରୀ: ମରାମତି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର । ମରାମତି କାର୍ଯ୍ୟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ଶୃଙ୍ଖଳିତ ଭାବେ କରାଯାଇପାରିବ ସେନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସପି, ଏଏସଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର କମାଣ୍ଡର ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

ASI To Repair Puri Srimandir Ratna Bhandar (ETV Bharat Odisha)

ରତ୍ନଭଣ୍ଡାର କାନ୍ଥରେ ଫାଟ ଏବଂ ମୂଷା ଗାତ ରହିଛି : ASI

ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାସ କହିଛନ୍ତି ," ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ କରାଯିବ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଦିନ ୧୨ ଟା ୩୦ ପରଠାରୁ ସନ୍ଧ୍ୟା ୬ଟା ଯାଏଁ ପାଖାପାଖି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବ। ଜିପିଆର ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ଏଏସଆଇର‌ ସ୍ବତନ୍ତ୍ର ଟିମ୍ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ କରିବେ। ଜିପିଆର ସର୍ଭେର ରିପୋର୍ଟ ଅନୁଯାୟୀ ରତ୍ନଭଣ୍ଡାରର ଚଟାଣରେ ମୂଷା ଗାତ ଥିବାବେଳେ କାନ୍ଥରେ ଫାଟ ରହିଛି । କାନ୍ଥରୁ ପୁରୁଣା ପଥରଗୁଡ଼ିକ କଢାଯାଇ ନୂଆ ପଥର ଲଗାଯିବ । ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍ଗୁଡିକ ମଧ୍ୟ ସ୍ଥାନାନ୍ତରିତ କରାଯାଇ ନୂଆ ବିମ୍ ଲଗାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଲୁହା ଭାରା ପ୍ରସ୍ତୁତ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ ହେବ ।" ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଏଏସଆଇ ଟାର୍ଗେଟ ରଖିଥିବା ବେଳେ ଅଧିକ ମାନବ ସମ୍ବଳ ଲଗାଯାଇ ଶିଘ୍ର ମରାମତି କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଏଏସଆଇ ଅଧିକାରୀ ।"

ASI To Repair Puri Srimandir Ratna Bhandar
ASI To Repair Puri Srimandir Ratna Bhandar (ETV Bharat Odisha)

ରତ୍ନଭଣ୍ଡାର ମରାମତି ୫ ଶହ ବର୍ଷକୁ ଦୃଷ୍ଟିରେ ରଖି କରାଯାଉ: ସେବାୟତ

ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ପାଞ୍ଚଶହ ବର୍ଷକୁ ଦୃଷ୍ଟିରେ ରଖାଯାଇ ଉନ୍ନତ ଜ୍ଞାନକୌଶଳ ଦ୍ବାରା ଦୀର୍ଘ ସ୍ଥାୟୀ ମରାମତି କାର୍ଯ୍ୟ କରିବାକୁ ମତ ରଖିଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ। ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ "ରତ୍ନ ଭଣ୍ଡାର ମରାମତି ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । କେଉଁ ସମୟରେ ମରାମତି କାର୍ଯ୍ୟ କରାଗଲେ ମହାପ୍ରଭୁଙ୍କ ନିତି କାନ୍ତି ଏବଂ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ ତାହା ଚୂଡ଼ାନ୍ତ ହୋଇଛି। ଆଗାମୀ 17 ତାରିଖ ( ଡିସେମ୍ବର ୧୭)ରୁ ଅପରାହ୍ଣ ୧ ଟାରୁ ସଂଧ୍ୟା ୬ ଟା ଯାଏଁ ମରାମତି କାର୍ଯ୍ୟ କରାଯିବ । ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଏଭଳି କରାଯାଉ ଯାହାକି ଶହ ଶହ ବର୍ଷ ଧରି ତିଷ୍ଠି ରହିବ। ଏ ନେଇ ଏ ଏସ ଆଇ କୁ କୁହାଯାଇଛି ।"

ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ - PURI JAGANNATH TEMPLE RATNA BHANDAR

କେଉଁ ସମୟରେ ହେବ ରତ୍ନଭଣ୍ଡାର ମରାମତି ? କାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି - RATNA BHANDAR REPAIR

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି - PURI SRIMANDIR RATNA BHANDAR REPAIR

ରାତି ୨ଟାରୁ ଦ୍ବାର ଫିଟା ନୀତି: ଜିଲ୍ଲାପାଳ

ଆସନ୍ତା 17 ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଦିନ ୧୨ଟା ୩୦ ରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବାକୁ ଥିବାରୁ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ତା'ର ଅନୁଧ୍ୟାନ ପ୍ରତିଦିନ ଶ୍ରୀମନ୍ଦିର ପ୍ରଶାସନର ଏକ ସ୍ବତନ୍ତ୍ର ଦୁଇଜଣ କମିଟି ଏହାର ତଦାରଖ କରିବେ । କୌଣସି ସୁବିଧା ଅସୁବିଧା ଥିଲେ ଏହି କମିଟିର ପରାମର୍ଶ କ୍ରମେ ଏହାର ସମାଧାନ କରାଯିବ । ' ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବାକୁ ଥିବାବେଳେ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ରାତ୍ର ୨ଟା ରୁ ପ୍ରତିଦିନ ଦ୍ବାର ଫିଟା ନୀତି ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବାର ଏସଓପି ' ଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।

୪୬ ବର୍ଷ ପରେ ଖୋଲିଥିଲା ରତ୍ନଭଣ୍ଡାର:

  • ୨୦୨୪ ଜୁଲାଇ ୧୪ରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା
  • ୨୦୨୪ ଜୁଲାଇ ୧୮ରେ ଦ୍ବିତୀୟ ପର୍ଯ୍ୟାୟରେ ଭିତର‌ ରତ୍ନଭଣ୍ଡାର ଖୋଲା ଯାଇଥିଲା
  • ସମସ୍ତ ରତ୍ନ ଅଳଙ୍କାର ଏବଂ ସିନ୍ଦୁକକୁ ଶ୍ରୀମନ୍ଦିର ଭିତରେ କଡ଼ା ସୁରକ୍ଷାରେ ରଖାଯାଇଛି
  • ରତ୍ନଭଣ୍ଡାରର ମରାମତି ପରେ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ରତ୍ନ ଅଳଙ୍କାର ମୁଖ୍ୟ ରତ୍ନଭଣ୍ଡାରକୁ ଅଣାଯିବ
  • ରତ୍ନ ଅଳଙ୍କାର ସମ୍ପୂର୍ଣ୍ଣ ଗଣତି ମଣତି ସହ ଭିଡିଓଗ୍ରାଫି କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ
  • ୧୯୭୮ରେ ଶେଷ ଥର ପାଇଁ ଖୋଲାଯାଇଥିଲା ରତ୍ନଭଣ୍ଡାର

ଭିତର ଭଣ୍ଡାରରୁ ସରିଲା ରତ୍ନ ସ୍ଥାନାନ୍ତର, ଥିଲା ଏତିକି ଅଳଙ୍କାର ଭରା ଆଲମିରା - Puri Sri Mandir Ratna Bhandar - PURI SRI MANDIR RATNA BHANDAR

କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି - Tunnel inside Ratna Bhandar - TUNNEL INSIDE RATNA BHANDAR

ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: ପ୍ରାୟ 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ସ୍ଥାନାନ୍ତର ହେଲା ଅଳଙ୍କାର - Ratna Bhandar opens - RATNA BHANDAR OPENS

ଅପୂର୍ବ ଏ ସଂଯୋଗ; ବାପା ଖୋଲିଥିଲେ, ଏବେ ପୁଅ ଖୋଲିଲେ - Puri Ratna Bhandar Opening - PURI RATNA BHANDAR OPENING

ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar - KNOW ABOUT RATNA BHANDAR

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.