ETV Bharat / state

ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ - ରାଜ୍ୟସଭା ନିର୍ବାଚନ

Ashwini Vaishnaw File Nomination: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Ashwini Vaishnaw
Ashwini Vaishnaw
author img

By ETV Bharat Odisha Team

Published : Feb 15, 2024, 9:48 AM IST

Updated : Feb 15, 2024, 5:18 PM IST

ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଓଡିଶାରୁ ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

୨୦୧୯ର ପୁରନାବୃତ୍ତି ହେବାକୁ ଯାଉଛି । ରାଜ୍ୟରେ ଖାଲି ହେଉଥିବା ୩ ରାଜ୍ୟସଭା ଆସନ ପାଇଁ ବିଜେଡି ଦୁଇଟି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଦେବିଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିଥିଲେ । ତେବେ ଗତକାଲି(ବୁଧବାର) ବିଜେପି ଅଶ୍ବିନୀଙ୍କ ନାମ ଘୋଷଣା କରି ଚର୍ଚ୍ଚାର ଅବସାନ ଘଟାଇଛି ।

ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା କରିଥିବା ବେଳେ ବିଜେଡି ମଧ୍ୟ ତାଙ୍କର ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲା । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଜେଡି ସମର୍ଥନ ଦେଇଥିବା କଥା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତା 27 ତାରିଖରେ ରାଜ୍ୟସଭା ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପାର୍ଥ୍ରୀପତ୍ର ଦାଖଲ କରିବାର ଶେଷଦିନ ରହିଛି । ତେବେ ସଠିକ ସମୟରେ ବିଧାନସଭା ଯାଇ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ।

ଏହା ମଧ୍ୟ ପଢନ୍ତୁ: ହଟିଲା ସସପେନ୍ସ: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ରାଜ୍ୟସଭା ପ୍ରାର୍ଥୀ, ବିଜେପିର ଘୋଷଣା, ସମର୍ଥନ ଦେବ ବିଜେଡି

ସୂଚନା ଥାଉକି, ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶିବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ପୁରୀ ରେଲୱେ ଷ୍ଟେସନ ଯାଇ ଷ୍ଟେସନର ନବୀକରଣ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, "ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆସିଛି । ମହାପ୍ରଭୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ପୁଣି ଗୁରୁ ଦାୟିତ୍ଵ ମିଳିଥିବାରୁ ଓଡ଼ିଶାବାସୀଙ୍କ ସେବା ଓ ଓଡ଼ିଶାର ପ୍ରଗତି କିଭଳି ଅଧିକ ହୋଇ ପାରିବ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ପାଇଁ, ଓଡ଼ିଶା ପାଇଁ ଯାହା ସ୍ବପ୍ନ ଅଛି ତାହା ସାକାର ହେଉ । ପୁରୀ ମହାପ୍ରଭୁଙ୍କ କ୍ଷେତ୍ରରେ ଅନେକ ନୂଆ ନୂଆ ଜିନିଷ ହେବ । ପୁରୀରୁ ଅଯୋଧ୍ୟା ଟ୍ରେନ ଗଡ଼ିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2024, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.