ETV Bharat / state

ମୁଁ ସେବାକୁ ମୋର କର୍ମ ଏବଂ ଧର୍ମ ଭାବେ: ଶିବାନୀ ଦିଦି

ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ ମଣ୍ଡଳ । ନିଜ କାନ୍ଧରେ ୭ ଜଣଙ୍କୁ ଆଣିଥିଲେ ବାତ୍ୟା ଆଶ୍ରୟସ୍ଥଳୀ । ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ସବୁଆଡୁ ଛୁଟିଛି ପ୍ରଶଂସା।

ASHA WORKER CARRIES ELDERLY WOMEN
ASHA WORKER CARRIES ELDERLY WOMEN (ETV Bharat Odisha)
author img

By ETV Bharat Odisha Team

Published : 3 hours ago

କେନ୍ଦ୍ରାପଡା: ଆଜି ସାରା ରାଜ୍ୟ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ସଲାମ କରୁଛି । ବାତ୍ୟା 'ଦାନା'ର ମୁକାବିଲା ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ । କେନ୍ଦ୍ରାପଡା ତାଳଚୁଆ ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ କିଛି ବୃଦ୍ଧାଙ୍କୁ ନିଜ କାନ୍ଧରେ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣି ଚର୍ଚ୍ଚାରେ । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।

ASHA WORKER CARRIES ELDERLY WOMEN (ETV Bharat Odisha)

ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ:

କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଏକ ଉପାନ୍ତ ଅଞ୍ଚଳ । ବୈତରଣୀ ନଦୀ ଆରପଟେ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର । ପାଣିପାଗ ବିଭାଗ ବାତ୍ୟା 'ଦାନା' ପ୍ରଥମେ ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଭିତରକନିକା ଏବଂ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର ପ୍ରକ୍ରିୟା । କିଛି ଲୋକ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବାବେଳେ କିଛି ଲୋକେ ଘରଦ୍ୱାର ଛାଡି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଅମଙ୍ଗ ହୋଇଥିଲେ । ବାତ୍ୟାରେ ଭିତରକନିକା ଓ ଧାମରା ବନ୍ଦରର ମଧ୍ୟ ଭାଗରେ ଥିବା ତାଳଚୁଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସେହି ସମୟରେ ଘରର ବୟସ୍କମାନଙ୍କୁ ନେବା ପାଇଁ ପୁରୁଷ ଲୋକ ନଥିବାବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ ମଣ୍ଡଳ ।

ASHA WORKER CARRIES ELDERLY WOMEN
ASHA WORKER CARRIES ELDERLY WOMEN (ETV Bharat Odisha)

ଏମିତି କହିଲେ ଆଶା ଦିଦି ଶିବାନୀ:

ସେବାକୁ ଧର୍ମ ମାନି ନେଇଥିବା ରାଜନଗର ବ୍ଲକ ବାଘମାରୀ ପଞ୍ଚାୟତ ଖାସମୁଣ୍ଡା ଗାଁର ଶିବାନୀ ମଣ୍ଡଳ । ତାଳଚୁଆ ଆୟୁଷମାନ ଆରୋଗ୍ୟ ମନ୍ଦିର ବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ ଜଣେ ଆଶା ଦିଦି ଭାବରେ କାର୍ଯ୍ୟରତ । ସେ ନିଜ କାନ୍ଧରେ ୭ ଜଣ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଥିବା ଦେଖିବାକୁ ମିଳିଥିଲା । ଯାହା ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏନେଇ ଆଶା ଦିଦି ଶିବାନୀ ମଣ୍ଡଳ କହିଛନ୍ତି,"ମୁଁ ୨୦୦୬ ମସିହା ଜୁନ ମାସରୁ ଚାକିରି ଆରମ୍ଭ କରିଛି । ସବୁବେଳେ ମୁଁ ବୟସ୍କ ଏବଂ ଗର୍ଭବତୀଙ୍କୁ ନିଜ ପରିବାର ଲୋକ ଭଳି ସେବା କରିଆସୁଛି । ଯଦି କାହାର ଦେହ ଖରାପ ହୁଏ । ମୋତେ ଫୋନ ଆସେ, ତେବେ ମୁଁ ଖିଆପିଆ ଛାଡି ତାଙ୍କ ସେବାରେ ଲାଗିଯାଏ । ମୁଁ ଭଗବାନଙ୍କୁ ଡାକୁଛି ଏମିତି ମୋର ସେବା ଚାଲିଥାଉ । ମୋ ଉଦ୍ଦେଶ୍ୟ ହେଉଛି ସେବା । ମୁଁ ସେବାକୁ ମୋର କର୍ମ ଏବଂ ଧର୍ମ ବୋଲି ଭାବିଥାଏ ।"

ଏହା ମଧ୍ୟ ପଢନ୍ତୁ...ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

ଏହା ମଧ୍ୟ ପଢନ୍ତୁ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଏହା ମଧ୍ୟ ପଢନ୍ତୁ...ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

'ଆମେ ଗର୍ବିତ':

ସେହିପରି ଗାଁର ଜଣେ ଯୁବକ ଜ୍ଞାନ ରଞ୍ଜନ ମଣ୍ଡଳ କହିଛନ୍ତି," ଶିବାନୀ ଦିଦି ଆଜି ନୁହେଁ ଦୀର୍ଘ ବର୍ଷ ଧରି ଏମିତି ସେବା କରୁଛନ୍ତି । କେବଳ ବାତ୍ୟା ବେଳେ ସେ ସେବା କରିଛନ୍ତି ତାହା ନୁହେଁ । ବର୍ଷକ ୩୬୫ ଦିନ ଏଭଳି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ସରକାର ତାଙ୍କର ମନୋଭାବକୁ ବୁଝିପାରି ତାଙ୍କୁ ପ୍ରଶଂସା କରିଥିବାରୁ ଆମ ଅଞ୍ଚଳବାସୀ ଗର୍ବିତ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.